ବିଜେପି ଫୋକସରେ ପଶ୍ଚିମ ଓଡ଼ିଶା, ଦିନକ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ବଲପୁର ଗସ୍ତ

ବିଜେପି ଫୋକସରେ ପଶ୍ଚିମ ଓଡ଼ିଶା । ଦିନକ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ବଲପୁର ଗସ୍ତ ପାଇଁ ଜୋରଦାର ପ୍ରସ୍ତୁତି। ଆଇଆଇଏମର ନୂତନ କ୍ୟାମ୍ପସକୁ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ l କିଛି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ ପରେ ରେମେଡ ପଡ଼ିଆରେ ଆୟୋଜିତ ଦଳୀୟ ସମାବେଶରେ ଯୋଗ ଦେବେ l ଏଥିପାଇଁ ରେମେଡ଼ ପଡିଆରେ ସ୍ଥିତି ପରଖିଛନ୍ତି ଆରଡିସି ଓ ଜିଲ୍ଲାପାଳ l ଏସପିଜି ସିକ୍ୟୁରିଟି ମଧ୍ୟ ଯାଞ୍ଚ ହୋଇଛି l ଗତ ୨୦୧୯ରେ ପଶ୍ଚିମ ଓଡ଼ିଶାର […] The post ବିଜେପି ଫୋକସରେ ପଶ୍ଚିମ ଓଡ଼ିଶା, ଦିନକ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ବଲପୁର ଗସ୍ତ appeared first on KNews Odisha.

ବିଜେପି ଫୋକସରେ ପଶ୍ଚିମ ଓଡ଼ିଶା, ଦିନକ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ବଲପୁର ଗସ୍ତ
pm modi

ବିଜେପି ଫୋକସରେ ପଶ୍ଚିମ ଓଡ଼ିଶା । ଦିନକ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ବଲପୁର ଗସ୍ତ ପାଇଁ ଜୋରଦାର ପ୍ରସ୍ତୁତି। ଆଇଆଇଏମର ନୂତନ କ୍ୟାମ୍ପସକୁ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ l କିଛି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ ପରେ ରେମେଡ ପଡ଼ିଆରେ ଆୟୋଜିତ ଦଳୀୟ ସମାବେଶରେ ଯୋଗ ଦେବେ l

ଏଥିପାଇଁ ରେମେଡ଼ ପଡିଆରେ ସ୍ଥିତି ପରଖିଛନ୍ତି ଆରଡିସି ଓ ଜିଲ୍ଲାପାଳ l ଏସପିଜି ସିକ୍ୟୁରିଟି ମଧ୍ୟ ଯାଞ୍ଚ ହୋଇଛି l ଗତ ୨୦୧୯ରେ ପଶ୍ଚିମ ଓଡ଼ିଶାର ସମସ୍ତ ୫ଟି ଲୋକସଭା ଆସନ ହାତେଇଥିଲା ବିଜେପି। ଅନ୍ୟପକ୍ଷରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଲୋକସଭା ଆସନରୁ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ଚାଲିଥିବା ବେଳେ ମୋଦିଙ୍କ ଏହି ଗସ୍ତ ରାଜ୍ୟ ବିଜେପି ପାଇଁ ମଧ୍ୟ ଖୁବ୍ ଗୁରୁତ୍ବପୂର୍ଣ୍ଣ ବୋଲି ଚର୍ଚ୍ଚା ହେଉଛି ।

The post ବିଜେପି ଫୋକସରେ ପଶ୍ଚିମ ଓଡ଼ିଶା, ଦିନକ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ବଲପୁର ଗସ୍ତ appeared first on KNews Odisha.