ରଥଖଳା ଅପ୍ଡେଟ୍: ଚଉପଟ ଗୁଜ କାଠରେ ନୃସିଂହ ମୁଖ ଅଙ୍କନ
ପୁରୀ ୨୩/୦୫ : ରଥ ନିର୍ମାଣର ଦ୍ବାଦଶ ଦିବସରେ ତିନି ରଥର ନିର୍ମାଣ କରି ସେବକମାନେ ରଥ ଖଳା ଠାରେ ଉପସ୍ଥିତ ପୂର୍ବକ ତିନି ମୁଖ୍ୟ ବିଶ୍ଵକର୍ମା ସେବକଙ୍କ ମାର୍ଗଦର୍ଶନରେ ଅନୁକୂଳ ପୁଜାକାଠ କାର୍ଯ୍ୟ ଆରମ୍ଭ କରିଥିଲେ । ବୈଶାଖ ଶୁକ୍ଲ ଚତୁର୍ଦ୍ଦଶୀ ମହାପ୍ରଭୁ ଶ୍ରୀ ନୃସିଂହ ଦେବଙ୍କ ଜନ୍ମ ତିଥିରେ ପରମ୍ପରା ପ୍ରକାରେ ରଥ ଖଳା ଠାରେ ତିନି ରଥର ଗୁଜ, ଅର, ତୁମ୍ବରେ ଆର ସଂଯୋଗ ଅନୁକୂଳ ପୂଜା ବିଧି ମତେ ପାଳିତ ହୋଇଅଛି । ଏଥିସହ ମା ଚର୍ଚ୍ଚିକା ଙ୍କୁ ପୂଜାର୍ଚ୍ଚନା ପୂର୍ବକ ଭୋଇ ସର୍ଦ୍ଦାର ରବି ଭୋଇଙ୍କ ତତ୍ତ୍ୱାବଧାନରେ ତିନି ରଥର ଭୋଇ ସେବକ ମାନେ ଜନ୍ତାଗାଡ ପ୍ରସ୍ତୁତ କରିଛନ୍ତି। ପୂର୍ବ ଦିନରୁ ତିନି ରଥ ଚାଳିକୁ ରଥ ଅମିନ ଯୋଗାଇଥିବା ଅସନ, ଧଉରା କାଠ ରେ ସାଲଗୁଜ, ତିଖଗୁଜ, ଜଳଜନ୍ତ୍ର, କୁଡ଼ୁକା,କୋରାମୁଣ୍ଡା ନିର୍ମାଣ ନିମନ୍ତେ ତିନି ରଥର ମୁଖ୍ୟ ବିଶ୍ଵକର୍ମା ମାନେ ମାଳ ମାହାର୍ଦ ରଖି ଅନୁକୂଳ ପୂଜା ପରେ ତିନିରଥ ସହଯୋଗୀ ମହାରଣା ସେବକ ମାନେ ରଥ ଅମୀନ ଯୋଗାଇଥିବା ପ୍ରଥମ ଦଫା କାଠ ଗୁଡ଼ିକୁ ଚଉପଟ କରିବା ସହ ଆର ପଟାକୁ ମାପ ପ୍ରକାରେ କାଟି ତାର ମୁହଁକୁ ଶାଳ କରିଥିଲେ । ଅପରାହ୍ନରେ ତିନି ରଥ ମୁଖ୍ୟ ରୂପକାର ସେବକ ଚଉପଟ ଗୁଜ କାଠ ରେ ନୃସିଂହ ମୁଖ ଅଙ୍କନ ପରେ ମାହାର୍ଦ ରଖି ନଡ଼ିଆ ବାଡେଇ ଅନୁକୂଳ ପୂଜା ପରେ ସହୋଯୋଗୀ ରୂପକାର ସେବକ ମାନେ ମିଶି ନୃସିଂହ ମୁଖ ଖୋଦେଇ କାର୍ଯ୍ୟ ଆରମ୍ଭ କରିଥିଲେ । ଏଥିସହ ତିନିରଥ ମହାରଣା
ପୁରୀ ୨୩/୦୫ : ରଥ ନିର୍ମାଣର ଦ୍ବାଦଶ ଦିବସରେ ତିନି ରଥର ନିର୍ମାଣ କରି ସେବକମାନେ ରଥ ଖଳା ଠାରେ ଉପସ୍ଥିତ ପୂର୍ବକ ତିନି ମୁଖ୍ୟ ବିଶ୍ଵକର୍ମା ସେବକଙ୍କ ମାର୍ଗଦର୍ଶନରେ ଅନୁକୂଳ ପୁଜାକାଠ କାର୍ଯ୍ୟ ଆରମ୍ଭ କରିଥିଲେ ।
ବୈଶାଖ ଶୁକ୍ଲ ଚତୁର୍ଦ୍ଦଶୀ ମହାପ୍ରଭୁ ଶ୍ରୀ ନୃସିଂହ ଦେବଙ୍କ ଜନ୍ମ ତିଥିରେ ପରମ୍ପରା ପ୍ରକାରେ ରଥ ଖଳା ଠାରେ ତିନି ରଥର ଗୁଜ, ଅର, ତୁମ୍ବରେ ଆର ସଂଯୋଗ ଅନୁକୂଳ ପୂଜା ବିଧି ମତେ ପାଳିତ ହୋଇଅଛି । ଏଥିସହ ମା ଚର୍ଚ୍ଚିକା ଙ୍କୁ ପୂଜାର୍ଚ୍ଚନା ପୂର୍ବକ ଭୋଇ ସର୍ଦ୍ଦାର ରବି ଭୋଇଙ୍କ ତତ୍ତ୍ୱାବଧାନରେ ତିନି ରଥର ଭୋଇ ସେବକ ମାନେ ଜନ୍ତାଗାଡ ପ୍ରସ୍ତୁତ କରିଛନ୍ତି।
ପୂର୍ବ ଦିନରୁ ତିନି ରଥ ଚାଳିକୁ ରଥ ଅମିନ ଯୋଗାଇଥିବା ଅସନ, ଧଉରା କାଠ ରେ ସାଲଗୁଜ, ତିଖଗୁଜ, ଜଳଜନ୍ତ୍ର, କୁଡ଼ୁକା,କୋରାମୁଣ୍ଡା ନିର୍ମାଣ ନିମନ୍ତେ ତିନି ରଥର ମୁଖ୍ୟ ବିଶ୍ଵକର୍ମା ମାନେ ମାଳ ମାହାର୍ଦ ରଖି ଅନୁକୂଳ ପୂଜା ପରେ ତିନିରଥ ସହଯୋଗୀ ମହାରଣା ସେବକ ମାନେ ରଥ ଅମୀନ ଯୋଗାଇଥିବା ପ୍ରଥମ ଦଫା କାଠ ଗୁଡ଼ିକୁ ଚଉପଟ କରିବା ସହ ଆର ପଟାକୁ ମାପ ପ୍ରକାରେ କାଟି ତାର ମୁହଁକୁ ଶାଳ କରିଥିଲେ ।
ଅପରାହ୍ନରେ ତିନି ରଥ ମୁଖ୍ୟ ରୂପକାର ସେବକ ଚଉପଟ ଗୁଜ କାଠ ରେ ନୃସିଂହ ମୁଖ ଅଙ୍କନ ପରେ ମାହାର୍ଦ ରଖି ନଡ଼ିଆ ବାଡେଇ ଅନୁକୂଳ ପୂଜା ପରେ ସହୋଯୋଗୀ ରୂପକାର ସେବକ ମାନେ ମିଶି ନୃସିଂହ ମୁଖ ଖୋଦେଇ କାର୍ଯ୍ୟ ଆରମ୍ଭ କରିଥିଲେ । ଏଥିସହ ତିନିରଥ ମହାରଣା ସେବକ ମାନେ ପାଞ୍ଚ ପାଞ୍ଚ ଟି ଚକ ପାଇଁ ଆବଶ୍ୟକ ଅର ମୁଖ ସାଲ କରି ସାଇତିଛନ୍ତି।