ହରିୟାଣାରେ ବଦଳିଲା ଗଣିତ; ହାଟ୍ରିକ୍ ମାରିବ ବିଜେପି ନା କମ୍ ବ୍ୟାକ୍ କରିବ କଂଗ୍ରେସ ? ଜାଣନ୍ତୁ...

ଜମ୍ମୁ-କଶ୍ମୀର ଏବଂ ହରିୟାଣା ବିଧାନସଭାର ୯୦ ଲେଖାଏଁ ଆସନରେ ହୋଇଥିବା ଭୋଟ୍‌ ଗଣତି ହେଉଛି। ନିର୍ବାଚନ ଫଳ ଜାଣିବା ପାଇଁ ସମସ୍ତଙ୍କ ମଧ୍ୟରେ ତୀବ୍ର ଉତ୍କଣ୍ଠା । 

ହରିୟାଣାରେ ବଦଳିଲା ଗଣିତ; ହାଟ୍ରିକ୍ ମାରିବ ବିଜେପି ନା କମ୍ ବ୍ୟାକ୍ କରିବ କଂଗ୍ରେସ ? ଜାଣନ୍ତୁ...

ଚାଲିଛି ହରିୟାଣା ଓ ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ ଫଳାଫଳ ଭୋଟ ଗଣିତ । ଦୁଇ ରାଜ୍ୟରେ କିଏ ଗଢିବ ସରକାର । ହରିୟାଣାରେ ହାଟ୍ରିକ୍ ମାରିବ ବିଜେପି ନା କମ୍ ବ୍ୟାକ୍ କରିବ କଂଗ୍ରେସ। ଜାମ୍ମୁ କାଶ୍ମୀରବାସୀଙ୍କ ଜନାଦେଶର କଣ ରହିବ ଫଳାଫଳ। ନିର୍ବାଚନର ଫଳାଫଳ ଉପରେ ରହିଛି ସାରା ଦେଶର ନଜର। ତେବେ ଏହା ଭିତରେ ଆସିଛି ବଡ଼ ଖବର । ହରିୟାଣାରେ କଂଗ୍ରେସକୁ ଟପିଲା ବିଜେପି । ମ୍ୟାଜିକ ନମ୍ବର ୪୬ ଟପିଲା ବିଜେପି । ଲଗାତାର ତୃତୀୟ ଥର ସରକାର କରିବା ସମ୍ଭାବନା ଉଜ୍ୱଳ ହେଉଛି । 

ଜମ୍ମୁ-କଶ୍ମୀର ଏବଂ ହରିୟାଣା ବିଧାନସଭାର ୯୦ ଲେଖାଏଁ ଆସନରେ ହୋଇଥିବା ଭୋଟ୍‌ ଗଣତି ହେଉଛି। ନିର୍ବାଚନ ଫଳ ଜାଣିବା ପାଇଁ ସମସ୍ତଙ୍କ ମଧ୍ୟରେ ତୀବ୍ର ଉତ୍କଣ୍ଠା । କାରଣ ଏହି ନିର୍ବାଚନ ଉଭୟ ଜମ୍ମୁ-କଶ୍ମୀର ଏବଂ ହରିୟାଣା ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଜମ୍ମୁ-କଶ୍ମୀରରେ ଗୋଟିଏ ଦଶନ୍ଧି ପରେ ଭୋଟ୍‌ ହୋଇଛି ଏବଂ ହରିୟାଣାରେ ମଧ୍ୟ ୧୦ ବର୍ଷ ପରେ କ୍ଷମତା‌ ପରିବର୍ତ୍ତନ ହେବା ନେଇ ପୂର୍ବାନୁମାନ କରାଯାଉଛି। ଯାହା ଏବେ ଫିକା ପଡ଼ିଛି ।

ଅଧିକ ପଢ଼ନ୍ତୁ: ଫେଲ୍ ମାରିଲା ଏକଜିଟ୍ ପୋଲ୍; କଂଗ୍ରେସ କହିଲା, ‘ଜାଣିଶୁଣି ହରିୟାଣା ଫଳାଫଳକୁ ସମ୍ପୂର୍ଣ୍ଣ ପ୍ରକାଶ କରୁନି ECI’

ପ୍ରାରମ୍ଭିକ ପର୍ଯ୍ୟାୟ ଭୋଟ ଗଣତିରେ ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନି ଆଗୁଆ ଅଛନ୍ତି। ସେହିପରି ଜୁଲାନା ଆସନରୁ ଷ୍ଟାର୍‌ ଆଥଲେଟ୍‌ ଭିନେଶ ଫୋଗାଟ ଆଗୁଆ ଅଛନ୍ତି । ପ୍ୟାରିସ ଅଲିମ୍ପିକ୍ସରୁ ଅଯୋଗ୍ୟ ଘୋଷଣା ହେବା ପରେ ସେ ଭାରତ ଫେରିଥିଲେ। ଏହାପରେ ସେ କୁସ୍ତି ମୈଦାନରୁ ରାଜନୀତି ମୈଦାନକୁ ଏଣ୍ଟ୍ରି ମାରିଥିଲେ। ଏହାପରେ କଂଗ୍ରେସ ତାଙ୍କୁ ଜୁଲାନାରୁ ପ୍ରାର୍ଥୀ କରିଥିଲା।

ଅନ୍ୟପଟେ ସ୍ୱାଧୀନ ପ୍ରାର୍ଥୀ ସାବିତ୍ରୀ ଜିନ୍ଦଲ ହିସାରରୁ, ସ୍ୱାଧୀନ ପ୍ରାର୍ଥୀ ରାଜେଶ ଜୁନ୍ ବାହାଦୂରଗଡରୁ ଆଗୁଆ ଅଛନ୍ତି। ବଦଲି ଆସନରୁ ବିଜେପିର ଓପି ଧନଖଡ଼, କଂଗ୍ରେସର ରଘୁବୀର କାଦନ ବେରୀରୁ ଆଗୁଆ ଅଛନ୍ତି। ଯମୁନନଗରରୁ ବିଜେପିର ରମଣ ତ୍ୟାଗି ଆଗୁଆ ଅଛନ୍ତି। କଂଗ୍ରେସ ପ୍ରାର୍ଥୀ ରାକେଶ କାମ୍ବୋଜ ଇନ୍ଦ୍ରିରୁ ଆଗୁଆ ଅଛନ୍ତି। କଂଗ୍ରେସର ମନଦୀପ ସିଂ ପେହୋୱା ଏବଂ ବିଜେପିର ପ୍ରମୋଦ ବିଜୟ ପାନିପାତ ସିଟିରୁ ଆଗୁଆ ଅଛନ୍ତି।