ବର୍ଷିଲେ ପାଟ୍ଟଶାଣୀ: କହିଲେ ‘ଯେପର୍ଯ୍ୟନ୍ତ ପାଣ୍ଡିଆନ ଥିବେ ବିଜେଡି ସରକାରକୁ ଆସିବ ନାହିଁ, ମୁଁ ବି…’

ଭୁବନେଶ୍ୱର,୧୫।୧୦: ରାଜ୍ୟରେ ଭାଜପା ସରକାର ଆସିବା ପରେ ବିଜେଡିର କିଛି ନେତା ଦଳ ଛାଡ଼ିଛନ୍ତି। ବିଶେଷକରି ନିର୍ବାଚନ ସମୟରେ ପୂର୍ବତନ ବିଜେଡି ନେତା ଭି.କେ. ପାଣ୍ଡିଆନଙ୍କ ସମ୍ପୃକ୍ତି ଉପରେ ଅନେକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହି କ୍ରମରେ ଭାଜପା ନେତା ପ୍ରସନ୍ନ ପାଟ୍ଟଶାଣୀ ମଧ୍ୟ ମଙ୍ଗଳବାର ସିଧାସଳଖ ଭାବେ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି। ଯେପର୍ଯ୍ୟନ୍ତ ପାଣ୍ଡିଆନ ଥିବେ ଓଡ଼ିଶାରେ ବିଜେଡି ସରକାରକୁ ଆସିବ ନାହିଁ। ତାଙ୍କ ଲାଗି ଏକ ଲୋକପ୍ରିୟ ସରକାର ଚାଲିଗଲା। ମୁଁ କେବେ ବି […] The post ବର୍ଷିଲେ ପାଟ୍ଟଶାଣୀ: କହିଲେ ‘ଯେପର୍ଯ୍ୟନ୍ତ ପାଣ୍ଡିଆନ ଥିବେ ବିଜେଡି ସରକାରକୁ ଆସିବ ନାହିଁ, ମୁଁ ବି…’ appeared first on Dharitri Odia News.

ବର୍ଷିଲେ ପାଟ୍ଟଶାଣୀ: କହିଲେ ‘ଯେପର୍ଯ୍ୟନ୍ତ ପାଣ୍ଡିଆନ ଥିବେ ବିଜେଡି ସରକାରକୁ ଆସିବ ନାହିଁ, ମୁଁ ବି…’

ଭୁବନେଶ୍ୱର,୧୫।୧୦: ରାଜ୍ୟରେ ଭାଜପା ସରକାର ଆସିବା ପରେ ବିଜେଡିର କିଛି ନେତା ଦଳ ଛାଡ଼ିଛନ୍ତି। ବିଶେଷକରି ନିର୍ବାଚନ ସମୟରେ ପୂର୍ବତନ ବିଜେଡି ନେତା ଭି.କେ. ପାଣ୍ଡିଆନଙ୍କ ସମ୍ପୃକ୍ତି ଉପରେ ଅନେକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହି କ୍ରମରେ ଭାଜପା ନେତା ପ୍ରସନ୍ନ ପାଟ୍ଟଶାଣୀ ମଧ୍ୟ ମଙ୍ଗଳବାର ସିଧାସଳଖ ଭାବେ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି।

ଯେପର୍ଯ୍ୟନ୍ତ ପାଣ୍ଡିଆନ ଥିବେ ଓଡ଼ିଶାରେ ବିଜେଡି ସରକାରକୁ ଆସିବ ନାହିଁ। ତାଙ୍କ ଲାଗି ଏକ ଲୋକପ୍ରିୟ ସରକାର ଚାଲିଗଲା। ମୁଁ କେବେ ବି ଦଳ ଛାଡ଼ି ଭାଜପାକୁ ଆସି ନ ଥାନ୍ତି। ହେଲେ ପାଣ୍ଡିଆନଙ୍କ ପାଇଁ ବିଜେଡି ଛାଡ଼ିଲି ବୋଲି ସେ କହିଛନ୍ତି।

ପ୍ରକାଶ ଯେ, ନିର୍ବାଚନ ପରାଜୟ ପରେ ଦଳରେ ଅନ୍ତଃକନ୍ଦଳକୁ ନେଇ ବିଜେଡି ଚର୍ଚ୍ଚାରେ ରହି ଆସୁଛି। ଦଳୀୟ ନେତାମାନେ ମଧ୍ୟ ପରସ୍ପର ବିରୋଧରେ ବୟାନବାଜି କରୁଛନ୍ତି। ଏପରିକି କିଛି ନେତା ବିଜେଡି ଛାଡ଼ି ଭାଜପା ସମ୍ପର୍କରେ ଅଛନ୍ତି।

The post ବର୍ଷିଲେ ପାଟ୍ଟଶାଣୀ: କହିଲେ ‘ଯେପର୍ଯ୍ୟନ୍ତ ପାଣ୍ଡିଆନ ଥିବେ ବିଜେଡି ସରକାରକୁ ଆସିବ ନାହିଁ, ମୁଁ ବି…’ appeared first on Dharitri Odia News.