ବଲାଙ୍ଗିରରେ ପୁଣି ଏକ ହାତୀର ମୃତ୍ୟୁ, ବନ ବିଭାଗର ଅଧିକାରୀଙ୍କ ତଦନ୍ତ ଜାରୀ

ବଲାଙ୍ଗିର : ବଲାଙ୍ଗିରରେ ପୁଣି ଏକ ହାତୀର ମୃତ୍ୟୁ  l ଅସୁର ଡୁଙ୍ଗିରି ପରେ ଏବେ ଭୀମ ଡୁଙ୍ଗିରିରେ ଏକ ଦନ୍ତା ହାତୀର ମୃତ ଦେହ ଠାବ କରାଯାଇଛି  l ହାତୀକୁ ହତ୍ୟା କରାଯାଇଛି ନା ହାତୀର ସ୍ୱାଭାବିକ ମୃତ୍ୟୁ ହୋଇଛି  ତାହା ଜଣା ପଡ଼ିନାହିଁ  l ବନ ବିଭାଗର ଅଧିକାରୀ ପହଂଚି ତଦନ୍ତ ଜାରୀ ରଖିଛନ୍ତି  l ହାତୀର ମୃତ ଦେହ ଦେଖିଲେ ଏହା ସ୍ୱାଭାବିକ ମୃତ୍ୟୁକୁ ଗ୍ରହଣ କରିପାରୁ ନାହାନ୍ତି ବନ ଅଧିକାରୀ  l […] The post ବଲାଙ୍ଗିରରେ ପୁଣି ଏକ ହାତୀର ମୃତ୍ୟୁ, ବନ ବିଭାଗର ଅଧିକାରୀଙ୍କ ତଦନ୍ତ ଜାରୀ appeared first on KNews Odisha.

ବଲାଙ୍ଗିରରେ ପୁଣି ଏକ ହାତୀର ମୃତ୍ୟୁ, ବନ ବିଭାଗର ଅଧିକାରୀଙ୍କ ତଦନ୍ତ ଜାରୀ
elephant-

ବଲାଙ୍ଗିର : ବଲାଙ୍ଗିରରେ ପୁଣି ଏକ ହାତୀର ମୃତ୍ୟୁ  l ଅସୁର ଡୁଙ୍ଗିରି ପରେ ଏବେ ଭୀମ ଡୁଙ୍ଗିରିରେ ଏକ ଦନ୍ତା ହାତୀର ମୃତ ଦେହ ଠାବ କରାଯାଇଛି  l ହାତୀକୁ ହତ୍ୟା କରାଯାଇଛି ନା ହାତୀର ସ୍ୱାଭାବିକ ମୃତ୍ୟୁ ହୋଇଛି  ତାହା ଜଣା ପଡ଼ିନାହିଁ  l ବନ ବିଭାଗର ଅଧିକାରୀ ପହଂଚି ତଦନ୍ତ ଜାରୀ ରଖିଛନ୍ତି  l

ହାତୀର ମୃତ ଦେହ ଦେଖିଲେ ଏହା ସ୍ୱାଭାବିକ ମୃତ୍ୟୁକୁ ଗ୍ରହଣ କରିପାରୁ ନାହାନ୍ତି ବନ ଅଧିକାରୀ  l ଘଟଣା ସ୍ଥଳରେ ବଲାଙ୍ଗିର DFO, RCCF ପହଂଚି ତଦନ୍ତ କରୁଥିବା ବେଳେ ପୁଣି ହାତୀ ମୃତ୍ୟୁକୁ ନେଇ ବିବାଦ ତେଜିଛି  l ଗତ ୮ ତାରିଖରେ ଅସୁର ଡୁଙ୍ଗୁରିରୁ ଆଉ ଏକ ଦାନ୍ତ ହାତୀର ମୃତ ଦେହ ମିଳିଥିଲା  l ସେହି ଘଟଣାର ତଦନ୍ତ ଜାରୀ ରହିଥିବା ବେଳେ ଏବେ ପୁଣି ଆଉ ଏକ ହାତୀର ମୃତ୍ୟୁ  l ଗତ ୮ ତାରିଖରେ ବିଦ୍ୟୁତ ଲଗାଇ ହାତୀର ହତ୍ୟା କରାଇଥିବା କହିଛନ୍ତି RCCF  l

 

 

The post ବଲାଙ୍ଗିରରେ ପୁଣି ଏକ ହାତୀର ମୃତ୍ୟୁ, ବନ ବିଭାଗର ଅଧିକାରୀଙ୍କ ତଦନ୍ତ ଜାରୀ appeared first on KNews Odisha.