ବଲାଙ୍ଗୀରରେ ଦାୟିତ୍ୱ ଗ୍ରହଣ କଲେ ନୂଆ ଜିଲାପାଳ

ବଲାଙ୍ଗୀର,୧।୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାର ନୂତନ ଜିଲାପାଳ ଭାବେ ଗୁରୁବାର ଦାୟିତ୍ୱ ଗ୍ରହଣ କରିଛନ୍ତି ଗୌରବ ଶିଓ୍ବାଜୀ ଇସଲଓ୍ବାର। ୨୦୧୯ ଆଇଏଏସ୍‌ ବ୍ୟାଚ୍‌ର ଏହି ଅଧିକାରୀ ଏଥିପୂର୍ବରୁ କୋରାପୁଟ ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ। ଆଜି ବଲାଙ୍ଗୀର ଜିଲାପାଳ କାର୍ଯ୍ୟାଳୟରେ ଅତିରିକ୍ତ ଜିଲାପାଳ ଲମ୍ବୋଦର ଧରୁଆଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟିତ୍ୱ ଗ୍ରହଣ ପରେ ସେ ଗଣମାଧ୍ୟମକୁ କହିଛନ୍ତି, ଜିଲାରେ ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟଗୁଡ଼ିକ […] The post ବଲାଙ୍ଗୀରରେ ଦାୟିତ୍ୱ ଗ୍ରହଣ କଲେ ନୂଆ ଜିଲାପାଳ appeared first on Dharitri Odia News.

ବଲାଙ୍ଗୀରରେ ଦାୟିତ୍ୱ ଗ୍ରହଣ କଲେ ନୂଆ ଜିଲାପାଳ

ବଲାଙ୍ଗୀର,୧।୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାର ନୂତନ ଜିଲାପାଳ ଭାବେ ଗୁରୁବାର ଦାୟିତ୍ୱ ଗ୍ରହଣ କରିଛନ୍ତି ଗୌରବ ଶିଓ୍ବାଜୀ ଇସଲଓ୍ବାର। ୨୦୧୯ ଆଇଏଏସ୍‌ ବ୍ୟାଚ୍‌ର ଏହି ଅଧିକାରୀ ଏଥିପୂର୍ବରୁ କୋରାପୁଟ ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ। ଆଜି ବଲାଙ୍ଗୀର ଜିଲାପାଳ କାର୍ଯ୍ୟାଳୟରେ ଅତିରିକ୍ତ ଜିଲାପାଳ ଲମ୍ବୋଦର ଧରୁଆଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି।
ଦାୟିତ୍ୱ ଗ୍ରହଣ ପରେ ସେ ଗଣମାଧ୍ୟମକୁ କହିଛନ୍ତି, ଜିଲାରେ ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟଗୁଡ଼ିକ ଉପରେ ସେ ଫୋକସ କରିବେ। ଆଗାମୀ ସାଧାରଣ ନିର୍ବାଚନ ପରିଚାଳନା ଉପରେ ଜୋର ଦିଆଯିବ। ଏହାର ପ୍ରସ୍ତୁତି ଉପରେ ବିଶେଷ ଧ୍ୟାନ ଦିଆଯିବ। ବଲାଙ୍ଗୀର ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପ୍ରଭାବିତ ଲୋକମାନଙ୍କ ସମସ୍ୟା ସମାଧାନର ଦିଗରେ ଗୁରୁତ୍ୱ ଦିଆଯିବ ବୋଲି ସେ କହିଛନ୍ତି। ଆଜି ନୂଆ ଜିଲାପାଳଙ୍କୁ ଜିଲାର ବରିଷ୍ଠ ଅତିରିକ୍ତ ଜିଲାପାଳ ମହେନ୍ଦ୍ର ମହାପାତ୍ର, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସୁଶାନ୍ତ କୁମାର ସିଂ, ବଲାଙ୍ଗୀର ଉପଜିଲାପାଳ ପ୍ରଭାସ ଦଣ୍ଡସେନା, ପାଟଣାଗଡ଼ ଉପଜିଲାପାଳ ବିଜୟ କୁମାର ସେଠୀ, ଅବକାରୀ ଅଧୀକ୍ଷକ ସୀତାକାନ୍ତ ମୁଦୁଲି, ଉଠାଜଳସେଚନ ନିର୍ବାହୀ ଯନ୍ତ୍ରୀ ସଚିଦାନନ୍ଦ ଦଳେଇ, ଜିଲା ଯୋଗାଣ ଅଧିକାରୀ ପ୍ରଭାକର ପାତ୍ର, ମିଶନ ଶକ୍ତି ଜିଲା ସଂଯୋଜିକା ସୁମନ ଦ୍ବିବେଦୀ ଓ ଅନ୍ୟମାନେ ଜିଲାପାଳ ଇସଲଓ୍ବାରଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରି ସ୍ବାଗତ ଜଣାଇଥିଲେ।

The post ବଲାଙ୍ଗୀରରେ ଦାୟିତ୍ୱ ଗ୍ରହଣ କଲେ ନୂଆ ଜିଲାପାଳ appeared first on Dharitri Odia News.