ବଲିଉଡ ଷ୍ଟାର ସୈଫ ଅଲ୍ଲୀ ଖାନଙ୍କୁ ଛୁରା ମାଡ଼ ଘଟଣା, ସାମ୍ନାକୁ ଆସିଲା ଆଉ ଏକ ଫଟୋ
ମୁମ୍ବାଇ : ବଲିଉଡ ସୁପରଷ୍ଟାର ସୈଫ ଅଲ୍ଲୀ ଖାନଙ୍କୁ ଆକ୍ରମଣକାରୀର ଆସିଲା ଆଉ ଏକ ନୂଆ ଫଟୋ। ଏଥିରେ ନୀଳ... The post ବଲିଉଡ ଷ୍ଟାର ସୈଫ ଅଲ୍ଲୀ ଖାନଙ୍କୁ ଛୁରା ମାଡ଼ ଘଟଣା, ସାମ୍ନାକୁ ଆସିଲା ଆଉ ଏକ ଫଟୋ appeared first on .
ମୁମ୍ବାଇ : ବଲିଉଡ ସୁପରଷ୍ଟାର ସୈଫ ଅଲ୍ଲୀ ଖାନଙ୍କୁ ଆକ୍ରମଣକାରୀର ଆସିଲା ଆଉ ଏକ ନୂଆ ଫଟୋ। ଏଥିରେ ନୀଳ ରଙ୍ଗର ସାର୍ଟ ପିନ୍ଧିଛି ଆକ୍ରମଣକାରୀ । ତେବେ ପଛରେ ସେହି କଳ ରଙ୍ଗର ବ୍ୟାଗ ପକାଇଛି ଆକ୍ରମଣକାରୀ। ସୈଫ ଅଲ୍ଲୀ ଖାନଙ୍କ ଫ୍ଲାଟରେ ଆକ୍ରମଣ କରିବା ପରେ ଫେରର ବେଳେ କଳା ରଙ୍ଗର ସାର୍ଟ ପିନ୍ଧିଥିଲା ଏହି ଆକ୍ରମଣକାରୀ। ଏବେ ସାର୍ଟ ବଦଳାଇ ବାହାରେ ବୁଲୁଥିବା ଜଣାପଡିଛି। ଫେରାର ପରେ ଏହି ଫଟୋ ମୁମ୍ବାଇ ପୋଲିସର ହସ୍ତଗତ ହୋଇଛି। ତେବେ ପ୍ରକୃତ ଆକ୍ରମଣକାରୀକୁ ଏପର୍ଯ୍ୟନ୍ତ ଧରିପାରିନାହିଁ ପୋଲିସ। ସନ୍ଦେହରେ ଜଣେ ଯୁବକକୁ ଧରିଥିବାବେଳେ ସେହି ବ୍ୟକ୍ତି ଜଣଙ୍କର ଆକ୍ରମଣରେ କୌଣସି ସମ୍ପର୍କ ନଥିବା ଜଣାପଡିଛି। ଏସବୁ ପରେ ମଧ୍ୟ ବିଭିନ୍ନ ଦିଗକୁ ନେଇ ତନାଘନା ଚଳାଇଛି ମୁମ୍ବାଇ ପୋଲିସ। ପ୍ରଥମେ ଆକ୍ରମଣକାରୀର ପ୍ରଥମ ଫଟୋ ଆସିଥିଲା। ସୈଫଙ୍କ ଫ୍ଲାଟକୁ ପ୍ରବେଶ ବେଳେ ଅଭିଯୁକ୍ତ ଫାୟାର ଏକଜିଟ୍ ସିଡ଼ିକୁ ବାଛିଥିଲା। ପାହାଚରେ ଯାଇ ସୈଫଙ୍କ ଫ୍ଲାଟରେ ପଶିଥିଲା। ସିଡିରେ ଯାଉଥିବା ଦୃଶ୍ୟ ଲାଗିଥିବା ସିସିଟିଭିରେ କଏଦ ହୋଇଥିଲା। ସେପଟେ ସୈଫଙ୍କ ଅପରେସନ ପରେ ସେ ଧିରେ ଧିରେ ସୁସ୍ଥ ହେଉଛନ୍ତି।ଆଇସିୟୁରୁ ବାହାର କରି ତାଙ୍କୁ ସ୍ପେଶାଲ ୱାର୍ଡରେ ରଖାଯାଇଛି। ଏବେ ଠିକରେ ଚଲାବୁଲା କରି ପାରୁଛନ୍ତି ସୈଫ। ମେରୁଦଣ୍ଡରୁ ବାହାରୁଥିବା ତରଳ ପଦାର୍ଥ ଧିରେ ଧିରେ ଠିକ ହେଉଥିବା କହିଛନ୍ତି ଡାକ୍ତର।
The post ବଲିଉଡ ଷ୍ଟାର ସୈଫ ଅଲ୍ଲୀ ଖାନଙ୍କୁ ଛୁରା ମାଡ଼ ଘଟଣା, ସାମ୍ନାକୁ ଆସିଲା ଆଉ ଏକ ଫଟୋ appeared first on .