ଜାତୀୟ ରାଜନୀତିରେ ଚାଲିଛି ମ୍ୟାଚ ଫିକ୍ସିଂ: ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ: ଜାତୀୟ ରାଜନୀତିରେ ଚାଲିଛି ମ୍ୟାଚ ଫିକ୍ସିଂ। ଜାଲିଆତି କରି ନିର୍ବାଚନ ବିଜୟ ଲାଗି ଆଶା ବାନ୍ଧିଛି ବିଜେପି। ଦେଶର... The post ଜାତୀୟ ରାଜନୀତିରେ ଚାଲିଛି ମ୍ୟାଚ ଫିକ୍ସିଂ: ରାହୁଲ ଗାନ୍ଧୀ appeared first on .
ନୂଆଦିଲ୍ଲୀ: ଜାତୀୟ ରାଜନୀତିରେ ଚାଲିଛି ମ୍ୟାଚ ଫିକ୍ସିଂ। ଜାଲିଆତି କରି ନିର୍ବାଚନ ବିଜୟ ଲାଗି ଆଶା ବାନ୍ଧିଛି ବିଜେପି। ଦେଶର ସବୁଠାରୁ ବଡ ଦଳ କଂଗ୍ରେସର ଆକାଉଣ୍ଟ ବନ୍ଦ କରିଦିଆଯାଇଛି। ଟଙ୍କା ବଳରେ ସରକାର ଭାଙ୍ଗିଦିଆଯାଉଛି। ନେତାଙ୍କୁ ଜେଲରେ ଭର୍ତ୍ତି କରାଯାଉଛି। ମାତ୍ର ହିନ୍ଦୁସ୍ତାନର ସ୍ବରକୁ କେହି ଦବାଇ ପାରିବେ ନାହିଁ ବୋଲି କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଦିଲ୍ଲୀରେ ଇଣ୍ଡିଆ ମେଣ୍ଟର ଲୋକତନ୍ତ୍ର ବଞ୍ଚାଅ ରାଲିରେ ଦେଶରେ ଗଣତନ୍ତ୍ରର ସୁରକ୍ଷା ଲାଗି ଆହ୍ବାନ ଦେଇଛନ୍ତି ଇଣ୍ଡିଆ ମେଣ୍ଟ ସଦସ୍ଯ। ରାଲିରେ ମୁଖ୍ଯମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବାର୍ତ୍ତା ପାଠ କରିଥିଲେ ପତ୍ନୀ ସୁନୀତା। ଏହି ଅବସରରେ ସୁନୀତା ଦେଇଥିଲେ ୬ ଗ୍ଯାରେଣ୍ଟି। ତାହା ହେଲା ସାରା ଦେଶରେ ବିଦ୍ଯୁତ କାଟ ହେବ ନାହିଁ। ଦେଶର ଗରିବଙ୍କୁ ମାଗଣା ବିଜୁଳି, ପ୍ରତି ଗ୍ରାମରେ ଗୋଟିଏ ଭଲ ସ୍କୁଲ, ପ୍ରତିଗ୍ରାମରେ ମହଲା କ୍ଲିନିକ, ପ୍ରତି ଜିଲ୍ଲାରେ ବହୁମୁଖୀ ସ୍ବାସ୍ଥ୍ଯ କେନ୍ଦ୍ର, ଚାଷୀଙ୍କୁ ଏମଏସପି, ଦିଲ୍ଲୀବାସୀଙ୍କୁ ନ୍ଯାୟ। ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ ବି ନିଜ ଉଦବୋଧନରେ କେନ୍ଦ୍ର ଉପରେ ବର୍ଷିଥିଲେ। ଦେଶର ସମ୍ବିଧାନକୁ ନଷ୍ଟ କରାଯାଉଥିବାବେଳେ ନାଗରିକ ଅଧିକାର ବିପନ୍ନ ହୋଇଛି ବୋଲି ସେ କହିଥିଲେ। ରାମଲୀଳା ମଇଦାନରେ ଆୟୋଜିତ ଲୋକତନ୍ତ୍ର ବଚାଓ ରାଲିରେ ହଜାର ହଜାର କର୍ମୀ ସାମିଲ ହୋଇଥିଲେ। ସମାବେଶରେ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗ, କଂଗ୍ରେସ ନେତା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍, ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବ, ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ, ଏନସି ନେତା ଫାରୁକ ଅବଦୁଲ୍ଲା, ପିଡିପି ମୁଖ୍ୟ ମେହବୁବା ମୁଫତି, ଶିବସେନା ନେତା ଉଦ୍ଧବ ଠାକରେ, ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ଓ ବାମପନ୍ଥୀ ନେତା ପ୍ରମୁଖ ଯୋଗଦେଇଥିଲେ ।
The post ଜାତୀୟ ରାଜନୀତିରେ ଚାଲିଛି ମ୍ୟାଚ ଫିକ୍ସିଂ: ରାହୁଲ ଗାନ୍ଧୀ appeared first on .