ବଲିଉଡ୍ ପ୍ରତି ଘୃଣା ଆସୁଛି, ମୁଁ ମୁମ୍ବାଇ ଛାଡ଼ି ସାଉଥ୍ ପଳାଇବି: ଅନୁରାଗ କଶ୍ୟପ

ମୁମ୍ବାଇ: ବଲିଉଡ୍ ଆଉ ପୂର୍ବ ଭଳି ନାହିଁ... ସମସ୍ତଙ୍କୁ ଲାଭ ଖୋର୍ ମନବୃତ୍ତି ଘାରିଛି…ଏଠି ରି-ମେକ ଓ ଷ୍ଟାର୍‌ ମେକିଂ କଲଚର ସୃଜନଶୀଳତାର ତଣ୍ଟି ଚିପି ଦେଉଛି। ତେଣୁ ମୁଁ ଭାବିଛି… ମୁମ୍ବାଇ ଛାଡ଼ି ଦେବି….ନିଜର ଉଚ୍ଛାଟ ସୃଜନଶୀଳତା ପାଇଁ ଦକ୍ଷିଣ ସନେ ଇଣ୍ଡଷ୍ଟ୍ରୀକୁ ଚାଲିଯିବି। ବଲିଉଡ୍‌ର ଖ୍ୟାତନାମା ନିର୍ଦ୍ଦେଶକ ଅନୁରାଗ କଶ୍ୟପ ଏପରି କହିଛନ୍ତି। 'ଦ ହଲିଉଡ ରିପୋର୍ଟର' ନାମକ ଏକ ୟୁଟ୍ୟୁବ୍ ଚ୍ୟାନେଲ୍‌କୁ ସାକ୍ଷାତ୍‌କାର ଦେଇ ବଲିଉଡ୍‌ର ପ୍ରତି ପ୍ରବଳ ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ୟାଙ୍ଗ ଅଫ୍ ୱେସେପୁର ନିର୍ଦ୍ଦେଶକ ଅନୁରାଗ କଶ୍ୟପ। ବର୍ତ୍ତମାନ ଏଠି ମୋ ପାଇଁ ବାହାରକୁ ଯାଇ ଗବେଷଣା କରିବା କଷ୍ଟକର ହୋଇପଡ଼ୁଛି। କାରଣ ଏଥିରେ ଖର୍ଚ୍ଚ ବି ରହିଛି। ଆଉ ମୋ ପ୍ରଯୋଜକ ଏହାକୁ ଲାଭ ଓ ମାର୍ଜିନ ସହିତ ଯୋଡ଼ି ଦେଖୁଛନ୍ତି ବୋଲି କହିଛନ୍ତି ଅନୁରାଗ।ନିର୍ଦ୍ଦେଶକ ଆହୁରି କହିଛନ୍ତି “ ଫିଲ୍ମ ପରିକଳ୍ପନା ଆରମ୍ଭ ହେବା ପୂର୍ବରୁ ଏହା କେମିତି ବିକ୍ରି ହେବ ସେ ନେଇ ଆଗ ଆଲୋଚନା ହେଉଛି। ତେଣୁ ଫିଲ୍ମ ତିଆରି କରିବାର ମଜା ଆଉ ମିଳୁ ନାହିଁ। ଏଥିପାଇଁ ମୁଁ ଆସନ୍ତାବର୍ଷ ସୁଦ୍ଧା ମୁମ୍ବାଇରୁ ଚାଲିଯିବାକୁ ଚାହୁଁଛି। ମୁଁ ଦକ୍ଷିଣ ଭାରତକୁ ଯାଉଛି। ମୁଁ ସେଠିକି ଯିବାକୁ ଚାହୁଁଛି ଯେଉଁଠି ସିନେମା ତିଆରି କରିବା ପାଇଁ ଗୋଟେ ଉଦ୍ଦୀପନା, ଉଚ୍ଚାଟପଣ ଅଛି। ନହେଲେ ମୁଁ ଏମିତି ବୁଢ଼ା ହୋଇ ମରିଯିବି। ମୁଁ ମୋ ନିଜ ସିନେମା ଇଣ୍ଡଷ୍ଟ୍ରୀ

ବଲିଉଡ୍ ପ୍ରତି ଘୃଣା ଆସୁଛି, ମୁଁ ମୁମ୍ବାଇ ଛାଡ଼ି ସାଉଥ୍ ପଳାଇବି: ଅନୁରାଗ କଶ୍ୟପ

ମୁମ୍ବାଇ: ବଲିଉଡ୍ ଆଉ ପୂର୍ବ ଭଳି ନାହିଁ... ସମସ୍ତଙ୍କୁ ଲାଭ ଖୋର୍ ମନବୃତ୍ତି ଘାରିଛି…ଏଠି ରି-ମେକ ଓ ଷ୍ଟାର୍‌ ମେକିଂ କଲଚର ସୃଜନଶୀଳତାର ତଣ୍ଟି ଚିପି ଦେଉଛି। ତେଣୁ ମୁଁ ଭାବିଛି… ମୁମ୍ବାଇ ଛାଡ଼ି ଦେବି….ନିଜର ଉଚ୍ଛାଟ ସୃଜନଶୀଳତା ପାଇଁ ଦକ୍ଷିଣ ସନେ ଇଣ୍ଡଷ୍ଟ୍ରୀକୁ ଚାଲିଯିବି। ବଲିଉଡ୍‌ର ଖ୍ୟାତନାମା ନିର୍ଦ୍ଦେଶକ ଅନୁରାଗ କଶ୍ୟପ ଏପରି କହିଛନ୍ତି। 

'ଦ ହଲିଉଡ ରିପୋର୍ଟର' ନାମକ ଏକ ୟୁଟ୍ୟୁବ୍ ଚ୍ୟାନେଲ୍‌କୁ ସାକ୍ଷାତ୍‌କାର ଦେଇ ବଲିଉଡ୍‌ର ପ୍ରତି ପ୍ରବଳ ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ୟାଙ୍ଗ ଅଫ୍ ୱେସେପୁର ନିର୍ଦ୍ଦେଶକ ଅନୁରାଗ କଶ୍ୟପ। ବର୍ତ୍ତମାନ ଏଠି ମୋ ପାଇଁ ବାହାରକୁ ଯାଇ ଗବେଷଣା କରିବା କଷ୍ଟକର ହୋଇପଡ଼ୁଛି। କାରଣ ଏଥିରେ ଖର୍ଚ୍ଚ ବି ରହିଛି। ଆଉ ମୋ ପ୍ରଯୋଜକ ଏହାକୁ ଲାଭ ଓ ମାର୍ଜିନ ସହିତ ଯୋଡ଼ି ଦେଖୁଛନ୍ତି ବୋଲି କହିଛନ୍ତି ଅନୁରାଗ।

ନିର୍ଦ୍ଦେଶକ ଆହୁରି କହିଛନ୍ତି “ ଫିଲ୍ମ ପରିକଳ୍ପନା ଆରମ୍ଭ ହେବା ପୂର୍ବରୁ ଏହା କେମିତି ବିକ୍ରି ହେବ ସେ ନେଇ ଆଗ ଆଲୋଚନା ହେଉଛି। ତେଣୁ ଫିଲ୍ମ ତିଆରି କରିବାର ମଜା ଆଉ ମିଳୁ ନାହିଁ। ଏଥିପାଇଁ ମୁଁ ଆସନ୍ତାବର୍ଷ ସୁଦ୍ଧା ମୁମ୍ବାଇରୁ ଚାଲିଯିବାକୁ ଚାହୁଁଛି। ମୁଁ ଦକ୍ଷିଣ ଭାରତକୁ ଯାଉଛି। ମୁଁ ସେଠିକି ଯିବାକୁ ଚାହୁଁଛି ଯେଉଁଠି ସିନେମା ତିଆରି କରିବା ପାଇଁ ଗୋଟେ ଉଦ୍ଦୀପନା, ଉଚ୍ଚାଟପଣ ଅଛି। ନହେଲେ ମୁଁ ଏମିତି ବୁଢ଼ା ହୋଇ ମରିଯିବି। ମୁଁ ମୋ ନିଜ ସିନେମା ଇଣ୍ଡଷ୍ଟ୍ରୀକୁ ନେଇ ବହୁତ ହତାଶ ଓ ନିରାଶ ଅଛି। ଏମାନଙ୍କ ମାନସିକତା ମୋତେ ଘୃଣା ଲାଗୁଛି।”   

୨୦୨୪ ଫେବ୍ରୁଆରୀରେ ପରଦାକୁ ଆସିଥିବା ଦକ୍ଷିଣ ମାଲାୟାଲମ ସିନେମା ମଞ୍ଜୁମେଲ ବଏସ୍‌କୁ ନେଇ ସେ ଦୁଃଖ ପ୍ରକାଶ କରିଥିଲେ। କାଶ୍ୟପ କହିଥିଲେ ଯେ ଏହିଭଳି ସିନେମା, ଯାହା ସଦ୍ୟତମ ପରୀକ୍ଷାମୂଳକ କାହାଣୀ ଦେଖାଏ ତାହା ବଲିଉଡ୍‌ରେ ତିଆରି ହୋଇପାରିବ ନାହିଁ, ବରଂ ବକ୍ସ ଅପିସ୍‌ରେ ହିଟ୍ ହେବା ପରେ ଏହାକୁ ରି-ମେକ କରାଯିବ। ଏଠି ରି-ମେକ କରିବାର ଗୋଟିଏ ଚିନ୍ତାଧାରା ତିଆରି ହୋଇଗଲାଣି, ସେମାନେ କୌଣସି ନୂଆ ଚେଷ୍ଟା କରୁ ନାହାନ୍ତି ବୋଲି କଶ୍ୟପ କହିଛନ୍ତି।

ନିର୍ଦ୍ଦେଶକରୁ ଅଭିନେତା ସାଜିଥିବା କଶ୍ୟପ ବିଲଉଡ୍‌ରେ ଚାଲିଥିବା ଷ୍ଟାର୍‌ ମେକିଂ ପ୍ରୋସେସ୍‌କୁ ମଧ୍ୟ ବିରୋଧ କରିଛନ୍ତି। ବଡ଼ ବଡ଼ ଏଜେନ୍ସିମାନେ ନୂଆ ନୂଆ ପ୍ରତିଭାଙ୍କୁ ପ୍ରଭାବିତ କରୁଛନ୍ତି। ପୁରୁଣା ହିଁ ରାଜ୍ କରୁଛନ୍ତି ନୂଆଙ୍କୁ ସ୍ଥାନ ମିଳୁ ନାହିଁ। ସମସ୍ତେ ଏଠି ଷ୍ଟାର୍ ହେବାକୁ ଚାହୁଁଛନ୍ତି ବୋଲି ସେ କହିଛନ୍ତି।  

ବଡ଼ ଏଜେନ୍ସି ଦ୍ୱାରା  ପ୍ରଭାବିତ ହୋଇଥିବା ଜଣେ ନୂଆ କଳାକରାଙ୍କ ଉଦାହରଣ ଦେଇ କଶ୍ୟପ କହିଛନ୍ତି ଯେ ଜଣେ ନୂଆ ଅଭିନେତା ଏଜେନ୍ସି କଥାରେ ପଡ଼ି ମୋତେ ଛାଡ଼ି ଦେଇଥିଲେ। ହେଲେ ଯେତେବେଲେ ତାଙ୍କୁ ସିନେମାରୁ ବାହାର କରିଦିଆ ଗଲା ତେବେ ସେ ମୋ ପାଖକୁ ଆସିଥିଲେ ପାରମର୍ଶ ପାଇଁ 

ଏଜେନ୍ସିକୁ ନେଇ କଶ୍ଯପ କହିଛନ୍ତି “ଏଜେନ୍ସି ଠିକ୍ ଏହିଭଳି କରନ୍ତି। ସେ ଆପଣଙ୍କ ଠାରୁ ପଇସା କମାନ୍ତି। ସେମାନେ ନୂଆ ତିଆରି କରିବାକୁ ଚାହାନ୍ତି ନାହିଁ। ସେମାନେ ନୂଆ କଳାକାରଙ୍କୁ ବଢ଼ିବାକୁ ଦିଅନ୍ତି ନାହିଁ। ସେମାନଙ୍କୁ ୱାର୍କସପ୍‌କୁ ପଠାଇବା ବଦଳରେ ଆଗ ଜିମ୍ ସେଣ୍ଟର ପଠାଉଛନ୍ତି।” ଫିଲ୍ମ ନିର୍ମାତା ଓ ଅଭିନେତାଙ୍କ ମଧ୍ୟରେ ଏହି ଏଜେନ୍ସିମାନେ ବର୍ତ୍ତମାନ ପାଚେରି ହୋଇ ଛିଡ଼ା ହୋଇଛନ୍ତି। 

ସେହିପରି ବଲିଉଡ୍‌ର କିଛି ଅଭିନେତା ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଅନୁରାଗ କଶ୍ୟପ। ସେ କହିଛନ୍ତି ଯେ ମୋର ଜଣେ ଅଭିନେତା ଯାହାଙ୍କୁ ମୁଁ ମୋ ବନ୍ଧୁ ଭାବୁଥିଲେ ସେ ନିଜ ସ୍ୱାର୍ଥ ପାଇଁ ସେ ମୋତେ ଭୁଲିଗଲେ। ବଲିଉଡ୍‌ରେ ପ୍ରାୟ ଏମିତି ହୁଏ। କିନ୍ତୁ ମାଲାୟଲମ ସିନେମାରେ ଏମିତି ହୁଏନା। ସାଉତ୍ ଫିଲ୍ମ ଇଣ୍ଡଷ୍ଟ୍ରୀରେ ସମସ୍ତେ ମିଳିମିଶି କାମ କରିବାର ପରମ୍ପରାକୁ ପ୍ରଶଂସା କରିଛନ୍ତି ଅନୁରାଗ। ସୂଚନା ଥାଉକି ଅନୁରାଗ ବାଶୁ ନିକଟରେ ମାଲାୟାଲମ ସିନେମାରେ କାମ କରିଛନ୍ତି। ଆକ୍ସନ ଥ୍ରିଲର ରିଫ୍ଲେ କ୍ଲବ୍‌ରେ ଅଭିନୟ କରିଛନ୍ତି ଅନୁରାଗ କଶ୍ୟପ। ୨୦୨୪ ଡିସେମ୍ବର ୧୯ ତାରିଖରେ ଏହା ମୁକ୍ତିଲାଭ କରିଥିଲା।