ବଲିଉଡ୍ ସାରା ବିଶ୍ୱରେ ଭାରତକୁ ନକାରାତ୍ମକ ଭାବେ ପ୍ରୋଜେକ୍ଟ କରୁଛି; ଋଷଭ ଶେଟ୍ଟୀ

'କାନ୍ତାରା' ପାଇଁ ଋଷଭ ଶେଟ୍ଟୀ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଛନ୍ତି। ଗୋଟିଏ ପଟେ ପ୍ରଶଂସକମାନେ ଅଭିନେତାଙ୍କୁ ପ୍ରଶଂସା କରୁଥିବା ବେଳେ ଅନ୍ୟପଟେ ବର୍ତ୍ତମାନ ଅଭିନେତା ବଲିଉଡ୍‌ ଇଣ୍ଡଷ୍ଟ୍ରି ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ବିବାଦରେ ଛନ୍ଦି ହୋଇପଡିଛନ୍ତି।

ବଲିଉଡ୍ ସାରା ବିଶ୍ୱରେ ଭାରତକୁ ନକାରାତ୍ମକ ଭାବେ ପ୍ରୋଜେକ୍ଟ କରୁଛି; ଋଷଭ ଶେଟ୍ଟୀ

କନ୍ନଡ ଇଣ୍ଡଷ୍ଟ୍ରିର ବ୍ଲକବଷ୍ଟର ଫିଲ୍ମ 'କାନ୍ତାରା' ୭୦ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଛି। ଏହି ଫିଲ୍ମରେ ଅଭିନୟ ପାଇଁ ଋଷଭ ଶେଟ୍ଟୀ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଛନ୍ତି। ଏହା ସହିତ ଏହି ଫିଲ୍ମଟି ଶ୍ରେଷ୍ଠ ମନୋରଂଜନ ଫିଲ୍ମ ପାଇଁ ମଧ୍ୟ ଜାତୀୟ ପୁରସ୍କାର ପାଇଛି। ଗୋଟିଏ ପଟେ ପ୍ରଶଂସକମାନେ ଅଭିନେତାଙ୍କୁ ପ୍ରଶଂସା କରୁଥିବା ବେଳେ ଅନ୍ୟପଟେ ବର୍ତ୍ତମାନ ଅଭିନେତା ବଲିଉଡ୍‌ ଇଣ୍ଡଷ୍ଟ୍ରି ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ବିବାଦରେ ଛନ୍ଦି ହୋଇପଡିଛନ୍ତି।

ଅଧିକ ପଢ଼ନ୍ତୁ: ମୁଁ ବଲିଉଡ୍‌ ପରି ବ୍ୟକ୍ତି ନୁହେଁ, ମୁଁ ବଲିଉଡ୍‌ର ଲୋକଙ୍କ ସହିତ ବନ୍ଧୁତା କରେନି: କଙ୍ଗନା ରାଣାୱତ

Kantara star rishab shetty got trolled after he criticizes bollywood'କାନ୍ତାରା'ରେ ଥିବା ଏକ ରୋମାଣ୍ଟିକ୍ ଦୃଶ୍ୟରେ ଋଷଭ

ସୋସିଆଲ ମିଡିଆରେ ଲୋକମାନେ ଅଭିନେତା ଋଷଭ ଶେଟ୍ଟୀଙ୍କ ଉପରେ ଆକ୍ରୋସ ମନୋଭାବ ରଖିଛନ୍ତି ଯିଏକି ନିକଟରେ ବଲିଉଡକୁ ସମାଲୋଚନା କରି କହିଛନ୍ତି ଯେ ଏହା ସାରା ବିଶ୍ୱରେ ଫିଲ୍ମକୁ ନକାରାତ୍ମକ ରୂପରେ ପ୍ରୋଜେକ୍ଟ କରୁଛି। ଋଷଭ କହିଛନ୍ତି ଯେ ସେ ତାଙ୍କ “ରାଷ୍ଟ୍ର, ରାଜ୍ୟ ଏବଂ ଭାଷା” କୁ ଏକ ସକାରାତ୍ମକ ଭାବରେ ଉପସ୍ଥାପନ କରିବାରେ ବିଶ୍ୱାସ କରନ୍ତି।

ଅଧିକ ପଢ଼ନ୍ତୁ: ନିଜ ଜୀବନଶୈଳୀକୁ ନେଇ ଏମିତି କହିଲେ ଶାହରୁଖ; ସକାଳ ୫ରେ ଶୋଇ ୯ରେ ଉଠନ୍ତି

ଋଷଭଙ୍କ ବଲିଉଡ୍‌କୁ ଟାର୍ଗେଟ୍:

ଋଷଭ କହିଛନ୍ତି, "ଭାରତୀୟ ଫିଲ୍ମ, ବିଶେଷକରି ବଲିଉଡ୍‌, ପ୍ରାୟତଃ ଭାରତକୁ ନକାରାତ୍ମକ ଭାବରେ ଚିତ୍ରଣ କରିଥାଏ। ଏହି ଫିଲ୍ମଗୁଡିକ ଆନ୍ତର୍ଜାତୀୟ ଇଭେଣ୍ଟରେ ପ୍ରଦର୍ଶିତ ହୁଏ ଏବଂ ଏହାକୁ ବିଶେଷ ଧ୍ୟାନ ଦିଆଯାଏ। ମୋ ପାଇଁ, ମୋ ଦେଶ, ମୋ ରାଜ୍ୟ ଏବଂ ମୋ ଭାଷା ଗର୍ବର ଉତ୍ସ ଏବଂ ମୁଁ ଏସବୁକୁ ଦୁନିଆ ପାଇଁ ଏକ ସକାରାତ୍ମକ ଭାବରେ ଉପସ୍ଥାପନ କରିବାରେ ବିଶ୍ୱାସ କରେ ଏବଂ ମୁଁ ତାହା କରିବାକୁ ଚେଷ୍ଟା କରେ।"

Rishab Shetty and wifeପତ୍ନୀଙ୍କ ସହ ଋଷଭ ଶେଟ୍ଟୀ

ଅଧିକ ପଢ଼ନ୍ତୁ: 'ଏମର୍ଜେନ୍ସି' ରିଲିଜ ପରେ ଅଭିନୟ ଛାଡ଼ିବା ଚର୍ଚ୍ଚାକୁ ନେଇ ଏମିତି କହିଲେ କଙ୍ଗନା...

ଋଷଭଙ୍କୁ ଟ୍ରୋଲ୍:

ଋଷଭଙ୍କ ଫିଲ୍ମ ‘କାନ୍ତାରା’ର ଏକ କ୍ଲିପ୍ ସୋସିଆଲ୍ ମିଡିଆରେ ଶେୟାର କରାଯାଇଥିଲା, ଯେଉଁଥିରେ ସେ ସହ-କଳାକାର ସପ୍ତମୀ ଗୌଡାଙ୍କ ଅଣ୍ଟାକୁ ଚିମୁଡୁଥିଲେ। ଏହା ଉପରେ ମନ୍ତବ୍ୟ ଦେଇ ଜଣେ ବ୍ୟକ୍ତି କହିଛନ୍ତି, "ଆହୁରି ଏକ ଦୃଶ୍ୟ ମଧ୍ୟ ଅଛି ଯେଉଁଠାରେ ସେ ଗାଧୋଇବା ସମୟରେ ଦେଖୁଥିଲେ। ଏହା ଦେଖିବା ପ୍ରକୃତରେ ଅସହଜ ଥିଲା। ଏଥିରେ ସନ୍ଦେହ ନାହିଁ ଯେ ଫିଲ୍ମଟି ବହୁତ ଭଲ ଥିଲା, କିନ୍ତୁ ଭାରତୀୟ ସିନେମାରେ ଯୌନ ଉତ୍ପୀଡ଼ନ ବହୁ ସାଧାରଣ ଭାବେ ନିଆଯାଉଛି।"

Kantara star rishab shetty got trolled after he criticizes bollywood'କାନ୍ତାରା'ରେ ଥିବା ଗାଧୋଇବାର ଏକ ଦୃଶ୍ୟ

ଫିଲ୍ମ ‘କାନ୍ତାରା’ ୨୦୨୨ ମସିହାରେ ମୁକ୍ତିଲାଭ କରିଥିଲା। ଦକ୍ଷିଣ ଭାରତ ସହିତ ଏହି ଫିଲ୍ମକୁ ଉତ୍ତର ଭାରତର ଲୋକମାନେ ମଧ୍ୟ ପସନ୍ଦ କରିଥିଲେ। ଏକ ଲୋକକଥା ଉପରେ ଆଧାରିତ ଏହି ଫିଲ୍ମ ଟିକେଟ୍ ୱିଣ୍ଡୋରେ ଭଲ ପ୍ରଦର୍ଶନ କରିଥିଲା। ଏହି ଫିଲ୍ମରେ ଋଷଭ ଜଣେ ବିଦ୍ରୋହୀ ଭୂମିକାରେ ଅଭିନୟ କରିଥିଲେ ଯିଏ ପ୍ରକୃତିର ଶୋଷଣ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ।