ବଲିଉଡ୍‌କୁ ନେଇ ଆକ୍ଷେପ କଲେ ସୈଫ, କହିଲେ-ଇଣ୍ଡଷ୍ଟ୍ରୀର କେତେ ପାର୍ଥକ୍ୟ ରହିଛି

ମୁମ୍ଵାଇ ୨୧।୧୦: କିଛିଦିନ ତଳେ ମୁକ୍ତି ପାଇଥିବା ଫିଲ୍ମ ‘ଦେବରା: ପାର୍ଟ ୧’ରେ ଜାହ୍ନବୀ   କପୁରଙ୍କ ସହ ସୈଫ ଅଲ୍ଲୀ ଖାନଙ୍କୁ ଦେଖିବାକୁ ମିଳିଥିଲା। ନୂଆ କରି ତେଲୁଗୁ ଫିଲ୍ମ ଜଗତରେ କାମ କରିବାର ଅଭିଜ୍ଞତା କିପରି,  ସେହି ପ୍ରସଙ୍ଗରେ କହିବାକୁ ଯାଇ ସୈଫ ବଲିଉଡ ସହ ଦକ୍ଷିଣୀ ଇଣ୍ଡଷ୍ଟ୍ରୀର କେତେ ପାର୍ଥକ୍ୟ ଅଛି ବଲିଉଡ୍‌କୁ ନେଇ ଆକ୍ଷେପତାହା ଜଣାଇଛନ୍ତି । ସୈଫ ମନେ  କରନ୍ତି, ଏହି ପାର୍ଥକ୍ୟ କାରଣରୁ ଗୋଟିଏ ପରେ ଗୋଟିଏ ଦକ୍ଷିଣୀ   ଫିଲ୍ମ ଲୋକପ୍ରିୟତାର ଶୀର୍ଷ ଛୁଇଁପାରୁଛି । ଏହି ପ୍ରସଙ୍ଗରେ ସେ  ‘ବାହୁବଳୀ’ ଏବଂ ‘କଲ୍କି  ୨୮୯୮ ଏଡି’ ଫିଲ୍ମର  ନାଁ ନେଇଛନ୍ତି। ସଂପ୍ରତି  ଏକ ସାକ୍ଷାତକାରରେ ସୈଫ କହିଛନ୍ତି, ଆମେ  ସବୁବେଳେ ପାଶ୍ଚାତ୍ୟ  ଆଡକୁ ଚାହିଁଥାଉ ।  କିନ୍ତୁ ଦକ୍ଷିଣୀ ଚଳଚ୍ଚିତ୍ର  ଜଗତରେ ଅଭିନେତାରୁ ନେଇ ନିର୍ମାତା, ନିର୍ଦ୍ଦେଶକ ସମସ୍ତେ  ସମାଜର ସବୁଠୁ ତଳ ସ୍ତରର ଲୋକଙ୍କ କଥା ଚିନ୍ତା କରି  କାମ କରିଥାଆନ୍ତି । ଦକ୍ଷିଣୀ ସିନେମାରେ ନାୟକମାନଙ୍କୁ  ଦର୍ଶକମାନେ ଦେବତା ବୋଲି ମାନନ୍ତି । କିନ୍ତୁ ବଲିଉଡରେ   ଅଭିନେତାମାନଙ୍କ ଉଚ୍ଚାରଣ ଏବଂ ଆଚରଣ ହୁଏତ   ସାଧାରଣ ଲୋକଙ୍କୁ ପସନ୍ଦ ହୋଇନଥାଏ । ବାଣିଜ୍ୟିକ   ସିନେମା କ୍ଷେତ୍ରରେ ଦର୍ଶକମାନଙ୍କ ଶ୍ରଦ୍ଧା ଓ   ଭଲପାଇବା ନିହାତି ଦରକାର । ତାହା  ନହେଲେ ଫିଲ୍ମ ହଲ୍‌ରେ ଚାଲିବ  ନାହିଁ । ବଲିଉଡରେ ଏବେ ବି  ପେସାଗତ ମନୋବୃତ୍ତିର ଘୋର  ଅଭାବ ଅଛି ବୋଲି ମ

ବଲିଉଡ୍‌କୁ ନେଇ ଆକ୍ଷେପ କଲେ ସୈଫ, କହିଲେ-ଇଣ୍ଡଷ୍ଟ୍ରୀର କେତେ ପାର୍ଥକ୍ୟ ରହିଛି

ମୁମ୍ଵାଇ ୨୧।୧୦: କିଛିଦିନ ତଳେ ମୁକ୍ତି ପାଇଥିବା ଫିଲ୍ମ ‘ଦେବରା: ପାର୍ଟ ୧’ରେ ଜାହ୍ନବୀ   କପୁରଙ୍କ ସହ ସୈଫ ଅଲ୍ଲୀ ଖାନଙ୍କୁ ଦେଖିବାକୁ ମିଳିଥିଲା। ନୂଆ କରି ତେଲୁଗୁ ଫିଲ୍ମ ଜଗତରେ କାମ କରିବାର ଅଭିଜ୍ଞତା କିପରି,  ସେହି ପ୍ରସଙ୍ଗରେ କହିବାକୁ ଯାଇ ସୈଫ ବଲିଉଡ ସହ ଦକ୍ଷିଣୀ ଇଣ୍ଡଷ୍ଟ୍ରୀର କେତେ ପାର୍ଥକ୍ୟ ଅଛି 

ବଲିଉଡ୍‌କୁ ନେଇ ଆକ୍ଷେପ

ତାହା ଜଣାଇଛନ୍ତି । ସୈଫ ମନେ  କରନ୍ତି, ଏହି ପାର୍ଥକ୍ୟ କାରଣରୁ ଗୋଟିଏ ପରେ ଗୋଟିଏ ଦକ୍ଷିଣୀ   ଫିଲ୍ମ ଲୋକପ୍ରିୟତାର ଶୀର୍ଷ ଛୁଇଁପାରୁଛି । ଏହି ପ୍ରସଙ୍ଗରେ ସେ  ‘ବାହୁବଳୀ’ ଏବଂ ‘କଲ୍କି  ୨୮୯୮ ଏଡି’ ଫିଲ୍ମର  ନାଁ ନେଇଛନ୍ତି। ସଂପ୍ରତି  ଏକ ସାକ୍ଷାତକାରରେ ସୈଫ କହିଛନ୍ତି, ଆମେ  ସବୁବେଳେ ପାଶ୍ଚାତ୍ୟ  ଆଡକୁ ଚାହିଁଥାଉ ।  କିନ୍ତୁ ଦକ୍ଷିଣୀ ଚଳଚ୍ଚିତ୍ର  ଜଗତରେ ଅଭିନେତାରୁ ନେଇ ନିର୍ମାତା, ନିର୍ଦ୍ଦେଶକ ସମସ୍ତେ  ସମାଜର ସବୁଠୁ ତଳ ସ୍ତରର ଲୋକଙ୍କ କଥା ଚିନ୍ତା କରି  କାମ କରିଥାଆନ୍ତି । ଦକ୍ଷିଣୀ ସିନେମାରେ ନାୟକମାନଙ୍କୁ  ଦର୍ଶକମାନେ ଦେବତା ବୋଲି ମାନନ୍ତି । 

କିନ୍ତୁ ବଲିଉଡରେ   ଅଭିନେତାମାନଙ୍କ ଉଚ୍ଚାରଣ ଏବଂ ଆଚରଣ ହୁଏତ   ସାଧାରଣ ଲୋକଙ୍କୁ ପସନ୍ଦ ହୋଇନଥାଏ । ବାଣିଜ୍ୟିକ   ସିନେମା କ୍ଷେତ୍ରରେ ଦର୍ଶକମାନଙ୍କ ଶ୍ରଦ୍ଧା ଓ   ଭଲପାଇବା ନିହାତି ଦରକାର । ତାହା  ନହେଲେ ଫିଲ୍ମ ହଲ୍‌ରେ ଚାଲିବ  ନାହିଁ । ବଲିଉଡରେ ଏବେ ବି  ପେସାଗତ ମନୋବୃତ୍ତିର ଘୋର  ଅଭାବ ଅଛି ବୋଲି ମନେ  କରନ୍ତି ସୈଫ । ପୁଣି ଦକ୍ଷିଣୀ  ସିନେମାରେ ଯେତେ ବଡ  ନାୟକ ବା ନାୟିକା ହେଲେ  ବି ସେମାନେ ମାଟିର ମଣିଷ  ଭଳି ଆଚରଣ କରନ୍ତି । କିନ୍ତୁ  ବଲିଉଡରେ ଷ୍ଟାରଡମ୍‌କୁ  ଅଗ୍ରାଧିକାର ଦିଆଯାଏ ।