ବଲିଉଡ୍ର ଏହି ଗାୟକଙ୍କ ପ୍ରେମରେ ପଡିଛନ୍ତି ସ୍ମୃତି ମନ୍ଧାନା, ଲାଇଭ୍ କନସର୍ଟରେ କରିଥିଲେ ପ୍ରପୋଜ୍
ମୁମ୍ଵାଇ ୨୦।୦୩: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ପ୍ରଥମ ଥର ପାଇଁ ମହିଳା ପ୍ରିମିୟର ଲିଗ୍ (ଡବ୍ଲୁପିଏଲ୍) ଟାଇଟଲ୍ ଜିତି ଇତିହାସ ସୃଷ୍ଟି କରିଥିଲା। ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି WPL ଫାଇନାଲ ମ୍ୟାଚରେ ବାଙ୍ଗାଲୋର ଦିଲ୍ଲୀକୁ ହରାଇଥିଲା । ଟାଇଟଲ୍ ଜିତିବା ପରେ ଆରସିବି ଅଧିନାୟକ ସ୍ମୃତିଙ୍କର ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ଏହି ଫଟୋ WPL ୨୦୨୪ ଟାଇଟଲ୍ ଜିତିବା ପରେ ନିଆଯାଇଛି। ଯେଉଁଥିରେ ଜଣେ ବ୍ୟକ୍ତି ସ୍ମୃତି ମନ୍ଧନାଙ୍କ ଟ୍ରଫି ସହିତ ନଜର ଆସିଛନ୍ତି । ପ୍ରଶଂସକମାନେ ଜାଣିବାକୁ ଚାହାଁନ୍ତି ଯେ ସ୍ମୃତିଙ୍କ ସହ ଦେଖାଯାଉଥିବା ବ୍ୟକ୍ତି ଜଣକ କିଏ? Smriti Mandhana, RCB's first trophy-winning captain ???? ????celebrating with his Rumoured Boy Friend Palash Muchhal pic.twitter.com/PCLsHSPorh— ICT Fan (@Delphy06) March 18, 2024ଏହି ଫଟୋ ବିଷୟରେ ପ୍ରଶଂସକଙ୍କ ମନରେ ଅନେକ ପ୍ରଶ୍ନ ଉଠିଛି । କୁହାଯାଉଛି କି ସେ ସ୍ମୃତିଙ୍କ ରୁମର୍ଡ ବଏଫ୍ରେଣ୍ଡ ପଲାଶ ମୁଚାଲ। ୨୮ ବର୍ଷୀୟ ପଲାଶ ମୁଚ୍ଚାଲ ବଲିଉଡର ଗାୟିକ ପଲକ ମୁଚ୍ଚାଲଙ୍କ ସାନ ଭାଇ । ସେ ଜଣେ ମ୍ୟୁଜିକ୍ କମ୍ପୋଜର ମଧ୍ୟ ଅଟନ୍ତି। ଡବ୍ଲୁପିଏଲ୍ ଫାଇନାଲ୍ ସମୟରେ ଅରୁଣ ଜେଟଲୀ ଷ୍ଟାଡିୟମରେ ମୁଚ୍ଚାଲ ଉପସ୍ଥିତ ଥିଲେ । ଟାଇଟଲ ଜିତିବା ପରେ ସେ ସ୍ମୃତିଙ୍କ ସହ ଫଟୋ ନେଇ ଇନଷ୍ଟାଗ୍ରା
ମୁମ୍ଵାଇ ୨୦।୦୩: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ପ୍ରଥମ ଥର ପାଇଁ ମହିଳା ପ୍ରିମିୟର ଲିଗ୍ (ଡବ୍ଲୁପିଏଲ୍) ଟାଇଟଲ୍ ଜିତି ଇତିହାସ ସୃଷ୍ଟି କରିଥିଲା। ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି WPL ଫାଇନାଲ ମ୍ୟାଚରେ ବାଙ୍ଗାଲୋର ଦିଲ୍ଲୀକୁ ହରାଇଥିଲା । ଟାଇଟଲ୍ ଜିତିବା ପରେ ଆରସିବି ଅଧିନାୟକ ସ୍ମୃତିଙ୍କର ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ଏହି ଫଟୋ WPL ୨୦୨୪ ଟାଇଟଲ୍ ଜିତିବା ପରେ ନିଆଯାଇଛି। ଯେଉଁଥିରେ ଜଣେ ବ୍ୟକ୍ତି ସ୍ମୃତି ମନ୍ଧନାଙ୍କ ଟ୍ରଫି ସହିତ ନଜର ଆସିଛନ୍ତି । ପ୍ରଶଂସକମାନେ ଜାଣିବାକୁ ଚାହାଁନ୍ତି ଯେ ସ୍ମୃତିଙ୍କ ସହ ଦେଖାଯାଉଥିବା ବ୍ୟକ୍ତି ଜଣକ କିଏ?
Smriti Mandhana, RCB's first trophy-winning captain ???? ????celebrating with his Rumoured Boy Friend Palash Muchhal pic.twitter.com/PCLsHSPorh— ICT Fan (@Delphy06) March 18, 2024
ଏହି ଫଟୋ ବିଷୟରେ ପ୍ରଶଂସକଙ୍କ ମନରେ ଅନେକ ପ୍ରଶ୍ନ ଉଠିଛି । କୁହାଯାଉଛି କି ସେ ସ୍ମୃତିଙ୍କ ରୁମର୍ଡ ବଏଫ୍ରେଣ୍ଡ ପଲାଶ ମୁଚାଲ। ୨୮ ବର୍ଷୀୟ ପଲାଶ ମୁଚ୍ଚାଲ ବଲିଉଡର ଗାୟିକ ପଲକ ମୁଚ୍ଚାଲଙ୍କ ସାନ ଭାଇ । ସେ ଜଣେ ମ୍ୟୁଜିକ୍ କମ୍ପୋଜର ମଧ୍ୟ ଅଟନ୍ତି। ଡବ୍ଲୁପିଏଲ୍ ଫାଇନାଲ୍ ସମୟରେ ଅରୁଣ ଜେଟଲୀ ଷ୍ଟାଡିୟମରେ ମୁଚ୍ଚାଲ ଉପସ୍ଥିତ ଥିଲେ । ଟାଇଟଲ ଜିତିବା ପରେ ସେ ସ୍ମୃତିଙ୍କ ସହ ଫଟୋ ନେଇ ଇନଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରିଛନ୍ତି। ସୋସିଆଲ ମିଡିଆରେ ଉଭୟଙ୍କ ଫଟୋ ଭାଇରାଲ ହେଉଛି।
Palash muchhal & Smriti Mandhana With WPL Trophy ♥️#RCBvsDC #DCvsRCB #CricketTwitter #WPLFinal pic.twitter.com/BpaoK8sYLV— RCBIANS OFFICIAL (@RcbianOfficial) March 17, 2024
ମିଡିଆ ରିପୋର୍ଟ ଅନୁଯାୟୀ, ୨୦୨୩ ମସିହାରେ ଏକ ଲାଇଭ୍ କନ୍ସର୍ଟ ସମୟରେ ପଲାଶ ସ୍ମୃତିଙ୍କୁ ଏକ ଗୀତ ଡେଡିକେଟ୍ କରି ନିଜର ପ୍ରେମ ବ୍ୟକ୍ତ କରିଥିଲେ। ଯାହା ପରେ ଉଭୟ ନାମ ପ୍ରାୟତ ଏକାଠି ଯୋଡା ଯାଉଛି। ସ୍ମୃତି ଯେଉଁଠି ମ୍ୟାଚ୍ ଖେଳିବାକୁ ଯାଆନ୍ତି, ପଲାଶ ସେଠାରେ ଉପସ୍ଥିତ ରହି ତାଙ୍କୁ ସମର୍ଥନ କରନ୍ତି। ତାଙ୍କୁ ଅନେକ ଥର ଭାରତୀୟ ଜର୍ସି ପିନ୍ଧିଥିବାର ଦେଖିବାକୁ ମିଳେ। ଖବର ଅନୁଯାୟୀ ଶୁଣିବାକୁ ମିଳିଛି କି ପଲାଶ ଏବଂ ସ୍ମୃତି କିଛି ସମୟ ହେବ ପାଇଁ ପରସ୍ପରକୁ ଡେଟ କରୁଛନ୍ତି । ହେଲେ ଦୁହେଁ ଆଜି ପର୍ଯ୍ୟନ୍ତ ଦହେଁ ନିଜ ସମ୍ପର୍କ ବିଷୟରେ ଖୋଲାଖୋଲି ଭାବେ କିଛି କହି ନାହାଁନ୍ତି।