ସୀମାରେ ୨ ହଜାର ନକ୍ସଲ, ଘେରିଛନ୍ତି ୧୦ ହଜାର ସୁରକ୍ଷାକର୍ମୀ
ମାଲକାନଗିରି ୨୪।୦୪ : ଓଡ଼ିଶା ସୀମାରେ ହାଇଆଲର୍ଟ । ଓଡ଼ିଶା ସମେତ ଚାରି ରାଜ୍ୟର ପୋଲିସ ଏବଂ ସୁରକ୍ଷକର୍ମୀଙ୍କ ପକ୍ଷରୁ ଚାଲିଛି ସର୍ଚ୍ଚ ଅପରେସନ । ଛତିଶଗଡ଼ ଜଙ୍ଗଲରେ ୨ ହଜାର ନକ୍ସଲ ଲୁଚିଥିବା ସୂଚନା ପରେ ୧୦ ହଜାର ସୁରକ୍ଷାକର୍ମୀ ପୁରା ଅଞ୍ଚଳରେ କୁମ୍ବିଂ ଅପରେସନକୁ ଜୋରଦାର କରାଯାଇଛି। ଯେଉଁଥିରେ ଜଣେ ବି ନକ୍ସଲ କିପରି ନବର୍ତ୍ତିବେ । ସେଥିପାଇଁ ସ୍ୱତନ୍ତ୍ର ରଣନୀତି କରାଯାଇଛି । ଖବର ଅନୁଯାୟୀ, ଛତିଶଗଡ଼ ଏବଂ ତେଲେଙ୍ଗାନାର ପ୍ରାୟ ୨ ହଜାର ମାଓବାଦୀ କାରେଗୁଟା ଜଙ୍ଗଲ ଓ ପାହାଡ଼ରେ ରହି ବଡ଼ ହିଂସାକାଣ୍ଡ କରୁଥିବାର ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ୪ ରାଜ୍ୟର ୪ ରାଜ୍ୟର ପ୍ରାୟ ୧୦ ହଜାର ଯବାନଙ୍କୁ କାରେଗୁଟାରେ ମୁତୟନ କରାଯାଇଛି । ଡ୍ରୋନ ଏବଂ ହେଲିକପ୍ଟର୍ ସହାୟତାରେ ପୂରା ଅଞ୍ଚଳ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି । ସିଆରପିଏଫ ଡିଜି ଏବଂ ଅନ୍ୟ କେତେକ ବରିଷ୍ଠ ଅଧିକାରୀ ସେଠାରେ ପହଞ୍ଚିଛନ୍ତି ।
ମାଲକାନଗିରି ୨୪।୦୪ : ଓଡ଼ିଶା ସୀମାରେ ହାଇଆଲର୍ଟ । ଓଡ଼ିଶା ସମେତ ଚାରି ରାଜ୍ୟର ପୋଲିସ ଏବଂ ସୁରକ୍ଷକର୍ମୀଙ୍କ ପକ୍ଷରୁ ଚାଲିଛି ସର୍ଚ୍ଚ ଅପରେସନ । ଛତିଶଗଡ଼ ଜଙ୍ଗଲରେ ୨ ହଜାର ନକ୍ସଲ ଲୁଚିଥିବା ସୂଚନା ପରେ ୧୦ ହଜାର ସୁରକ୍ଷାକର୍ମୀ ପୁରା ଅଞ୍ଚଳରେ କୁମ୍ବିଂ ଅପରେସନକୁ ଜୋରଦାର କରାଯାଇଛି। ଯେଉଁଥିରେ ଜଣେ ବି ନକ୍ସଲ କିପରି ନବର୍ତ୍ତିବେ । ସେଥିପାଇଁ ସ୍ୱତନ୍ତ୍ର ରଣନୀତି କରାଯାଇଛି ।
ଖବର ଅନୁଯାୟୀ, ଛତିଶଗଡ଼ ଏବଂ ତେଲେଙ୍ଗାନାର ପ୍ରାୟ ୨ ହଜାର ମାଓବାଦୀ କାରେଗୁଟା ଜଙ୍ଗଲ ଓ ପାହାଡ଼ରେ ରହି ବଡ଼ ହିଂସାକାଣ୍ଡ କରୁଥିବାର ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ୪ ରାଜ୍ୟର ୪ ରାଜ୍ୟର ପ୍ରାୟ ୧୦ ହଜାର ଯବାନଙ୍କୁ କାରେଗୁଟାରେ ମୁତୟନ କରାଯାଇଛି । ଡ୍ରୋନ ଏବଂ ହେଲିକପ୍ଟର୍ ସହାୟତାରେ ପୂରା ଅଞ୍ଚଳ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି । ସିଆରପିଏଫ ଡିଜି ଏବଂ ଅନ୍ୟ କେତେକ ବରିଷ୍ଠ ଅଧିକାରୀ ସେଠାରେ ପହଞ୍ଚିଛନ୍ତି ।