ବଲିଉଡ୍ରେ ଡେବ୍ୟୁ କରିବେ ଉର୍ଫି, ହାତରେ ଲାଗିଛି ବଡ଼ ଅଫର୍…
ବମ୍ବେ: ବଲିଉଡ୍ରେ ଡେବ୍ୟୁ କରିବେ ସୋସିଆଲ ମିଡିଆ ସେନସେଶନ ଉର୍ଫି ଜାଭେଦ। ନିଜର ଅଜବ ପୋଷାକ ପରିଧାନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ସେ। ହେଲେ ଏବେ ସେ ନିଜର ଅଭିନୟର ଯାଦୁ ଦେଖାଇବାକୁ ପ୍ରସ୍ତୁତ। ୧୪ ବର୍ଷ ପୂର୍ବେ ଆସିଥିବା ଫିଲ୍ମ ‘ଲଭ୍ ସେକ୍ସ ଧୋକା’ର ସିକୁଏଲ୍ରେ ସେ ନଜର ଆସିବେ। ଫିଲ୍ମକୁ ଏକତା କପୁର ନିର୍ମାଣ କରୁଛନ୍ତି। ଏଥିରେ ଇଣ୍ଟରନେଟ୍ ଯୁଗରେ ପ୍ରେମ ଏବଂ ରିଲେଶନସିପ୍ର ଝଲକ ନଜର ଆସିବ। କାହାଣୀକୁ ଦେଖିଲେ ଉର୍ଫି ସେଥିରେ […] The post ବଲିଉଡ୍ରେ ଡେବ୍ୟୁ କରିବେ ଉର୍ଫି, ହାତରେ ଲାଗିଛି ବଡ଼ ଅଫର୍… appeared first on Dharitri Odia News.
ବମ୍ବେ: ବଲିଉଡ୍ରେ ଡେବ୍ୟୁ କରିବେ ସୋସିଆଲ ମିଡିଆ ସେନସେଶନ ଉର୍ଫି ଜାଭେଦ। ନିଜର ଅଜବ ପୋଷାକ ପରିଧାନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ସେ। ହେଲେ ଏବେ ସେ ନିଜର ଅଭିନୟର ଯାଦୁ ଦେଖାଇବାକୁ ପ୍ରସ୍ତୁତ। ୧୪ ବର୍ଷ ପୂର୍ବେ ଆସିଥିବା ଫିଲ୍ମ ‘ଲଭ୍ ସେକ୍ସ ଧୋକା’ର ସିକୁଏଲ୍ରେ ସେ ନଜର ଆସିବେ।
ଫିଲ୍ମକୁ ଏକତା କପୁର ନିର୍ମାଣ କରୁଛନ୍ତି। ଏଥିରେ ଇଣ୍ଟରନେଟ୍ ଯୁଗରେ ପ୍ରେମ ଏବଂ ରିଲେଶନସିପ୍ର ଝଲକ ନଜର ଆସିବ। କାହାଣୀକୁ ଦେଖିଲେ ଉର୍ଫି ସେଥିରେ ଫିଟ୍ ହେବେ ବୋଲି କୁହାଯାଉଛି।
ବାଲାଜୀ ଟେଲିଫିଲ୍ସ ବ୍ୟାନରରେ ଏହା ନିର୍ମାଣ ହେବାକୁ ଥିବା ବେଳେ ଦିବାକର ବାନାର୍ଜୀ ନିର୍ଦ୍ଦେଶନା ଭାର ସମ୍ଭାଳିବେ। ଏକତା କପୁର ଏବଂ ଶୋଭା କପୁର ପ୍ରଯୋଜନା ଦାୟିତ୍ୱ ତୁଲାଇବେ। ୨୦୨୪ ଏପ୍ରିଲ ୧୯ରେ ଫିଲ୍ମ ରିଲିଜ କରାଯିବ।
The post ବଲିଉଡ୍ରେ ଡେବ୍ୟୁ କରିବେ ଉର୍ଫି, ହାତରେ ଲାଗିଛି ବଡ଼ ଅଫର୍… appeared first on Dharitri Odia News.