ବଲିଉଡ୍‌ରେ ପରିବର୍ତ୍ତନ ଆବଶ୍ୟକ

ମୁମ୍ବାଇ: ଅଭିନେତା ବରୁଣ ଧାୱନ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ବେବି ଜନ୍‌’ ପାଇଁ ଏବେ ଚର୍ଚ୍ଚାରେ ରହିଛନ୍ତି। ଫିଲ୍ମର ପ୍ରମୋଶନରେ ସେ ଏବେ ବ୍ୟସ୍ତ ଅଛନ୍ତି। ସମ୍ପ୍ରତି ବଲିଉଡ୍‌ ଇଣ୍ଡଷ୍ଟ୍ରି କିଛିମାତ୍ରାରେ ପରିବର୍ତ୍ତନ ଆବଶ୍ୟକ କରୁଛି ବୋଲି ରବିବାର ବରୁଣ ଏକ ସାକ୍ଷାତ୍‌କାରରେ କହିଛନ୍ତି। ବରୁଣ କହିଛନ୍ତି, ଏବେ ବଲିଉଡ୍‌ରେ ଏପରି କିଛି ଲୋକ ପ୍ରାଧାନ୍ୟ ବିସ୍ତାର କରି ରହିଛନ୍ତି, ଯେଉଁମାନଙ୍କ ଚିନ୍ତାଧାରା ସମ୍ପୂର୍ଣ୍ଣ ଭାରତର ଚାଲିଚଳନ ଓ ସଂସ୍କୃତିକୁ ଦର୍ଶାଉ ନାହିଁ। ସେମାନଙ୍କ ଚିନ୍ତାଧାରା କେବଳ ମୁମ୍ବାଇ […] The post ବଲିଉଡ୍‌ରେ ପରିବର୍ତ୍ତନ ଆବଶ୍ୟକ appeared first on Dharitri Odia News.

ବଲିଉଡ୍‌ରେ ପରିବର୍ତ୍ତନ ଆବଶ୍ୟକ

ମୁମ୍ବାଇ: ଅଭିନେତା ବରୁଣ ଧାୱନ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ବେବି ଜନ୍‌’ ପାଇଁ ଏବେ ଚର୍ଚ୍ଚାରେ ରହିଛନ୍ତି। ଫିଲ୍ମର ପ୍ରମୋଶନରେ ସେ ଏବେ ବ୍ୟସ୍ତ ଅଛନ୍ତି। ସମ୍ପ୍ରତି ବଲିଉଡ୍‌ ଇଣ୍ଡଷ୍ଟ୍ରି କିଛିମାତ୍ରାରେ ପରିବର୍ତ୍ତନ ଆବଶ୍ୟକ କରୁଛି ବୋଲି ରବିବାର ବରୁଣ ଏକ ସାକ୍ଷାତ୍‌କାରରେ କହିଛନ୍ତି। ବରୁଣ କହିଛନ୍ତି, ଏବେ ବଲିଉଡ୍‌ରେ ଏପରି କିଛି ଲୋକ ପ୍ରାଧାନ୍ୟ ବିସ୍ତାର କରି ରହିଛନ୍ତି, ଯେଉଁମାନଙ୍କ ଚିନ୍ତାଧାରା ସମ୍ପୂର୍ଣ୍ଣ ଭାରତର ଚାଲିଚଳନ ଓ ସଂସ୍କୃତିକୁ ଦର୍ଶାଉ ନାହିଁ। ସେମାନଙ୍କ ଚିନ୍ତାଧାରା କେବଳ ମୁମ୍ବାଇ ମଧ୍ୟରେ ସୀମିତ ରହିଯାଉଛି। ବଲିଉଡ୍‌କୁ ଆହୁରି ଲୋକପ୍ରିୟ କରାଇବା ପାଇଁ ଦେଶର ବିଭିନ୍ନ ପ୍ରାନ୍ତରୁ ଦର୍ଶକଙ୍କ ଭଲ ପାଇବା ମିଳିବା ଆବଶ୍ୟକ। ‘ଦି ରନ୍‌ଭୀର ଶୋ’ ପୋଡ୍‌କାଷ୍ଟରେ ବରୁଣ କହିଛନ୍ତି, ବର୍ତ୍ତମାନ ବଲିଉଡ୍‌ର ଅଧିକାଂଶ ତାରକା ମୁମ୍ବାଇ କିମ୍ବା ଦେଶର ୪ରୁ ୫ଟି ବଡ଼ ବଡ଼ ସହରରୁ ଆସୁଛନ୍ତି। ଦେଶର ଅନ୍ୟାନ୍ୟ ପ୍ରାନ୍ତର ସ୍ବର ମଧ୍ୟ ବଲିଉଡ୍‌ରେ ଶୁଣାଯିବାର ଆବଶ୍ୟକତା ରହିଛି। ଏପରି ହେଲେ ପ୍ୟାନ୍‌ ଇଣ୍ଡିଆ ସ୍ତରରେ ବଲିଉଡ୍‌ ଆହୁରି ଅଧିକ ଆଦୃତ ହୋଇ ପାରିବ। ବଲିଉଡ୍‌ର ନାମୀଦାମୀ ଫିଲ୍ମ ନିର୍ମାତା ଓ ନିର୍ଦ୍ଦେଶକମାନେ ସମୟ ସହ ପରିବର୍ତ୍ତନର ଆବଶ୍ୟକତାକୁ ବୁଝିବା ଆବଶ୍ୟକ। ସାମ୍ପ୍ରତିକ ସ୍ଥିତିରେ ବଲିଉଡ୍‌ ଏହାର ପ୍ରାସଙ୍ଗିକତାକୁ କିଛି ମାତ୍ରାରେ ହରାଇଛି, ଯାହାକୁ ସ୍ବୀକାର କରିବାକୁ ପଡ଼ିବ।

The post ବଲିଉଡ୍‌ରେ ପରିବର୍ତ୍ତନ ଆବଶ୍ୟକ appeared first on Dharitri Odia News.