ରାସ୍ତାକଡରେ ବାଇକ୍ ପୋଡି ଦେଲେ ଦୁର୍ବୁତ୍ତ

କନ୍ଧମାଳ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ବରେବାଟା ଗାଁରେ ଅଭାବନୀୟ ଘଟଣା ଘଟିଛି। ରାସ୍ତାକଡରେ ବାଇକ୍ ପୋଡି ଦେଲେ ଦୁର୍ବୁତ୍ତ। ରବିବାର ବିଳମ୍ବିତ ରାତିରେ କାଶିନୀପଦରଠାରୁ ଦଣ୍ଡଯାତ୍ରା ଚାଲୁଥିଲା। ଏହି ସମୟରେ ପ୍ରବଳ ଗହଳି ଥିବାରୁ ଗାଁର ଶ୍ରୀକାନ୍ତ କହଁର ନାମକ ଜଣେ ବ୍ୟକ୍ତି ତାଙ୍କ ବାଇକ୍ କୁ ଘର ଭିତରକୁ ନେଇ ନ ପାରି ରାସ୍ତା କଡରେ ରଖିଥିଲେ। ରାତିରେ କେହି ନଥିବାର ସୁଯୋଗ ନେଇ କୌଣସି ଦୁର୍ବୁତ୍ତ ତାଙ୍କ ଗାଡିରେ ନିଆଁ ଲଗାଇ ଦେଇଥିଲା। […]

ରାସ୍ତାକଡରେ ବାଇକ୍ ପୋଡି ଦେଲେ ଦୁର୍ବୁତ୍ତ

କନ୍ଧମାଳ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ବରେବାଟା ଗାଁରେ ଅଭାବନୀୟ ଘଟଣା ଘଟିଛି। ରାସ୍ତାକଡରେ ବାଇକ୍ ପୋଡି ଦେଲେ ଦୁର୍ବୁତ୍ତ। ରବିବାର ବିଳମ୍ବିତ ରାତିରେ କାଶିନୀପଦରଠାରୁ ଦଣ୍ଡଯାତ୍ରା ଚାଲୁଥିଲା। ଏହି ସମୟରେ ପ୍ରବଳ ଗହଳି ଥିବାରୁ ଗାଁର ଶ୍ରୀକାନ୍ତ କହଁର ନାମକ ଜଣେ ବ୍ୟକ୍ତି ତାଙ୍କ ବାଇକ୍ କୁ ଘର ଭିତରକୁ ନେଇ ନ ପାରି ରାସ୍ତା କଡରେ ରଖିଥିଲେ। ରାତିରେ କେହି ନଥିବାର ସୁଯୋଗ ନେଇ କୌଣସି ଦୁର୍ବୁତ୍ତ ତାଙ୍କ ଗାଡିରେ ନିଆଁ ଲଗାଇ ଦେଇଥିଲା। ଫଳରେ ଗାଡିଟି ଜଳି ସମ୍ପୂର୍ଣ୍ଣ ପାଉଁଶ ହୋଇଯାଇଥିଲା। ଏ ନେଇ ଶ୍ରୀକାନ୍ତ ଫିରିଙ୍ଗିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ୍ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।