ବଲିଉଡ୍‌ରେ ପାଦ ରଖିବେ ଅଲ୍ଲୁ ଅର୍ଜୁନ ! ସଞ୍ଜୟ ଲୀଲା ଭନସାଲୀଙ୍କ ଫିଲ୍ମରେ କରିବେ ଡେବ୍ୟୁ

ମୁମ୍ଵାଇ ୧୪।୦୧; ତେଲୁଗୁ ସୁପରଷ୍ଟାର୍‌ ଅଲ୍ଲୁ ଅର୍ଜୁନ। ତାଙ୍କ ଅଭିନୀତ ‘ପୁଷ୍ପା-୨’ ବକ୍ସ ଅଫିସରେ ବ୍ଲକ୍ ବଷ୍ଟର୍‌ ସାବ୍ୟସ୍ତ ହୋଇଛି। ଏହି ଫିଲ୍ମ ରିଲିଜ୍‌ ହେବା ପୂର୍ବରୁ ହିଁ ଅଲ୍ଲୁ ବିବାଦ ମଧ୍ୟରେ ଛନ୍ଦି ହୋଇପଡିଥିଲେ। ଏହା ତାଙ୍କ କ୍ୟାରିୟରର ପ୍ରଥମ ଫିଲ୍ମ, ଯେଉଁଥିପାଇଁ ତାଙ୍କୁ ଅନେକ ବାଦ ବିବାଦରେ ଘେରି ରହିଥିଲେ । ସନ୍ଧ୍ୟା ଥିଏଟର୍‌ ଦଳାଚକଟା ମାମଲାରେ ତାଙ୍କୁ ଜାମିନ ମିଳିଥିଲା । ନିକଟରେ ଅଲ୍ଲୁ ମୁମ୍ବାଇରେ ନଜର ଆସିଥିଲେ। ଏହି ସମୟରେ ଅଲ୍ଲୁ ବଲିଉଡର ଲୋକପ୍ରିୟ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନସାଲୀଙ୍କୁ ଭେଟିଥିଲେ। ଯାହାର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଅଲ୍ଲୁଙ୍କୁ ସଞ୍ଜୟଲୀଲା ଭନସାଲୀଙ୍କ ଅଫିସ୍ ସାମ୍ନାରେ ଦେଖିବାକୁ ମିଳିଥିଲେ । ସଞ୍ଜୟ ତାଙ୍କୁ କୌଣସି ବଲିଉଡ୍‌ ଫିଲ୍ମରେ ବ୍ରେକ୍‌ ଦେଇ ପାରନ୍ତି ବୋଲି ପ୍ରଶଂସକମାନେ ଅନୁମାନ କରୁଛନ୍ତି। ତେବେ ସନ୍ଧ୍ୟା ଥିଏଟର୍‌ ମାମଲା ପରେ ଅଲ୍ଲୁ ଏକ ଲମ୍ବା ବ୍ରେକ୍‌ ନେଇଛନ୍ତି। ବୋଧ ହୁଏ ଏହି ସମୟରେ ସେ ବଲିଉଡରେ ଡେବ୍ୟୁ ପାଇଁ ନିଜକୁ ପ୍ରସ୍ତୁତ କରିପାରନ୍ତି ।ଅଲ୍ଲୁ ଅର୍ଜୁନ୍‌ଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ, ପ୍ରତି ରବିବାର ଅଦାଲତରେ ହେବେ ହାଜରତେବେ ଏହା ପ୍ରଥମ ଥର ନୁହେଁ ଯେ ସେ ସଞ୍ଜୟଙ୍କୁ ଅଲ୍ଲୁ ଭେଟିଛନ୍ତି । ଗତ ବର୍ଷ ମଧ୍ୟ ଦୁହେଁ ସାକ୍ଷାତ କରିଥିଲେ। ତେବେ ଅଲ୍ଲୁ କେଉଁ ପ୍ରୋଜେକ୍ଟ ପାଇଁ ଭନସାଲୀଙ୍କୁ ଭେଟିଛନ୍ତି । ତାହ

ବଲିଉଡ୍‌ରେ ପାଦ ରଖିବେ ଅଲ୍ଲୁ ଅର୍ଜୁନ ! ସଞ୍ଜୟ ଲୀଲା ଭନସାଲୀଙ୍କ ଫିଲ୍ମରେ କରିବେ ଡେବ୍ୟୁ

ମୁମ୍ଵାଇ ୧୪।୦୧; ତେଲୁଗୁ ସୁପରଷ୍ଟାର୍‌ ଅଲ୍ଲୁ ଅର୍ଜୁନ। ତାଙ୍କ ଅଭିନୀତ ‘ପୁଷ୍ପା-୨’ ବକ୍ସ ଅଫିସରେ ବ୍ଲକ୍ ବଷ୍ଟର୍‌ ସାବ୍ୟସ୍ତ ହୋଇଛି। ଏହି ଫିଲ୍ମ ରିଲିଜ୍‌ ହେବା ପୂର୍ବରୁ ହିଁ ଅଲ୍ଲୁ ବିବାଦ ମଧ୍ୟରେ ଛନ୍ଦି ହୋଇପଡିଥିଲେ। ଏହା ତାଙ୍କ କ୍ୟାରିୟରର ପ୍ରଥମ ଫିଲ୍ମ, ଯେଉଁଥିପାଇଁ ତାଙ୍କୁ ଅନେକ ବାଦ ବିବାଦରେ ଘେରି ରହିଥିଲେ । ସନ୍ଧ୍ୟା ଥିଏଟର୍‌ ଦଳାଚକଟା ମାମଲାରେ ତାଙ୍କୁ ଜାମିନ ମିଳିଥିଲା । ନିକଟରେ ଅଲ୍ଲୁ ମୁମ୍ବାଇରେ ନଜର ଆସିଥିଲେ। ଏହି ସମୟରେ ଅଲ୍ଲୁ ବଲିଉଡର ଲୋକପ୍ରିୟ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନସାଲୀଙ୍କୁ ଭେଟିଥିଲେ। ଯାହାର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ ହେଉଛି। 

ଭିଡିଓରେ ଅଲ୍ଲୁଙ୍କୁ ସଞ୍ଜୟଲୀଲା ଭନସାଲୀଙ୍କ ଅଫିସ୍ ସାମ୍ନାରେ ଦେଖିବାକୁ ମିଳିଥିଲେ । ସଞ୍ଜୟ ତାଙ୍କୁ କୌଣସି ବଲିଉଡ୍‌ ଫିଲ୍ମରେ ବ୍ରେକ୍‌ ଦେଇ ପାରନ୍ତି ବୋଲି ପ୍ରଶଂସକମାନେ ଅନୁମାନ କରୁଛନ୍ତି। ତେବେ ସନ୍ଧ୍ୟା ଥିଏଟର୍‌ ମାମଲା ପରେ ଅଲ୍ଲୁ ଏକ ଲମ୍ବା ବ୍ରେକ୍‌ ନେଇଛନ୍ତି। ବୋଧ ହୁଏ ଏହି ସମୟରେ ସେ ବଲିଉଡରେ ଡେବ୍ୟୁ ପାଇଁ ନିଜକୁ ପ୍ରସ୍ତୁତ କରିପାରନ୍ତି ।

ଅଲ୍ଲୁ ଅର୍ଜୁନ୍‌ଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ, ପ୍ରତି ରବିବାର ଅଦାଲତରେ ହେବେ ହାଜର

ତେବେ ଏହା ପ୍ରଥମ ଥର ନୁହେଁ ଯେ ସେ ସଞ୍ଜୟଙ୍କୁ ଅଲ୍ଲୁ ଭେଟିଛନ୍ତି । ଗତ ବର୍ଷ ମଧ୍ୟ ଦୁହେଁ ସାକ୍ଷାତ କରିଥିଲେ। ତେବେ ଅଲ୍ଲୁ କେଉଁ ପ୍ରୋଜେକ୍ଟ ପାଇଁ ଭନସାଲୀଙ୍କୁ ଭେଟିଛନ୍ତି । ତାହା ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଛି । ଭନସାଲୀ ଏବେ 'ଲଭ୍‌ ଆଣ୍ଡ୍‌ ୱାର୍‌' ଉପରେ କାମ କରୁଛନ୍ତି। ରଣବୀର କପୁର, ଆଲିଆ ଭଟ୍ଟ ଏବଂ ବିକି କୌଶଲ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଛନ୍ତି। କୁହାଯାଉଛି ଯେ ଅଲ୍ଲୁ ଏହି ଫିଲ୍ମରେ କ୍ୟାମିଓ କରିପାରନ୍ତି। ଏହା ପୂର୍ବରୁ ଖବର ଆସିଥିଲା ଯେ ଏହି କ୍ୟାମିଓ ପାଇଁ ଶାହାରୁଖଙ୍କୁ ଆପ୍ରୋଚ୍‌ କରାଯାଇଛି। ଯଦି ଏହି ଖବର ସତ ହୋଇଥାଏ ତେବେ ଅଲ୍ଲୁ ଅର୍ଜୁନ ମଧ୍ୟ 'ଲଭ୍‌ ଆଣ୍ଡ୍‌ ୱାର୍‌' ରେ କ୍ୟାମିଓ କରିପାରନ୍ତି।