ବଳଭଦ୍ରଙ୍କ ମୁଖ୍ୟ ବାଡଗ୍ରାହୀଙ୍କ ବିସ୍ଫୋରକ ବୟାନ, ଗୁଣ୍ଡିଚା ଦିନ ଉପାସ ଥିଲେ ବଡ଼ ଠାକୁର…

ଭୁବନେଶ୍ୱର,୧୩।୭: ଗୁଣ୍ଡିଚା ବିଜେ ପହଣ୍ଡିବେଳେ ଚାରମାଳ ଉପରେ ବଡ଼ଠାକୁର ମୁହଁମାଡି ପଡିଯିବା ଘଟଣା ଏବେ ସମସ୍ତଙ୍କୁ ମର୍ମାହତ କରିଛି । ଏହାର ମୁଖ୍ୟ କାରଣ ସେବାୟତଙ୍କ ବେପୁରୁଆ ମନଭାବ ଓ ଅଣସେବାୟତଙ୍କ ପ୍ରବେଶକୁ ଅନେକ ସ୍ଥଳରେ ଦାୟୀ କରାଯାଇଥିବା ବେଳେ ଏନେଇ ବିସ୍ଫୋରକ ବୟାନ ଦେଇଛନ୍ତି ମହାପ୍ରଭୁ ବଳଭଦ୍ରଙ୍କ ମୁଖ୍ୟ ବାଡଗ୍ରାହୀ ହଳଧର ଦାସ ମହାପାତ୍ର । ଗୁଣ୍ଡିଚା ଦିନ ମହାପ୍ରଭୁ ଭୋକଉପାସରେ ପହଣ୍ଡି କରିଥିଲେ ବୋଲି ସେ କହିଛନ୍ତି । ବାଡଗ୍ରାହୀଙ୍କ କହିବା ଅନୁଯାୟୀ, ଗୋଟିଏ […] The post ବଳଭଦ୍ରଙ୍କ ମୁଖ୍ୟ ବାଡଗ୍ରାହୀଙ୍କ ବିସ୍ଫୋରକ ବୟାନ, ଗୁଣ୍ଡିଚା ଦିନ ଉପାସ ଥିଲେ ବଡ଼ ଠାକୁର… appeared first on Dharitri Odia News.

ବଳଭଦ୍ରଙ୍କ ମୁଖ୍ୟ ବାଡଗ୍ରାହୀଙ୍କ ବିସ୍ଫୋରକ ବୟାନ, ଗୁଣ୍ଡିଚା ଦିନ ଉପାସ ଥିଲେ ବଡ଼ ଠାକୁର…

ଭୁବନେଶ୍ୱର,୧୩।୭: ଗୁଣ୍ଡିଚା ବିଜେ ପହଣ୍ଡିବେଳେ ଚାରମାଳ ଉପରେ ବଡ଼ଠାକୁର ମୁହଁମାଡି ପଡିଯିବା ଘଟଣା ଏବେ ସମସ୍ତଙ୍କୁ ମର୍ମାହତ କରିଛି । ଏହାର ମୁଖ୍ୟ କାରଣ ସେବାୟତଙ୍କ ବେପୁରୁଆ ମନଭାବ ଓ ଅଣସେବାୟତଙ୍କ ପ୍ରବେଶକୁ ଅନେକ ସ୍ଥଳରେ ଦାୟୀ କରାଯାଇଥିବା ବେଳେ ଏନେଇ ବିସ୍ଫୋରକ ବୟାନ ଦେଇଛନ୍ତି ମହାପ୍ରଭୁ ବଳଭଦ୍ରଙ୍କ ମୁଖ୍ୟ ବାଡଗ୍ରାହୀ ହଳଧର ଦାସ ମହାପାତ୍ର । ଗୁଣ୍ଡିଚା ଦିନ ମହାପ୍ରଭୁ ଭୋକଉପାସରେ ପହଣ୍ଡି କରିଥିଲେ ବୋଲି ସେ କହିଛନ୍ତି ।

ବାଡଗ୍ରାହୀଙ୍କ କହିବା ଅନୁଯାୟୀ, ଗୋଟିଏ ଦିନରେ ଗୁଣ୍ଡିଚା ଓ ନେତ୍ରୋତ୍ସବ ନୀତି କରାଯାଇପାରିବ ନାହିଁ । ଏଥିପାଇଁ ସେବକମାନେ ନୀତି କାନ୍ତିରେ ଅବହେଳା କରିଛନ୍ତି । ଯାହାଦ୍ବାରା ଠାକୁରଙ୍କ ନବଯୌବନ ନୀତିକାନ୍ତିରେ ମହାବିଭ୍ରାଟ ହୋଇଛି । ଏହା ସହିତ ଠାକୁର ଅଣସର ଘରେ ଥିବାବେଳେ ଆଜ୍ଞାମାଳ କେମିତି ରଥକୁ ଗଲା ବୋଲି ତାହା ପ୍ରଶ୍ନ କରିଛନ୍ତି ବାଡଗ୍ରାହୀ । ଏହାସହିତ ମହାପ୍ରଭୁଙ୍କୁ ନା ନେତ୍ର ଦିଆଯାଇଥିଲା, ନା ଖାଇବାକୁ ଦିଆଯାଇଥିଲା, ଭୋକ ଉପାସରେ ମହାପ୍ରଭୁ ଯାତ୍ରା କରିଥିବାରୁ ଏଭଳି ଅଘଟଣ ଘଟିଛି ବୋଲି କହିଛନ୍ତି ବାଡଗ୍ରାହୀ ।

ଅନ୍ୟପଟେ ଅଣସେବାୟତ ଓ ରଥ ଉପରେ ମୋବାଇଲ ଫୋନକୁ ମଧ୍ୟ ମୁଖ୍ୟ କାରଣ ବୋଲି କହିଛନ୍ତି ବାଡଗ୍ରାହୀ । ଏନେଇ ବାଡଗ୍ରାହୀ କହିଛନ୍ତି, କିଛି ସେବାୟତ ଯାହାଙ୍କର ପହଣ୍ଡିରେ କୌଣସି କାମ ନ ଥିଲା ସେମାନେ ପହଣ୍ଡିରେ ପଶି ଗହଳି ସୃଷ୍ଟି କରିଥିବାରୁ ଏଭଳି ଅଘଟଣ ଘଟିଲା । ମୋବାଇଲ ମାନିଆ ଓ ସେବାୟତଙ୍କ ଖାମଖିଆଲି କାମ ଏସବୁ କିଛି ପାଇଁ ଦାୟୀ ବୋଲି ସେ କହିଛନ୍ତି ।

The post ବଳଭଦ୍ରଙ୍କ ମୁଖ୍ୟ ବାଡଗ୍ରାହୀଙ୍କ ବିସ୍ଫୋରକ ବୟାନ, ଗୁଣ୍ଡିଚା ଦିନ ଉପାସ ଥିଲେ ବଡ଼ ଠାକୁର… appeared first on Dharitri Odia News.