ବଳାତ୍କାର ଉଦ୍ୟମ ମାମଲାରେ ଅତିରିକ୍ତ ଅଗ୍ନିଶମ ଅଧିକାରୀ ଗିରଫ

ରାୟଗଡ଼ା :  ରାୟଗଡ଼ା ଅଗ୍ନିଶମ ବିଭାଗର ଅତିରିକ୍ତ ଅଗ୍ନିଶମ ଅଧିକାରୀ ରମେଶ ଚନ୍ଦ୍ର ବେହେରାଙ୍କୁ ବଳାତ୍କାର ମାମଲାରେ ରାୟଗଡ଼ା ଟାଉନ ଥାନା ପୁଲିସ ଗିରଫ କରିଛି। ଗିରଫ ପରେ ଡାକ୍ତରୀ ମାଇନା କରାଯାଇ କୋର୍ଟ ଚାଲାଣ କରାଯିବ ବୋଲି ଆଇଆଇସି ପ୍ରସନ୍ନ କୁମାର ବେହେରା କହିଛନ୍ତି। ଜଣେ ମହିଳାଙ୍କ ଅଭିଯୋଗକୁ ଆଧାର କରି ପୁଲିସ କେସ ନଂ ୨୫୫ରେ ମାମଲା ରୁଜୁ କରି ରମେଶ ବେହେରାଙ୍କୁ ଗିରଫ କରିଛି। ଘଟଣାରୁ ପ୍ରକାଶ ଯେ, ରାୟଗଡ଼ାରେ ପ୍ରାୟ ଦୁଇ […]

ବଳାତ୍କାର ଉଦ୍ୟମ ମାମଲାରେ ଅତିରିକ୍ତ ଅଗ୍ନିଶମ ଅଧିକାରୀ ଗିରଫ
Additional fire officer arrested in rape attempt case

ରାୟଗଡ଼ା :  ରାୟଗଡ଼ା ଅଗ୍ନିଶମ ବିଭାଗର ଅତିରିକ୍ତ ଅଗ୍ନିଶମ ଅଧିକାରୀ ରମେଶ ଚନ୍ଦ୍ର ବେହେରାଙ୍କୁ ବଳାତ୍କାର ମାମଲାରେ ରାୟଗଡ଼ା ଟାଉନ ଥାନା ପୁଲିସ ଗିରଫ କରିଛି। ଗିରଫ ପରେ ଡାକ୍ତରୀ ମାଇନା କରାଯାଇ କୋର୍ଟ ଚାଲାଣ କରାଯିବ ବୋଲି ଆଇଆଇସି ପ୍ରସନ୍ନ କୁମାର ବେହେରା କହିଛନ୍ତି। ଜଣେ ମହିଳାଙ୍କ ଅଭିଯୋଗକୁ ଆଧାର କରି ପୁଲିସ କେସ ନଂ ୨୫୫ରେ ମାମଲା ରୁଜୁ କରି ରମେଶ ବେହେରାଙ୍କୁ ଗିରଫ କରିଛି।

ଘଟଣାରୁ ପ୍ରକାଶ ଯେ, ରାୟଗଡ଼ାରେ ପ୍ରାୟ ଦୁଇ ବର୍ଷ ହେଲା ଅତିରିକ୍ତ ଅଗ୍ନିଶମ ଅଧିକାରୀ ବେହେରା ଜନୈକ ବିବାହିତ ମହିଳାଙ୍କ ସହିତ ଶାରୀରିକ ସମ୍ପର୍କ ରଖୁଥିଲେ । ଏଥି ସହିତ ତାଙ୍କୁ ନିର୍ଯାତନା ମଧ୍ୟ ଦେଇଥିଲେ। ମହିଳା ଜଣକ ଦୁଇଟି ସନ୍ତାନର ମାଆ ଅଟନ୍ତି। ତେବେ ଏନେଇ ମହିଳା ଜଣକ ରବିବାର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।