ବଳାତ୍କାର ମାମଲା ଶୁଣାଣି ସମୟରେ କୋର୍ଟ ପରିସରରେ ବିଷ ପିଇଲେ ନାବାଳିକା

କେନ୍ଦ୍ରାପଡ଼ା, ୧୭ା୧ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା କୋର୍ଟ ପରିସର ବାହାରେ ଶୁକ୍ରବାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ପୋକ୍‌ସୋ ମାମଲାରେ ସାକ୍ଷୀ ଦେବାକୁ ମା’ବାପାଙ୍କ ସାଙ୍ଗରେ ଆସିଥିବା ନାବାଳିକା ବିଷ ପିଇ ଦେଇଥିଲେ। ଏହି ଘଟଣା ଜଣାପଡ଼ିବା ପରେ ଆଇନଜୀବୀମାନେ ନାବାଳିକାଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ନାବାଳିକାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏ ସମ୍ପର୍କରେ ପୋକ୍‌ସୋ […] The post ବଳାତ୍କାର ମାମଲା ଶୁଣାଣି ସମୟରେ କୋର୍ଟ ପରିସରରେ ବିଷ ପିଇଲେ ନାବାଳିକା appeared first on Dharitri Odia News.

ବଳାତ୍କାର ମାମଲା ଶୁଣାଣି ସମୟରେ କୋର୍ଟ ପରିସରରେ ବିଷ ପିଇଲେ ନାବାଳିକା

କେନ୍ଦ୍ରାପଡ଼ା, ୧୭ା୧ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା କୋର୍ଟ ପରିସର ବାହାରେ ଶୁକ୍ରବାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ପୋକ୍‌ସୋ ମାମଲାରେ ସାକ୍ଷୀ ଦେବାକୁ ମା’ବାପାଙ୍କ ସାଙ୍ଗରେ ଆସିଥିବା ନାବାଳିକା ବିଷ ପିଇ ଦେଇଥିଲେ। ଏହି ଘଟଣା ଜଣାପଡ଼ିବା ପରେ ଆଇନଜୀବୀମାନେ ନାବାଳିକାଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।

ତେବେ ନାବାଳିକାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏ ସମ୍ପର୍କରେ ପୋକ୍‌ସୋ କୋର୍ଟରେ ମାମଲା ପରିଚାଳନାକାରୀ ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ମନୋଜ ସାହୁ ସୂଚନା ଦେଇଛନ୍ତି ଯେ, ଏହି ମାମଲା ୨୦୨୪ ମସିହାର। ନାବାଳିକାଙ୍କୁ କେତେଜଣ ସହଯୋଗୀଙ୍କ ସହ ମୁଖ୍ୟ ଅଭିଯୁକ୍ତ ଅପହରଣ କରିଥିବା ସମ୍ପର୍କରେ ପୀଡ଼ିତା ନାବାଳିକାଙ୍କ ମା’ ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନାରେ ଅଭିଯୋଗ କରିଥିଲେ।

ଅଭିଯୋଗକୁ ଭିତ୍ତିକରି ଅପହରଣକାରୀ ଓ ନାବାଳିକାଙ୍କୁ ପୋଲିସ ଉଦ୍ଧାର କରିଥିଲା। ଏହି ମାମଲାର ପ୍ରଥମ ସାକ୍ଷୀ ଭାବେ ମା’ ଓ ବାପାଙ୍କୁ କୋର୍ଟ ପକ୍ଷରୁ ସମନ ହୋଇଥିଲା। ଏମାନେ ସାକ୍ଷୀ ଦେଉଥିବା ସମୟରେ ବାହାରେ ଥିବା ପୀଡ଼ିତା ନାବାଳିକା କୌଣସି କାରଣରୁ ନିକଟସ୍ଥ ଶୌଚାଳୟକୁ ଯାଇ ବିଷ ପିଇ ଦେଇଥିଲେ।

The post ବଳାତ୍କାର ମାମଲା ଶୁଣାଣି ସମୟରେ କୋର୍ଟ ପରିସରରେ ବିଷ ପିଇଲେ ନାବାଳିକା appeared first on Dharitri Odia News.