ବସ ଚଳାଚଳ ସମୟକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ : ହଣାକଟାରେ ୬ରୁ ଉର୍ଦ୍ଧ୍ବ ଆହତ, ଦୁଇ ଗୁରୁତର

ବାରିପଦା: ବାରିପଦା ଘରୋଇ ବସଷ୍ଟାଣ୍ଡରୁ ଏକ ଘରୋଇ ବସ ଚଳାଚଳ ସମୟକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଏକ ଗୋଷ୍ଠୀ ପକ୍ଷରୁ ସଂଘବଦ୍ଧ ଭାବେ ମାରଣାସ୍ତ୍ର ଧରି ଅନ୍ୟ ଏକ ଗୋଷ୍ଠୀକୁ ଆକ୍ରମଣରେ ୬ରୁ ଉର୍ଦ୍ଧ୍ବ ଆହତ ହୋଇଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ସ୍ଥାନୀୟ ପିଆରଏମ ହସ୍ପିଟାଲରେ ସମସ୍ତଙ୍କୁ ଭର୍ତ୍ତି କରାଯାଇଥିବା ବେଳେ ୨ଜଣଙ୍କ ଅବସ୍ଥାରେ ସଙ୍କଟାପନ୍ନ ରହିଛି। ସୂଚନା ଅନୁଯାୟୀ, ରାଇରଙ୍ଗପୁରରୁ ବ୍ରହ୍ମପୁର ଯାଉଥିବା ମା’ ଦୁର୍ଗା ନାମକ […]

ବସ ଚଳାଚଳ ସମୟକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ : ହଣାକଟାରେ ୬ରୁ ଉର୍ଦ୍ଧ୍ବ ଆହତ, ଦୁଇ ଗୁରୁତର
Clash between two groups over bus timings: 6 injured, 2 serious

ବାରିପଦା: ବାରିପଦା ଘରୋଇ ବସଷ୍ଟାଣ୍ଡରୁ ଏକ ଘରୋଇ ବସ ଚଳାଚଳ ସମୟକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଏକ ଗୋଷ୍ଠୀ ପକ୍ଷରୁ ସଂଘବଦ୍ଧ ଭାବେ ମାରଣାସ୍ତ୍ର ଧରି ଅନ୍ୟ ଏକ ଗୋଷ୍ଠୀକୁ ଆକ୍ରମଣରେ ୬ରୁ ଉର୍ଦ୍ଧ୍ବ ଆହତ ହୋଇଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ସ୍ଥାନୀୟ ପିଆରଏମ ହସ୍ପିଟାଲରେ ସମସ୍ତଙ୍କୁ ଭର୍ତ୍ତି କରାଯାଇଥିବା ବେଳେ ୨ଜଣଙ୍କ ଅବସ୍ଥାରେ ସଙ୍କଟାପନ୍ନ ରହିଛି।

ସୂଚନା ଅନୁଯାୟୀ, ରାଇରଙ୍ଗପୁରରୁ ବ୍ରହ୍ମପୁର ଯାଉଥିବା ମା’ ଦୁର୍ଗା ନାମକ ଘରୋଇ ବସ ଚଳାଚଳ ସମୟକୁ ନେଇ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା।ଉକ୍ତ ବସଟି ରାଇରଙ୍ଗପୁରରୁ ଆସୁଥିବା ବେଳେ ସଠିକ ସମୟ ଅନୁସାରେ ବାରିପଦା ବସଷ୍ଟାଣ୍ଡରୁ ଚଳାଚଳ କରୁନଥିଲା। ଯାହାକୁ ନେଇ ଶୁକ୍ରବାର ସନ୍ଧ୍ୟାରେ ବସଟି ଆସି ବାରିପଦା ଘରୋଇ ବସଷ୍ଟାଣ୍ଡରେ ପହଁଚିବା ପରେ ବସ ମାଲିକ ସଂଘ ଓ ବସ ମାଲିକଙ୍କ ଚଳାଚଳ ସମୟକୁ ନେଇ ଯୁକ୍ତିତର୍କ ହୋଇଥିଲା। ଯାହାକୁ ନେଇ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା।

ଏହାପରେ କିଛି ଗୁଣ୍ଡା ପ୍ରବୃତ୍ତି ଦୁର୍ବୁତ୍ତ ମାନେ ଖଣ୍ଡା, ଭୁଜାଲି ଆଦି ମାରଣାସ୍ତ୍ର ଧରି ବସ ମାଲିକ ମାନଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଯେଉଁଥିରେ କି ୬ଜଣରୁ ଉର୍ଦ୍ଧ୍ବ ବସ ମାଲିକ ଆହତ ହୋଇଛନ୍ତି। ସମସ୍ତଙ୍କୁ ଚିକିତ୍ସା ନିମନ୍ତେ ପିଆରଏମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାରେ ବସ ମାଲିକ ତପନ କୁମାର ପୃଷ୍ଟି, ଶିତିକଣ୍ଠ ନାୟକ ଗୁରୁତର ଭାବେ ଆହତ ହୋଇଛନ୍ତି। ପିଆରଏମ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ଏସସିବି ହସ୍ପିଟାଲକୁ ସ୍ଥାନନ୍ତର କରାଯାଇଛି। ଉକ୍ତ ଘଟଣାରେ ଯେ ପର୍ୟ୍ୟନ୍ତ ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ପୁଲିସ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ସେ ପର୍ୟ୍ୟନ୍ତ ଜିଲ୍ଲାବ୍ୟାପୀ ଘରୋଇ ବସ ଚଳାଚଳ ବନ୍ଦ ରହିବ ବୋଲି ବାରିପଦା ବସ ମାଲିକ ସଂଘର ସଭାପତି ସୁନିଲ କୁମାର ଦାଶ କହିଛନ୍ତି। ଏନେଇ ବାରିପଦା ଟାଉନ ଥାନାରେ ବସ ମାଲିକ ସଂଘ ପକ୍ଷରୁ ଅଭିଯୋଗ ହୋଇଥିବା ବେଳେ ବସଷ୍ଟାଣ୍ଡ ଘଟଣାସ୍ଥଳରେ ସ୍ଥିତି ଶାନ୍ତ ପାଇଁ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଘଟଣାରେ ସମ୍ପୃକ୍ତଙ୍କୁ ଗିରଫ କରିବା ପାଇଁ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।