ବସ ଟ୍ରକ୍ ମୁହାଁ ମୁହିଁ ଧକ୍କା ଘଟଣା; ୬ ଗୁରୁତ୍ତରଙ୍କ ମଧ୍ୟରୁ ଖଲାସୀ ମୃତ
ଜମନକିରା : ଜମନକିରା ଥାନା ଜାତୀୟ ରାଜପଥ ୫୩ ଆମ୍ବଲାଙ୍ଗ ଘାଟିରେ ଗତ ରାତ୍ରରେ ଘଟିଯାଇଥିବା ବସ ଦୁର୍ଘଟଣାରେ ଆଜି ଖଲାସୀର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି। ସୂଚନା ଅନୁସାରେ ଗତକାଲି ରାତ୍ର ସାଢେ଼ ୧୦ଟାରେ ଏକ ଶ୍ରୀରାମ ଜି ବେଞ୍ଜ ନାମକ ଘରୋଇ ବସ ସହ ଏକ ଟ୍ରକ ମୁହାଁ ମୁହିଁ ଧକ୍କା ହେବା ଫଳରେ ବସରେ ଥିବା ୬ ଜଣ ଯାତ୍ରୀ ସଙ୍କଟାପନ୍ନ ଅବସ୍ଥାରେ ଥିଲେ। ଥାନା ଅଧିକାରୀ ପଦ୍ମାଳୟା ସାହୁ ଖବର ପାଇ […] The post ବସ ଟ୍ରକ୍ ମୁହାଁ ମୁହିଁ ଧକ୍କା ଘଟଣା; ୬ ଗୁରୁତ୍ତରଙ୍କ ମଧ୍ୟରୁ ଖଲାସୀ ମୃତ appeared first on Odisha.News.

ଜମନକିରା : ଜମନକିରା ଥାନା ଜାତୀୟ ରାଜପଥ ୫୩ ଆମ୍ବଲାଙ୍ଗ ଘାଟିରେ ଗତ ରାତ୍ରରେ ଘଟିଯାଇଥିବା ବସ ଦୁର୍ଘଟଣାରେ ଆଜି ଖଲାସୀର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି।
ସୂଚନା ଅନୁସାରେ ଗତକାଲି ରାତ୍ର ସାଢେ଼ ୧୦ଟାରେ ଏକ ଶ୍ରୀରାମ ଜି ବେଞ୍ଜ ନାମକ ଘରୋଇ ବସ ସହ ଏକ ଟ୍ରକ ମୁହାଁ ମୁହିଁ ଧକ୍କା ହେବା ଫଳରେ ବସରେ ଥିବା ୬ ଜଣ ଯାତ୍ରୀ ସଙ୍କଟାପନ୍ନ ଅବସ୍ଥାରେ ଥିଲେ। ଥାନା ଅଧିକାରୀ ପଦ୍ମାଳୟା ସାହୁ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ୬ ଜଣ ଯାତ୍ରୀଙ୍କୁ ଉଦ୍ଧାର କରିବା ସହ ବୁର୍ଲା ବଡ ଡାକ୍ତରଖାନା କୁ ଆମ୍ବୁଲାନ୍ସ ଯୋଗେ ପଠେଇଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ଖଲାସି ମୟୂରଭଞ୍ଜ ଜିଲ୍ଲାର ବିଶ୍ବରଂଜନ ମହାନ୍ତି (୩୫) ର ମୃତ୍ୟୁ ହୋଇଯାଇଛି। ପରିବାର ଲୋକ ଆଜି ବୁର୍ଲା ଆସି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ ଜମନକିରା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ନେଇ ଥାନା ଅଧିକାରୀ ପଦ୍ମାଳୟା ସାହୁ ପ୍ରକାଶ କରିଛନ୍ତି।
The post ବସ ଟ୍ରକ୍ ମୁହାଁ ମୁହିଁ ଧକ୍କା ଘଟଣା; ୬ ଗୁରୁତ୍ତରଙ୍କ ମଧ୍ୟରୁ ଖଲାସୀ ମୃତ appeared first on Odisha.News.