ବସ ଟ୍ରକ୍ ମୁହାଁ ମୁହିଁ ଧକ୍କା, ୬ ବସ ଯାତ୍ରୀ ଗୁରୁତ୍ତର

ଜମନକିରା : ଜମନକିରା ଥାନା ଜାତୀୟ ରାଜପଥ ୫୩ ଆମ୍ବଲାଙ୍ଗ ଘାଟିରେ ଆଜି ରାତ୍ର ସାଢେ଼ ୧୦ଟାରେ ଏକଶ୍ରୀରାମ ବେଞ୍ଜ ନାମକ ଘରୋଇ ବସ ସହ ଏକ ଟ୍ରକ ମୁହାଁ ମୁହିଁ ଧକ୍କା ହେବା ଫଳରେ ବସ ରେ ୬ ଜଣ ଯାତ୍ରୀ ସଙ୍କଟାପନ୍ନ ଅବସ୍ଥାରେ ଅଛନ୍ତି। ଥାନା ଅଧିକାରୀ ପଦ୍ମାଳୟା ସାହୁ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ୬ ଜଣ ଯାତ୍ରୀଙ୍କୁ ଉଦ୍ଧାର କରିବା ସହ ବୁର୍ଲା ବଡ ଡାକ୍ତରଖାନା କୁ ଆମ୍ବୁଲାନ୍ସ ଯୋଗେ […] The post ବସ ଟ୍ରକ୍ ମୁହାଁ ମୁହିଁ ଧକ୍କା, ୬ ବସ ଯାତ୍ରୀ ଗୁରୁତ୍ତର appeared first on Odisha.News.

ବସ ଟ୍ରକ୍ ମୁହାଁ ମୁହିଁ ଧକ୍କା,  ୬ ବସ ଯାତ୍ରୀ ଗୁରୁତ୍ତର

ଜମନକିରା : ଜମନକିରା ଥାନା ଜାତୀୟ ରାଜପଥ ୫୩ ଆମ୍ବଲାଙ୍ଗ ଘାଟିରେ ଆଜି ରାତ୍ର ସାଢେ଼ ୧୦ଟାରେ ଏକଶ୍ରୀରାମ ବେଞ୍ଜ ନାମକ ଘରୋଇ ବସ ସହ ଏକ ଟ୍ରକ ମୁହାଁ ମୁହିଁ ଧକ୍କା ହେବା ଫଳରେ ବସ ରେ ୬ ଜଣ ଯାତ୍ରୀ ସଙ୍କଟାପନ୍ନ ଅବସ୍ଥାରେ ଅଛନ୍ତି। ଥାନା ଅଧିକାରୀ ପଦ୍ମାଳୟା ସାହୁ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ୬ ଜଣ ଯାତ୍ରୀଙ୍କୁ ଉଦ୍ଧାର କରିବା ସହ ବୁର୍ଲା ବଡ ଡାକ୍ତରଖାନା କୁ ଆମ୍ବୁଲାନ୍ସ ଯୋଗେ ପଥେଇଥିବ ଜଣାପଡିଛି। ତେବେ ରାତି ଅନେକ ହୋଇ ଯାଇଥିବା ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ଘଟିଛି। ରାଜରାସ୍ତା ୫୩ର ଅବସ୍ଥା ଅତ୍ୟନ୍ତ ଖରାପ ଯୋଗୁଁ ଗତ ମାସକ ଭିତରେ ୧୦ ରୁ ଅଧିକ ମଲେଣି। ଆଉ ଶତାଧିକ ଗୁରୁତର ଆହତ ହୋଇଥିବା ପୋଲିସ କହିଛି। ଏଥିସହ ବାରମ୍ବାର ରାସ୍ତା କାମ ହେଉଥିବା ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାସ୍ତା ଶୀଘ୍ର ନିର୍ମାଣ ନହେଲେ ଆନ୍ଦୋଳନ କରାଯିବ ବୋଲି ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ଜୋର ଧରିଛି।

The post ବସ ଟ୍ରକ୍ ମୁହାଁ ମୁହିଁ ଧକ୍କା, ୬ ବସ ଯାତ୍ରୀ ଗୁରୁତ୍ତର appeared first on Odisha.News.