ବସରେ ଯାତ୍ରା କଲାବେଳେ ସାବଧାନ ! ବନ୍ଧୁତା କରି ଲୁଟି ନେଲେ ସୁନା ଅଳଙ୍କାର
ବ୍ରହ୍ମପୁର: ବସ ଯାତ୍ରୀଙ୍କ ସହ ପ୍ରଥମେ ବନ୍ଧୁତା। ପରେ ଅମୁଲ କୁଲରେ ନିଶା ମିଶାଇ ପିଇବାକୁ ଦେଇ ସୁନା ଚେନ ଓ ମୁଦି ଲୁଟିଲେ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁରରେ। ଲୁଟର ଶୀକାର ହୋଇଛନ୍ତି ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ଅନ୍ତର୍ଗତ ଲୋକନାଥପୁର ଗାଁର ସୁବ୍ରତ ପାଢୀ। ସୁବ୍ରତଙ୍କୁ ଅଚେତ ଭାବେ ଉଦ୍ଧାର କରି ବ୍ରହ୍ମପୁର ଏମକେସିଜି ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।ଲୁଟର ଶୀକାର ହୋଇଥିବା ସୁବ୍ରତ ଦୁଇ ଦିନ ତଳେ କୌଣସି ବ୍ୟକ୍ତିଗତ କାମରେ ଭୂବନେଶ୍ୱର ଯାଇଥିଲେ। କାମ ସାରି ବ୍ରହ୍ମପୁର ଅଭିମୁଖେ ଯାତ୍ରା କରିବା ଲାଗି ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଟରେ ବସକୁ ଅପେକ୍ଷା କରିଥିଲେ। ଏହି ସମୟରେ ଜଣେ ଯୁବକ ତାଙ୍କ ସହ କଥାବାର୍ତ୍ତା କରି ବନ୍ଧୁତ୍ୱ ସ୍ଥାପନ କରିଥିଲେ। ଉଭୟେ ଏକ ଘରୋଇ ବସ ଯୋଗେ ବ୍ରହ୍ମପୁର ଆସିବା ପାଇଁ ବସରେ ବସିଥିଲେ।ତେବେ ବସରେ ବସିଥିବା ବେଳେ ସୁବ୍ରତଙ୍କୁ ପାଣି ଓ ଅମୁଲକୁଲ ପିଇଵା ପାଇଁ ଦେଇଥିଲେ। ପିଇଵା ପରେ ସୁବ୍ରତ ଅଚେତ ହୋଇ ପଡ଼ିଥିଲେ। ଏହାର ସୁଯୋଗ ନେଇ ସୁନା ଚେନ, ମୁଦି ଲୁଟି ନେଇଥିବା ସୁବ୍ରତ ଅଭିଯୋଗ କରିଛନ୍ତି। ପରିବାର ଲୋକେ ତାଙ୍କୁ ଗତ କାଲି ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ। ସୁବ୍ରତ ବର୍ତ୍ତମାନ ଚିକିତ୍ସାଧିନ ଥିବା ବେଳେ ଧିରେ ଧିରେ ସୁସ୍ଥ ହେଉଛନ୍ତି। ସେପଟେ ଏଭଳି ଘଟଣା ପରେ ପରିବାର ଲୋକେ ବ୍ରହ୍ମପୁର ବୈଦ୍ୟନାଥପୁର ଥାନାର
ବ୍ରହ୍ମପୁର: ବସ ଯାତ୍ରୀଙ୍କ ସହ ପ୍ରଥମେ ବନ୍ଧୁତା। ପରେ ଅମୁଲ କୁଲରେ ନିଶା ମିଶାଇ ପିଇବାକୁ ଦେଇ ସୁନା ଚେନ ଓ ମୁଦି ଲୁଟିଲେ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁରରେ। ଲୁଟର ଶୀକାର ହୋଇଛନ୍ତି ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ଅନ୍ତର୍ଗତ ଲୋକନାଥପୁର ଗାଁର ସୁବ୍ରତ ପାଢୀ। ସୁବ୍ରତଙ୍କୁ ଅଚେତ ଭାବେ ଉଦ୍ଧାର କରି ବ୍ରହ୍ମପୁର ଏମକେସିଜି ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।
ଲୁଟର ଶୀକାର ହୋଇଥିବା ସୁବ୍ରତ ଦୁଇ ଦିନ ତଳେ କୌଣସି ବ୍ୟକ୍ତିଗତ କାମରେ ଭୂବନେଶ୍ୱର ଯାଇଥିଲେ। କାମ ସାରି ବ୍ରହ୍ମପୁର ଅଭିମୁଖେ ଯାତ୍ରା କରିବା ଲାଗି ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଟରେ ବସକୁ ଅପେକ୍ଷା କରିଥିଲେ। ଏହି ସମୟରେ ଜଣେ ଯୁବକ ତାଙ୍କ ସହ କଥାବାର୍ତ୍ତା କରି ବନ୍ଧୁତ୍ୱ ସ୍ଥାପନ କରିଥିଲେ। ଉଭୟେ ଏକ ଘରୋଇ ବସ ଯୋଗେ ବ୍ରହ୍ମପୁର ଆସିବା ପାଇଁ ବସରେ ବସିଥିଲେ।
ତେବେ ବସରେ ବସିଥିବା ବେଳେ ସୁବ୍ରତଙ୍କୁ ପାଣି ଓ ଅମୁଲକୁଲ ପିଇଵା ପାଇଁ ଦେଇଥିଲେ। ପିଇଵା ପରେ ସୁବ୍ରତ ଅଚେତ ହୋଇ ପଡ଼ିଥିଲେ। ଏହାର ସୁଯୋଗ ନେଇ ସୁନା ଚେନ, ମୁଦି ଲୁଟି ନେଇଥିବା ସୁବ୍ରତ ଅଭିଯୋଗ କରିଛନ୍ତି। ପରିବାର ଲୋକେ ତାଙ୍କୁ ଗତ କାଲି ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ। ସୁବ୍ରତ ବର୍ତ୍ତମାନ ଚିକିତ୍ସାଧିନ ଥିବା ବେଳେ ଧିରେ ଧିରେ ସୁସ୍ଥ ହେଉଛନ୍ତି। ସେପଟେ ଏଭଳି ଘଟଣା ପରେ ପରିବାର ଲୋକେ ବ୍ରହ୍ମପୁର ବୈଦ୍ୟନାଥପୁର ଥାନାରେ ଏତଲା ଦେଇଛନ୍ତି। ପୋଲିସ ଏନେଇ ତଦନ୍ତ ଜାରି ରଖିଛି।