ବସୁଧା ପ୍ରକଳ୍ପରୁ ଲକ୍ଷ୍ୟାଧିକ ଟଙ୍କାର କେବୁଲ ଚୋରି
କର୍ଲାମୁଣ୍ଡା,୧୦ା୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ ବସୁଧା ପ୍ରକଳ୍ପରୁ ଲକ୍ଷାଧିକ ଟଙ୍କାର ତମ୍ବା କେବୁଲ ଚୋରି ହେଉଥିବା ବେଳେ ପୋଲିସ ଦୁର୍ବୃତ୍ତଙ୍କୁ ଧରିବାରେ ବିଫଳ ହୋଇଛି। ସୂଚନା ଅନୁସାରେ ଏହି ବ୍ଲକରେ ୫୦ ଦିନ ଭିତରେ ୧୧ ବସୁଧା ପ୍ରକଳ୍ପରୁ ତମ୍ବା ତାର ଚୋରି ହୋଇଛି। ଗତ ମେ ୧୭ ତାରିଖରେ ଗଜବାହାଲ, ଅବୁଜବାହାଲ, ବୁଢ଼ୀପଦର, ଜୁନ ୨୨ରେ ପୌରକେଲା, କୁନ୍ଦେଇପାଲି, ପୁଟିଗାଁ, ବୁଢ଼ୀପଦର, ଚଳିତ ମାସ ୪ ତାରିଖରେ ରିଞ୍ଜା, […] The post ବସୁଧା ପ୍ରକଳ୍ପରୁ ଲକ୍ଷ୍ୟାଧିକ ଟଙ୍କାର କେବୁଲ ଚୋରି appeared first on Dharitri Odia News.
କର୍ଲାମୁଣ୍ଡା,୧୦ା୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ ବସୁଧା ପ୍ରକଳ୍ପରୁ ଲକ୍ଷାଧିକ ଟଙ୍କାର ତମ୍ବା କେବୁଲ ଚୋରି ହେଉଥିବା ବେଳେ ପୋଲିସ ଦୁର୍ବୃତ୍ତଙ୍କୁ ଧରିବାରେ ବିଫଳ ହୋଇଛି। ସୂଚନା ଅନୁସାରେ ଏହି ବ୍ଲକରେ ୫୦ ଦିନ ଭିତରେ ୧୧ ବସୁଧା ପ୍ରକଳ୍ପରୁ ତମ୍ବା ତାର ଚୋରି ହୋଇଛି। ଗତ ମେ ୧୭ ତାରିଖରେ ଗଜବାହାଲ, ଅବୁଜବାହାଲ, ବୁଢ଼ୀପଦର, ଜୁନ ୨୨ରେ ପୌରକେଲା, କୁନ୍ଦେଇପାଲି, ପୁଟିଗାଁ, ବୁଢ଼ୀପଦର, ଚଳିତ ମାସ ୪ ତାରିଖରେ ରିଞ୍ଜା, ଭଟାପଲା, ଦେଓଗାଁ ଆଦି ଗାଁରେ ଥିବା ବସୁଧା ପ୍ରକଳ୍ପରୁ ତାର ଚୋରି ହୋଇଥିବା ନେଇ ପୋଲିସ ନିକଟରେ ଲିଖିତ ଅଭିଯୋଗ ହୋଇଥିଲା।
ପୁଣି ବୁଧବାର ରାତିରେ ରିଷିଡାଠାରୁ କେବୁଲ ଚୋରି ହୋଇଥିବା ନେଇ ରିଷିଡା ଫାଣ୍ଡିରେ ଅଭିଯୋଗ ହୋଇଛି। ଏଭଳି ଘଟଣା ନେଇ ଜଳ ଯୋଗାଣରେ ସମସ୍ୟା ସୃଷ୍ଟି ହେଉଥିବା ବିଭାଗୀୟ ସହକାରୀ ଯନ୍ତ୍ରୀ ଅନୁସାୟା ଭଞ୍ଜ କହିଛନ୍ତି। ଏ ନେଇ କର୍ଲାମୁଣ୍ଡା ଫାଣ୍ଡି ଅଧିକାରୀ ଥବିର ବରିହାଙ୍କୁ ପଚାରିବାରୁ ତଦନ୍ତ ଚାଲିଛି ବୋଲି କହିଛନ୍ତି।
The post ବସୁଧା ପ୍ରକଳ୍ପରୁ ଲକ୍ଷ୍ୟାଧିକ ଟଙ୍କାର କେବୁଲ ଚୋରି appeared first on Dharitri Odia News.