ବସ୍‌ ଚଳାଉଥିବା ବେଳେ ଡ୍ରାଇଭରଙ୍କୁ ହେଲା ହୃଦଘାତ, ଆଉ ତା’ ପରେ... ଦେଖନ୍ତୁ ଭିଡିଓ

ବିଚ୍‌ ରାସ୍ତାରେ ସେ ଗାଡ଼ି ନେଇ ଯାଉଥିବା ବେଳେ ହଠାତ୍‌ ହୃଦଘାତର ସାମ୍ନାକ କରିଥିଲେ। ହୃଦଘାତ ହେବାରୁ ସେ ଛାତିକୁ ଧରି ନିଜ ବାମପଟୁ ପଡ଼ି ଯାଇଥିଲେ।

ବସ୍‌ ଚଳାଉଥିବା ବେଳେ ଡ୍ରାଇଭରଙ୍କୁ ହେଲା ହୃଦଘାତ, ଆଉ ତା’ ପରେ... ଦେଖନ୍ତୁ ଭିଡିଓ

ବସ୍‌ ଚଳାଉଥିବା ବେଳେ ହଠାତ୍‌ ହୃଦଘାତରେ ପ୍ରାଣ ହରାଇଛନ୍ତି ବେଙ୍ଗାଲୁରୁ ମେଟ୍ରୋପଲିଟାଣ୍ଟ ଟ୍ରାନ୍ସପୋର୍ଟ କର୍ପୋରେସନ(ବିଏମଟିସି)ର ଜଣେ ଡ୍ରାଇଭର। ପୂରା ଘଟଣାଟି ଆଜି ଦିନ ୧୧ଟାରେ ଘଟିଛି। ୪୦ ବର୍ଷୀୟ କିରଣ କୁମାର ନେଲାମଙ୍ଗଳାରୁ ଦାସନପୁରାକୁ ବସ୍‌ ନେଇ ଯାଉଥିଲେ। ବସ୍‌ରେ ମଧ୍ୟ ଲୋକମାନେ ରହିଥିଲେ।

ବିଚ୍‌ ରାସ୍ତାରେ ସେ ଗାଡ଼ି ନେଇ ଯାଉଥିବା ବେଳେ ହଠାତ୍‌ ହୃଦଘାତର ସାମ୍ନାକ କରିଥିଲେ। ହୃଦଘାତ ହେବାରୁ ସେ ଛାତିକୁ ଧରି ନିଜ ବାମପଟୁ ପଡ଼ି ଯାଇଥିଲେ। ଡ୍ରାଇଭରଙ୍କୁ ହୃଦଘାତ ହେବାରୁ ବସ୍‌ଟି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା। ଏହି ସମୟରେ ଗାଡ଼ିଟି ବିଏମଟିସିର ଆଉ ଏକ ବସ୍‌ରେ ଘଷି ହୋଇଯାଇଥିଲା। 

ତେବେ ବସ୍‌ର କଣ୍ଡକ୍ଟର ଓବାଲେଶ ଉପସ୍ଥିତି ବୁଦ୍ଧି ଖଟାଇ ସିଧା ଡ୍ରାଇଭର ସିଟ୍‌କୁ ଜମ୍ପ ମାରିଥିଲେ। ସେ ତୁରନ୍ତ ବସ୍‌କୁ ନିୟନ୍ତ୍ରଣକୁ ଆଣିବା ସହ ଯାତ୍ରୀଙ୍କ ସୁରକ୍ଷା ପାଇଁ ଏହାକୁ ବ୍ରେକ ମାରି ଅଟାକାଇ ଦେଇଥିଲେ। ଫଳରେ ବସ୍‌ରେ ଥିବା ଯାତ୍ରୀମାନେ ନିଶ୍ଚିତ ଗୋଟିଏ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ଏହାର ସିସିଟିଭି ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି। 

ବସ୍‌ ଅଟକିବା ପରେ ଡ୍ରାଇଭର କିରଣ କୁମାରଙ୍କୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ବିଏମଟିସି ପକ୍ଷରୁ କୁହାଯାଇଛି ଯେ ଆମେ ଅତ୍ୟନ୍ତ ଦୁଃଖର ସହ ଘୋଷଣା କରୁଛୁ ଯେ ଡିପୋ ୪୦ର ଡ୍ରାଇଭର କିରଣ କୁମାର ଆଉ ନାହାନ୍ତି। ହୃଦଘାତ ଯୋଗୁ ତାଙ୍କର ଦେହାନ୍ତ ହୋଇଛି। କିରଣ କୁମାରଙ୍କ ପରିବାର ବର୍ଗଙ୍କୁ ସଂସ୍ଥା ପକ୍ଷରୁ ଗଭୀର ସମବେଦନା ଜଣା ଯାଉଛି।

ବିଏମଟିସିର ବରିଷ୍ଠ ଅଧିକାରୀମାନେ କିରଣ କୁମାରଙ୍କ ଘରକୁ ଯାଇ ପରିବାର ଲୋକଙ୍କୁ ଭେଟିବା ସହ ଆର୍ଥିକ ଅନୁଦାନ ପ୍ରଦାନ କରିଛନ୍ତି।