ବସ୍-ଟ୍ରକ ଧକ୍କା: ଚାଲିଗଲା ୩ ଜୀବନ, ୨୦ ଆହତ
ବାରିପଦା,୧୩।୭: ମୟୁରଭଞ୍ଜ ଜିଲା ୧୮ ନମ୍ବର ଜାତୀୟ ରାଜପଥ ବେତନଟି ଥାନା ଅଧୀନ ବୁଢ଼ିଖମାର ଛକ ନିକଟରେ ଶନିବାର ଏକ ବସ୍-ଟ୍ରକ୍ ମଧ୍ୟରେ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ମହିଳାଙ୍କ ସମେତ ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ଜଣ ଆହତ ହୋଇଥିବା ସୂଚନା ମିଳିଛି। ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ମୁତାବକ, ଏକ ଘରୋଇ ବସ୍ ହାଇଦ୍ରାବାଦରୁ ଯାତ୍ରୀଙ୍କୁ ଧରି ଆସୁଥିବା ବେଳେ ବୁଢ଼ିଖମାର ଛକ ନିକଟରେ ଏକ ଟ୍ରକ୍ […] The post ବସ୍-ଟ୍ରକ ଧକ୍କା: ଚାଲିଗଲା ୩ ଜୀବନ, ୨୦ ଆହତ appeared first on Dharitri Odia News.
ବାରିପଦା,୧୩।୭: ମୟୁରଭଞ୍ଜ ଜିଲା ୧୮ ନମ୍ବର ଜାତୀୟ ରାଜପଥ ବେତନଟି ଥାନା ଅଧୀନ ବୁଢ଼ିଖମାର ଛକ ନିକଟରେ ଶନିବାର ଏକ ବସ୍-ଟ୍ରକ୍ ମଧ୍ୟରେ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ମହିଳାଙ୍କ ସମେତ ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ଜଣ ଆହତ ହୋଇଥିବା ସୂଚନା ମିଳିଛି। ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ମୁତାବକ, ଏକ ଘରୋଇ ବସ୍ ହାଇଦ୍ରାବାଦରୁ ଯାତ୍ରୀଙ୍କୁ ଧରି ଆସୁଥିବା ବେଳେ ବୁଢ଼ିଖମାର ଛକ ନିକଟରେ ଏକ ଟ୍ରକ୍ ସହ ଧକ୍କା ହୋଇଥିଲା। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।
The post ବସ୍-ଟ୍ରକ ଧକ୍କା: ଚାଲିଗଲା ୩ ଜୀବନ, ୨୦ ଆହତ appeared first on Dharitri Odia News.