ମହିଳାଙ୍କ ଅପେକ୍ଷା ପୁରୁଷଙ୍କଠାରେ ଅକାଳ ମୃତ୍ୟୁ ଆଶଙ୍କା ଅଧିକ
ନୂଆଦିଲ୍ଲୀ, ୩।୫:ମହିଳାଙ୍କ ଅପେକ୍ଷା ପୁରୁଷଙ୍କ ଠାରେ ଅକାଳ ମୃତ୍ୟୁର ଆଶଙ୍କା ଅଧିକ ରହିଥାଏ। ସେହିପରି ପୂରା ଜୀବନ କାଳ ମଧ୍ୟରେ ପୁରୁଷଙ୍କ ଅପେକ୍ଷା ମହିଳାମାନେ ଅଧିକ ମାତ୍ରାରେ ଅସୁସ୍ଥ ରହିଥାନ୍ତି। ଲାନ୍ସେଟ୍ ଜନ ସ୍ବାସ୍ଥ୍ୟ ପତ୍ରିକାରେ ଏସମ୍ପର୍କିତ ଏକ ନୂତନ ଅଧ୍ୟୟନ ପ୍ରକାଶ ପାଇଛି। ‘ଗ୍ଲୋବାଲ ବର୍ଡନ ଅଫ୍ ଡିଜିଜ୍ ଷ୍ଟଡି ୨୦୨୧’ ର ତଥ୍ୟକୁ ବ୍ୟବହାରକରି ଏହି ଅଧ୍ୟୟନ କରାଯାଇଛି। ବିଗତ ୩୦ ବର୍ଷ ମଧ୍ୟରେ ୨୦ଟି ପ୍ରମୁଖ ରୋଗରେ ସଂଘର୍ଷ କରୁଥିବା ମହିଳା ଓ […] The post ମହିଳାଙ୍କ ଅପେକ୍ଷା ପୁରୁଷଙ୍କଠାରେ ଅକାଳ ମୃତ୍ୟୁ ଆଶଙ୍କା ଅଧିକ appeared first on Dharitri Odia News.
ନୂଆଦିଲ୍ଲୀ, ୩।୫:ମହିଳାଙ୍କ ଅପେକ୍ଷା ପୁରୁଷଙ୍କ ଠାରେ ଅକାଳ ମୃତ୍ୟୁର ଆଶଙ୍କା ଅଧିକ ରହିଥାଏ। ସେହିପରି ପୂରା ଜୀବନ କାଳ ମଧ୍ୟରେ ପୁରୁଷଙ୍କ ଅପେକ୍ଷା ମହିଳାମାନେ ଅଧିକ ମାତ୍ରାରେ ଅସୁସ୍ଥ ରହିଥାନ୍ତି। ଲାନ୍ସେଟ୍ ଜନ ସ୍ବାସ୍ଥ୍ୟ ପତ୍ରିକାରେ ଏସମ୍ପର୍କିତ ଏକ ନୂତନ ଅଧ୍ୟୟନ ପ୍ରକାଶ ପାଇଛି। ‘ଗ୍ଲୋବାଲ ବର୍ଡନ ଅଫ୍ ଡିଜିଜ୍ ଷ୍ଟଡି ୨୦୨୧’ ର ତଥ୍ୟକୁ ବ୍ୟବହାରକରି ଏହି ଅଧ୍ୟୟନ କରାଯାଇଛି। ବିଗତ ୩୦ ବର୍ଷ ମଧ୍ୟରେ ୨୦ଟି ପ୍ରମୁଖ ରୋଗରେ ସଂଘର୍ଷ କରୁଥିବା ମହିଳା ଓ ପୁରୁଷମାନଙ୍କ ସ୍ବାସ୍ଥ୍ୟାବସ୍ଥାକୁ ଅନୁଶୀଳନ କରାଯାଇ ଏହି ଅଧ୍ୟୟନ ପ୍ରକାଶିତ ହୋଇଛି। ସ୍ବାସ୍ଥ୍ୟ କ୍ଷେତ୍ରରେ ଲିଙ୍ଗଗତ ଆଭିମୁଖ୍ୟର ଆବଶ୍ୟକତାକୁ ଲାନ୍ସେଟର ଏହି ଅଧ୍ୟୟନ ସୂଚିତ କରୁଛି। ମାଂଶପୋଶୀ ଜନିତ ସମସ୍ୟା, ମାନସିକ ସ୍ବାସ୍ଥ୍ୟ ସମସ୍ୟା, ମୁଣ୍ଡ ବିନ୍ଧା ଆଦି ରୋଗ ମହିଳାଙ୍କଠାରେ ବେଶି ଦେଖିବାକୁ ମିଳୁଥିବା ଏହି ଅଧ୍ୟୟନ କହିଛି। ଯଦିଓ ଏହିସବୁ ରୋଗକୁ ଘାତକ ରୋଗ ଭାବେ ବିବେଚନା କରାଯାଏ ନାହିଁ, ତେବେ ଏହା ବୟସ ବଢ଼ିବା ସହ ମହିଳାମାନଙ୍କର ସ୍ବାସ୍ଥ୍ୟକୁ ଖରାପ କରି ଚାଲିଥାଏ ବୋଲି ଅଧ୍ୟୟନରେ ପ୍ରକାଶ ପାଇଛି। ପୁରୁଷଙ୍କଠାରୁ ବେଶି ସମୟ ବଞ୍ଚୁଥିବାରୁ ମହିଳାଙ୍କୁ ଅଧିକ ସମୟ ଧରି ଏହିସବୁ ରୋଗ ସହ ବଞ୍ଚିବାକୁ ପଡ଼ିଥାଏ। ସେହିପରି କ୍ୟାନ୍ସର, ସଡ଼କ ଦୁର୍ଘଟଣା, ହୃଦ୍ରୋଗ, କୋଭିଡ୍ -୧୯ ଆଦି ରୋଗ ମହିଳାଙ୍କ ଅପେକ୍ଷା ପୁରୁଷଙ୍କଠାରେ ବେଶି ଦେଖାଦେଇଥାଏ, ଯାହା ପୁରୁଷମାନଙ୍କର ଅକାଳ ମୃତ୍ୟୁର କାରଣ ହୋଇଥାଏ। ଏହିସବୁ ରୋଗ କମ୍ ବୟସରୁ ହିଁ ପୁରୁଷଙ୍କୁ ଆକ୍ରାନ୍ତ କରିଥାଏ। ୨୦୨୧ର ତଥ୍ୟ ଅନୁଯାୟୀ କୋଭିଡ୍ ମହାମାରୀ ମହିଳାଙ୍କ ତୁଳନାରେ ୪୫ ପ୍ରତିଶତ ଅଧିକ ପୁରୁଷଙ୍କୁ ସଂକ୍ରମଣ କରିଛି। ଏହି ଅଧ୍ୟୟନକୁ ନେଇ ଓ୍ବାଶିଂଟନ ବିଶ୍ୱବିଦ୍ୟାଳୟର ଇନ୍ଷ୍ଟିଟ୍ୟୁଟ୍ ଅଫ୍ ହେଲ୍ଥ ମେଟ୍ରିକ୍ସ ଆଣ୍ଡ ଇଭାଲ୍ୟୁସନ (ଆଇଏଚ୍ଏମ୍ଇ)ର ବରିଷ୍ଠ ଗବେଷକ ଡ. ଲୁସିଆ ସୋରିଓ ଫ୍ଲୋର ପ୍ରତିକ୍ରିୟା ରଖିଛନ୍ତି। ବିଭିନ୍ନ ମାରାତ୍ମକ ରୋଗ ଓ ଏହାର ପରିଣାମ ଉପରେ ଲିଙ୍ଗଗତ ପାର୍ଥକ୍ୟର ଗଭୀର ପ୍ରଭାବ ରହିଥିବା ଜଣାପଡ଼ିଛି। ସାମ୍ପ୍ରତିକ ସ୍ଥିତିରେ ଏହିସବୁ ରୋଗର ପ୍ରଭାବରେ ହେଉଥିବା ଅକାଳ ମୃତ୍ୟୁକୁ ହ୍ରାସ କରିବା ସବୁଠାରୁ ବଡ଼ ଆହ୍ବାନ ହୋଇଥିବା ସେ କହିଛନ୍ତି।
The post ମହିଳାଙ୍କ ଅପେକ୍ଷା ପୁରୁଷଙ୍କଠାରେ ଅକାଳ ମୃତ୍ୟୁ ଆଶଙ୍କା ଅଧିକ appeared first on Dharitri Odia News.