ବସ୍‌ ଧକ୍କାରେ ବାଇକ୍‌ଚାଳକଙ୍କ ମୃତ୍ୟୁ: ୨୦ ଘଣ୍ଟା ପରେ କ୍ଷତିପୂରଣ ମିଳିବାରୁ…

ଝରିଗାଁ,୧୩ା୧୧(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ବଡ଼ଟେମେରା ପଞ୍ଚାୟତ ଅନ୍ତର୍ଗତ ଢେପାଗୁଡ଼ା ଗ୍ରାମ ନିକଟରେ ଲକ୍ଷ୍ମୀବସ୍‌ ସହ ବାଇକ୍‌ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ଚାଳକ ଜଗବନ୍ଧୁ ଜାନୀ(୨୦)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ କାଦ୍ରୁ ଜାନୀ (୩୦) ଗୁରୁତର ହୋଇଥିଲେ। ଘଟଣା ପରେ ମୃତକଙ୍କ ପରିବାର ଲୋକ ଏବଂ ଗ୍ରାମବାସୀ କ୍ଷତିପୂରଣ ଦାବି କରି ରାସ୍ତା ଉପରେ ଲକ୍ଷ୍ମୀବସ୍‌ ଆଗରେ ମୃତଦେହ ରଖି ଧାରଣା ଦେଇଥିଲେ। ମଙ୍ଗଳବାର ଝରିଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି […] The post ବସ୍‌ ଧକ୍କାରେ ବାଇକ୍‌ଚାଳକଙ୍କ ମୃତ୍ୟୁ: ୨୦ ଘଣ୍ଟା ପରେ କ୍ଷତିପୂରଣ ମିଳିବାରୁ… appeared first on Dharitri Odia News.

ବସ୍‌ ଧକ୍କାରେ ବାଇକ୍‌ଚାଳକଙ୍କ ମୃତ୍ୟୁ: ୨୦ ଘଣ୍ଟା ପରେ କ୍ଷତିପୂରଣ ମିଳିବାରୁ…

ଝରିଗାଁ,୧୩ା୧୧(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ବଡ଼ଟେମେରା ପଞ୍ଚାୟତ ଅନ୍ତର୍ଗତ ଢେପାଗୁଡ଼ା ଗ୍ରାମ ନିକଟରେ ଲକ୍ଷ୍ମୀବସ୍‌ ସହ ବାଇକ୍‌ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ଚାଳକ ଜଗବନ୍ଧୁ ଜାନୀ(୨୦)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ କାଦ୍ରୁ ଜାନୀ (୩୦) ଗୁରୁତର ହୋଇଥିଲେ। ଘଟଣା ପରେ ମୃତକଙ୍କ ପରିବାର ଲୋକ ଏବଂ ଗ୍ରାମବାସୀ କ୍ଷତିପୂରଣ ଦାବି କରି ରାସ୍ତା ଉପରେ ଲକ୍ଷ୍ମୀବସ୍‌ ଆଗରେ ମୃତଦେହ ରଖି ଧାରଣା ଦେଇଥିଲେ। ମଙ୍ଗଳବାର ଝରିଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାଶୁଝା କରି ଧାରଣାରୁ ହଟିବା ପାଇଁ କହିଥିଲେ। କିନ୍ତୁ ପରିବାର ଲୋକ ଓ ଗ୍ରାମବାସୀ କ୍ଷତିପୂରଣ ନ ମିଳିବା ପର୍ଯ୍ୟନ୍ତ ଧାରଣା ଦିଆଯିବ ବୋଲି ଜିଦ୍‌ କରି ବସିଥିଲେ। ବୁଧବାର ସକାଳୁ ପାପଡ଼ାହାଣ୍ଡି ଏସ୍‌ଡିପିଓ ମୀନାକ୍ଷୀ ଠାକୁର, ପଞ୍ଚାୟତ ସମିତି ଅଧ୍ୟକ୍ଷ ଦୁର୍ଗା ପ୍ରାସାଦ ମାଝୀ, ଅତିରିକ୍ତ ତହସିଲଦାର ଅହଲ୍ୟା ମୁଦୁଲି,ଏସ୍‌ଆଇ ପ୍ରକାଶ ଚନ୍ଦ୍ର ମିଶ୍ର, ଏଏସ୍‌ଆଇ କେଦାର ରାଉତ, ବେଦବ୍ୟାସ ବଞ୍ଜରା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ପରିବାର ଲୋକଙ୍କୁ ରେଡ୍‌କ୍ରସ ପାଣ୍ଠିରୁ ୨୦ ହଜାର ଟଙ୍କା ଏବଂ ହରିଶ୍ଚନ୍ଦ୍ର ଯୋଜନାରେ ୩ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିବା ପରେ ପ୍ରାୟ ୨୦ ଘଣ୍ଟା ପରେ ଧାରଣାରୁ ପରିବାର ଲୋକ ଓ ଗ୍ରାମବାସୀ ଉଠିଥିଲେ। ପରିବାର ପକ୍ଷରୁ ଘଟଣା ନେଇ ଝରିଗାଁ ଥାନାରେ ଲିଖିତ ଅଭିଯୋଗ ପରେ ଝରିଗାଁ ପୋଲିସ ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ।

ସେହିପରି ଗତ ବିଳମ୍ବିତ ରାତିରେ ସଂପୃକ୍ତ ଲକ୍ଷ୍ମୀବସ୍‌ ଡ୍ରାଇଭର ଝରିଗାଁ ଥାନରେ ନିଜେ ହାଜର ହୋଇଥିଲେ। ବଡ଼ଟେମାରାଠାରୁ ସାନଟେମରା ପର୍ଯ୍ୟନ୍ତ ରାସ୍ତାର ଦୁଇପାର୍ଶ୍ୱରେ ଲଟାବୁଦା ରାସ୍ତାକୁ ମାଡ଼ିଯାଇଛି। ଯାହାଫଳରେ ଅଙ୍କାବଙ୍କା ରାସ୍ତାରେ କୌଣସି ଯାନ ଆସୁଥିବା ବିପରୀତ ଦିଗରୁ ଯାଉଥିବା ଚାଳକ ଜାଣି ପାରୁନାହାନ୍ତି l ଯାହା ଫଳରେ ଉକ୍ତ ରାସ୍ତାର ଦୁର୍ଘଟଣା ଘଟିବା ସ୍ବାଭାବିକ ବୋଲି ଜଣାପଡୁଛି।

The post ବସ୍‌ ଧକ୍କାରେ ବାଇକ୍‌ଚାଳକଙ୍କ ମୃତ୍ୟୁ: ୨୦ ଘଣ୍ଟା ପରେ କ୍ଷତିପୂରଣ ମିଳିବାରୁ… appeared first on Dharitri Odia News.