ବସ୍କୁ ଅପେକ୍ଷା କରିଥିଲେ ମହିଳା, ଗୋଡ଼ ଉପରେ ଚଢ଼ିଗଲା ବାଇକ୍
ଥୁଆମୂଳ ରାମପୁର,୧ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ସଦର ମହକୁମାସ୍ଥିତ ଜେଏମଏଫ ସି କୋର୍ଟ ନିକଟରେ ମଧ୍ୟାହ୍ନରେ ଏକ ବାଇକ ଦୁର୍ଘଟଣା ଘଟଛି। ଏଥିରେ ଜଣେ ମହିଳା ଗୁରୁତର ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ଗୋପାଳପୁରପଞ୍ଚାୟତସ୍ଥିତ ସୁଣ୍ଡିଯୁବା ଗ୍ରାମର ଯମୁନା ମାଝୀ(୬୦) ଥୁଆମୂଳ ରାମପୁର ସଦରସ୍ଥିତ ଭାଟିପଡ଼ା (ସମାଗୁଡ଼ା) ରେ ଥିବା ତାଙ୍କ ଭଣଜା ଘରକୁ ଯାଇ ନିଜ ଗାଁକୁ ଲକ୍ଷ୍ମୀ ବସ୍ରେ ଯିବା ପାଇଁ ଭାଟିପଡ଼ା […] The post ବସ୍କୁ ଅପେକ୍ଷା କରିଥିଲେ ମହିଳା, ଗୋଡ଼ ଉପରେ ଚଢ଼ିଗଲା ବାଇକ୍ appeared first on Dharitri Odia News.
ଥୁଆମୂଳ ରାମପୁର,୧ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ସଦର ମହକୁମାସ୍ଥିତ ଜେଏମଏଫ ସି କୋର୍ଟ ନିକଟରେ ମଧ୍ୟାହ୍ନରେ ଏକ ବାଇକ ଦୁର୍ଘଟଣା ଘଟଛି। ଏଥିରେ ଜଣେ ମହିଳା ଗୁରୁତର ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ଗୋପାଳପୁରପଞ୍ଚାୟତସ୍ଥିତ ସୁଣ୍ଡିଯୁବା ଗ୍ରାମର ଯମୁନା ମାଝୀ(୬୦) ଥୁଆମୂଳ ରାମପୁର ସଦରସ୍ଥିତ ଭାଟିପଡ଼ା (ସମାଗୁଡ଼ା) ରେ ଥିବା ତାଙ୍କ ଭଣଜା ଘରକୁ ଯାଇ ନିଜ ଗାଁକୁ ଲକ୍ଷ୍ମୀ ବସ୍ରେ ଯିବା ପାଇଁ ଭାଟିପଡ଼ା ପଟୁ ଜେଏମ୍ଏଫ୍ସି କୋର୍ଟ ଦେଇ କୌଣସି ସାମଗ୍ରୀ କିଣିବାକୁ ଏକ ଗ୍ରୋସରି ଦୋକାନକୁ ଯାଉଥିବା ବେଳେ ଗୁଣୁପୁରଠାରୁ ଗୋପୀନାଥପୁରର ମୁଖ୍ୟ ରାସ୍ତାର ସଂପ୍ରସାରଣ ବା ଉନ୍ନତିକରଣ କରୁଥିବା ପେଟି ଠିକାସଂସ୍ଥାର କର୍ମଚାରୀଙ୍କ OD26D5140 ନମ୍ବର ବିଶିଷ୍ଟ ଗାଡ଼ି ଉକ୍ତ ଯମୁନାଙ୍କୁ ଧକ୍କା ଦେଇ ତାଙ୍କ ଡାହାଣ ଗୋଡ଼ରେ ମାଡ଼ି ଯାଇଥିଲା। ଫଳରେ ତାଙ୍କ ଡ଼ାହାଣ ଗୋଡ଼ ଭାଙ୍ଗି ଯାଇଛି। ପାଖରେ ଥିବା କିଛି ଯୁବକ ସାଙ୍ଗେ ସଙ୍ଗ ଉକ୍ତ ମହିଳାଙ୍କୁ ଏକ ଅଟୋ ଯୋଗେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ଭର୍ତ୍ତି କରିଥିଲେ। ପରେ ଡାକ୍ତର ପି.କେ ସାହୁ ପ୍ରାଥମିକ ଚିକିତ୍ସା କରି ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ବର୍ତ୍ତମାନ ବିଧବା ମହିଳାଙ୍କ କେହି ନାହିଁ, ତାଙ୍କ ଦୁଇ ପୁଅ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ବେଳେ ତାଙ୍କ ସ୍ବାମୀଙ୍କର ମୃତ୍ୟୁ ଘଟିସାରିଛି। ଏଣୁ ଉକ୍ତ ଠିକ ସଂସ୍ଥାର ଦୁର୍ଘଟଣାକାରୀ ତାଙ୍କୁ ଉତ୍ତମ ଚିକିତ୍ସା ଯୋଗାଇବା ସହ କ୍ଷୟକ୍ଷତି ପ୍ରଦାନ କରିବାକୁ ସମ୍ପର୍କୀୟ ପରିବାର ଲୋକେ ଦାବି କରିଛନ୍ତି।
ପ୍ରକାଶ ଯୋଗ୍ୟ, ଉକ୍ତ ଠିକା ସଂସ୍ଥାର ସହ ସହ ଭାରୀଯାନ ପ୍ରତିଦିନ ଯିବା ଆସିବା କରୁଛି। ହେଲେ ମାର୍କେଟ ଅଞ୍ଚଳରେ ସଠିକ୍ ଭାବରେ ପାଣି ସିଞ୍ଚନ କରୁନ ଥିବା ଫଳରେ ଧୂଳିଧୂଆଁରେ ପଥଚାରୀ କିମ୍ବା ଗାଡ଼ି ଚାଳକ ସଠିକ୍ ଭାବରେ ରାସ୍ତା ଦେଖି ପାରୁନାହାନ୍ତି। ଏଣୁ ଏଭଳି ଦୁର୍ଘଟଣା ହେଉଛି ବୋଲି ବୁଦ୍ଧିଜୀବୀଙ୍କ ମହଲରେ ଆଲୋଚନା ହେଉଛି। ଏପରିକି ଉକ୍ତ ବାଇକ୍ ଚାଳକ ମଦ୍ୟପାନ କରି ବେପରୁଆ ଭାବେ ଗାଡ଼ି ଚାଲୁଥିଲେ ବୋଲି ଯାହା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି।
The post ବସ୍କୁ ଅପେକ୍ଷା କରିଥିଲେ ମହିଳା, ଗୋଡ଼ ଉପରେ ଚଢ଼ିଗଲା ବାଇକ୍ appeared first on Dharitri Odia News.