ବନ୍ଦର ସହର ପାରାଦୀପ
ବର୍ଷତମାମ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଆସୁଛି ଓଡ଼ିଶାର ପ୍ରସିଦ୍ଧ ବନ୍ଦର ସହର ପାରାଦୀପ। ଜଗତ୍ସି ଜିଲାର ଏହି ସହରର ପ୍ରମୁଖ ଆକର୍ଷଣ ହେଉଛି ପଣ୍ୟବାହୀ ଜାହାଜ, ମହାନଦୀ ସଙ୍ଗମସ୍ଥଳ ଓ ବିସ୍ତୀର୍ଣ୍ଣ ବେଳାଭୂମି। ପାରାଦୀପକୁ ଯାତାୟାତ ପାଇଁ ରହିଛି ରାଜ୍ୟ ଓ ଜାତୀୟ ରାଜପଥ ଏବ ରେଳପଥ। ଭୁବନେଶ୍ୱରଠାରୁ ଭାୟା କଟକ ହୋଇ ସଡ଼କ ପଥରେ ପାରାଦୀପ ବନ୍ଦରର ଦୂରତା ୧୨୦ କି.ମି.। ସେହିପରି ୧୬ ନମ୍ବର ଜାତୀୟ ରାଜପଥର ୫୩ ନମ୍ବର ଜାତୀୟ ରାଜପଥରେ ମଧ୍ୟ ପାରାଦୀପ […] The post ବନ୍ଦର ସହର ପାରାଦୀପ appeared first on Dharitri Odia News.
ବର୍ଷତମାମ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଆସୁଛି ଓଡ଼ିଶାର ପ୍ରସିଦ୍ଧ ବନ୍ଦର ସହର ପାରାଦୀପ। ଜଗତ୍ସି ଜିଲାର ଏହି ସହରର ପ୍ରମୁଖ ଆକର୍ଷଣ ହେଉଛି ପଣ୍ୟବାହୀ ଜାହାଜ, ମହାନଦୀ ସଙ୍ଗମସ୍ଥଳ ଓ ବିସ୍ତୀର୍ଣ୍ଣ ବେଳାଭୂମି। ପାରାଦୀପକୁ ଯାତାୟାତ ପାଇଁ ରହିଛି ରାଜ୍ୟ ଓ ଜାତୀୟ ରାଜପଥ ଏବ ରେଳପଥ। ଭୁବନେଶ୍ୱରଠାରୁ ଭାୟା କଟକ ହୋଇ ସଡ଼କ ପଥରେ ପାରାଦୀପ ବନ୍ଦରର ଦୂରତା ୧୨୦ କି.ମି.। ସେହିପରି ୧୬ ନମ୍ବର ଜାତୀୟ ରାଜପଥର ୫୩ ନମ୍ବର ଜାତୀୟ ରାଜପଥରେ ମଧ୍ୟ ପାରାଦୀପ ଯାଇହୁଏ। ପାରାଦୀପର ପ୍ରବେଶପଥ
ଦୋଛକି ପାଖରେ ଅଛି ପ୍ରାନ୍ଧ ଉଦୟବଟ ଧାମ। ସେହି ପାଖରେ ରହିଛି ପ୍ରସିଦ୍ଧ ଲୋକନାଥ ମନ୍ଦିର, ପାରେଶ୍ୱର ମନ୍ଦିର। ପାରାଦୀପ ସହର ମଧ୍ୟରେ ରହିଛି ପ୍ରମୁଖ ପର୍ଯ୍ୟଟନ ସ୍ଥାନ ନେହେରୁ ବଙ୍ଗଳା। ସେଠାରେ ମହାନଦୀ ଓ ସମୁଦ୍ରର ମିଳନସ୍ଥଳ ଅତ୍ୟନ୍ତ ମନୋମୁଗ୍ଧକର। ପାଖରେ ରହିଛି ରାଜ୍ୟର ବୃହତ୍ ମାଛଧରା ବନ୍ଦର। ସେଠାରୁ ୭ କି.ମି. ଗଲେ ପଡିବ ପାରାଦୀପ ବନ୍ଦର। ଯେଉଁଠି ବିଶାଳ ପଣ୍ୟବାହୀ ଜାହାଜ ଆତଯାତ, ପଣ୍ୟବୋଝେଇ ଦେଖିହୁଏ। ସେଠାରୁ ୨ କି.ମି. ଆଗକୁ ଗଲେ ପଡ଼େ ବେଳାଭୂମି ଏବଂ ନିକଟରେ ରହିଛି ରାଜ୍ୟର ସର୍ବବୃହତ୍ ଜଳଜୀବ ସଂଗ୍ରାହାଳୟ।
The post ବନ୍ଦର ସହର ପାରାଦୀପ appeared first on Dharitri Odia News.