ବସ୍କୁ ପଛପଟୁ ଧକ୍କା ଦେଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
ଘଟଗାଁ ୧୫/୦୬: ଯାତ୍ରିବାହୀ ବସ୍କୁ ଧକ୍କା ଦେଲା ଟ୍ରକ୍ । ଅଳ୍ପକେ ବର୍ତ୍ତିଲେ ସମସ୍ତ ଯାତ୍ରୀ । କେନ୍ଦୁଝର ଜିଲ୍ଲା ୨୦ନଂ ଜାତୀୟ ରାଜପଥର ପିପିଳିଆ ଛକ ନିକଟରେ ଘଟିଛି ଦୁର୍ଘଟଣା । ସୂଚନା ଥାଉକି, ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଏହି ଅଘଟଣ । ଯାତ୍ରୀବାହୀ ବସ୍କୁ ପଛପଟୁ ଧକ୍କା ଦେଇଥିଲା ଆଇରନ ବୋଝେଇ ଟ୍ରକ। ଦୁର୍ଘଟଣା ପରେ ଉଭୟ ଟ୍ରକ ଓ ବସ୍ ରାସ୍ତାରୁ ୨୦ଫୁଟ ତଳକୁ ଏକ ବିଲକୁ ଖସିପଡିଛି । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ବେଳେ ଉଭୟ ବସ୍ ଓ ଟ୍ରକ ଡ୍ରାଇଭର ଗୁରୁତର ଥିବା ଜଣାପଡିଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଘଟଗାଁ ୧୫/୦୬: ଯାତ୍ରିବାହୀ ବସ୍କୁ ଧକ୍କା ଦେଲା ଟ୍ରକ୍ । ଅଳ୍ପକେ ବର୍ତ୍ତିଲେ ସମସ୍ତ ଯାତ୍ରୀ । କେନ୍ଦୁଝର ଜିଲ୍ଲା ୨୦ନଂ ଜାତୀୟ ରାଜପଥର ପିପିଳିଆ ଛକ ନିକଟରେ ଘଟିଛି ଦୁର୍ଘଟଣା ।
ସୂଚନା ଥାଉକି, ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଏହି ଅଘଟଣ । ଯାତ୍ରୀବାହୀ ବସ୍କୁ ପଛପଟୁ ଧକ୍କା ଦେଇଥିଲା ଆଇରନ ବୋଝେଇ ଟ୍ରକ। ଦୁର୍ଘଟଣା ପରେ ଉଭୟ ଟ୍ରକ ଓ ବସ୍ ରାସ୍ତାରୁ ୨୦ଫୁଟ ତଳକୁ ଏକ ବିଲକୁ ଖସିପଡିଛି । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ବେଳେ ଉଭୟ ବସ୍ ଓ ଟ୍ରକ ଡ୍ରାଇଭର ଗୁରୁତର ଥିବା ଜଣାପଡିଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।