ଜଳଖିଆ ଦୋକାନ ଉପରକୁ ମାଡ଼ିଗଲା କାର୍ : ଜଣେ ମୃତ, ୩ ଜଣ ଗୁରୁତର
ସାଲେପୁର ୧୨।୧: ଜଳଖିଆ ଦୋକାନ ଉପରକୁ ମାଡ଼ିଗଲା କାର୍ । ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି । କଟକ ଜିଲ୍ଲା ମାହାଙ୍ଗା ଭଦ୍ରେଶ୍ୱର ଥାନା ଓସ୍ତପୁର ନାଲିଆପଡ଼ିଆ ବଜାରରେ ଘଟିଛି ଏଭଳି ଦୁର୍ଘଟଣା । ସୂଚନାଯୋଗ୍ୟ ଯେ, କଟକ ଜିଲ୍ଲା ମାହାଙ୍ଗା ଭଦ୍ରେଶ୍ୱର ଥାନା ଓସ୍ତପୁର ନାଲିଆପଡ଼ିଆ ବଜାରରେ ଥିବା ଜଳଖିଆ ଦୋକାନ ଉପରକୁ ମାଡ଼ିଗଲା କାର୍ । ବେପରୁଆ ଭାବେ ଗାଡି ଚଳାଇବା ଯୋଗୁଁ ଦୋକାନ ଉପରକୁ ମାଡି ଯାଇଥିଲା । ଜଳଖିଆ ଦୋକାନରେ ବସିଥିବା ୪ଜଣଙ୍କ ଉପରେ କାର୍ଟି ଚଢ଼ିଯାଇଥିଲା । ତୁରନ୍ତ ୪ ଜଣ ଗୁରୁତରଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି କଟକ ବଡ ମେଡିକାଲ ପଠାଇଥିବା ଜଣାଯାଇଛି । ସେଠାରେ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ଅନ୍ୟମାନେ ଚିକିତ୍ସାଧୀନ ଅଛନ୍ତି । ମୃତକ ଜଣକ ହେଲେ ଓସ୍ତପୁର ଗ୍ରାମର ପରମାନନ୍ଦ ସାହୁ । ଘଟଣାସ୍ଥଳରେ ଭଦ୍ରେଶ୍ୱର ପୋଲିସ ପହଞ୍ଚି ଗାଡିଟିକୁ ଜବତ କରି ତଦନ୍ତ ଜାରି ରଖିଛି ।You Can Read:ଯୋଗାଣ ନିରୀକ୍ଷକଙ୍କୁ କାର୍ଯ୍ୟରୁ ନିଲମ୍ବିତ କଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ
ସାଲେପୁର ୧୨।୧: ଜଳଖିଆ ଦୋକାନ ଉପରକୁ ମାଡ଼ିଗଲା କାର୍ । ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି । କଟକ ଜିଲ୍ଲା ମାହାଙ୍ଗା ଭଦ୍ରେଶ୍ୱର ଥାନା ଓସ୍ତପୁର ନାଲିଆପଡ଼ିଆ ବଜାରରେ ଘଟିଛି ଏଭଳି ଦୁର୍ଘଟଣା ।
ସୂଚନାଯୋଗ୍ୟ ଯେ, କଟକ ଜିଲ୍ଲା ମାହାଙ୍ଗା ଭଦ୍ରେଶ୍ୱର ଥାନା ଓସ୍ତପୁର ନାଲିଆପଡ଼ିଆ ବଜାରରେ ଥିବା ଜଳଖିଆ ଦୋକାନ ଉପରକୁ ମାଡ଼ିଗଲା କାର୍ । ବେପରୁଆ ଭାବେ ଗାଡି ଚଳାଇବା ଯୋଗୁଁ ଦୋକାନ ଉପରକୁ ମାଡି ଯାଇଥିଲା । ଜଳଖିଆ ଦୋକାନରେ ବସିଥିବା ୪ଜଣଙ୍କ ଉପରେ କାର୍ଟି ଚଢ଼ିଯାଇଥିଲା । ତୁରନ୍ତ ୪ ଜଣ ଗୁରୁତରଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି କଟକ ବଡ ମେଡିକାଲ ପଠାଇଥିବା ଜଣାଯାଇଛି । ସେଠାରେ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ଅନ୍ୟମାନେ ଚିକିତ୍ସାଧୀନ ଅଛନ୍ତି । ମୃତକ ଜଣକ ହେଲେ ଓସ୍ତପୁର ଗ୍ରାମର ପରମାନନ୍ଦ ସାହୁ । ଘଟଣାସ୍ଥଳରେ ଭଦ୍ରେଶ୍ୱର ପୋଲିସ ପହଞ୍ଚି ଗାଡିଟିକୁ ଜବତ କରି ତଦନ୍ତ ଜାରି ରଖିଛି ।
You Can Read:
ଯୋଗାଣ ନିରୀକ୍ଷକଙ୍କୁ କାର୍ଯ୍ୟରୁ ନିଲମ୍ବିତ କଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ