ଉଚ୍ଛୁଳିଲା ଭାରତୀୟ ପୁଞ୍ଜି ବଜାର; ସେନସେକ୍ସ ୭୫ ହଜାର ପାର୍, ନିଫ୍ଟି ମଧ୍ୟ ଶୀର୍ଷରେ
ମୁମ୍ବାଇ: ମଙ୍ଗଳବାର ଉଚ୍ଛୁଳିଲା ସେୟାର ବଜାର । ସର୍ବାକାଳୀନ ରେକର୍ଡ ଭାଙ୍ଗିଛି ସେନସେକ୍ସ । ନିଫ୍ଟି ମଧ୍ୟ ସର୍ବୋଚ୍ଚ ସ୍ତରକୁ ଛୁଇଁଛି । ଆଜି ସକାଳୁ ବଜାର ଖୋଲିବା ମାତ୍ରେ ଉପରମୁହାଁ ହୋଇଥିଲା ସେନସେକ୍ସ । ବିଏସଇ ସେନସେକ୍ସ ପ୍ରଥମ ଥର ପାଇଁ ୭୫ ହଜାର ଅଙ୍କ ପାର୍ କରି ୭୫,୧୨୪ରେ ପହଞ୍ଚିଛି । ସେହିପରି ନିଫ୍ଟି ୫୦ ପଏଣ୍ଟ ବଢ଼ି ୨୨,୭୬୫ ପଏଣ୍ଟ ସହିତ ଶିଖରରେ ପହଞ୍ଚିଛି । ବିଏସଇ ଦୁଇ ସୂଚକାଙ୍କ ୦.୨୦ ପ୍ରତିଶତ ବୃଦ୍ଧି ସହିତ କାରବାର ଆରମ୍ଭ ହୋଇଥିବା ଦେଖିବାକୁ ମିଳିଥିଲା ।ଭାରତୀୟ ବେଞ୍ଚ ମାର୍କ ଇଣ୍ଡେକ୍ସରେ ମଙ୍ଗଳବାର ସବୁଜ ସଙ୍କେତ ଦେଖିବାରୁ ମିଳିଥିଲା । ମାର୍କେଟ୍ ଖୋଲିବା ମାତ୍ରେ ଉପରମୁହାଁ ହୋଇଥିଲା ସେନସେକ୍ସ । ଆଇଟି ଏବଂ ଆଟୋ ମୋବାଇଲ୍ ସେକ୍ଟରରେ ଦ୍ରୁତ କିଣାବିକା ଏବଂ ଆମେରିକା ସେୟାର ବଜାର ମନ୍ଥର ସତ୍ତ୍ବେ ଭାରତୀୟ ବଜାର ଉଚ୍ଛୁଳିଛି । ମଙ୍ଗଳବାର କାରବାର ଆରମ୍ଭରୁ ସେନସେକ୍ସ ଓ ନିଫ୍ଟି ସାମାନ୍ୟ ମନ୍ଥର ଗତିରେ ଚାଲୁଥିଲା । ହେଲେ ସକାଳ ୯.୨୦ରେ ନିଫ୍ଟିର ୩୫ ସେୟାର ସବୁଜ ସଙ୍କେତ ରେଖା ଏବଂ ୧୫ ସେୟାର ଲାଲ୍ ସଙ୍କେତ ରେଖାରେ କାରବାର କରୁଥିଲା । ଏହି ସମୟରେ ହିରୋ ମୋଟୋକର୍ପ ଇନଫୋସିସ୍, ଟାଟା ମୋଟର୍ସ, ବଜାଜ ଫାଇନାନ୍ସ ଏବଂ ପାଓ୍ବାର ଗ୍ରୀଡର ସେୟାର ଟପରେ ରହି କାରବାର କରୁଥିଲେ । ସେହିପରି ଡିବି ଲାବୋରେଟାରିଜ୍, ଓଏନଜିସି, ଆୟଶର ମୋଟର୍ସ, ଟାଟା କଞ୍ଜ୍ୟୁମର ପ୍ରଡକ୍ଟସ ଏବଂ ରିଲିୟାନ୍ସ ଇଣ
ମୁମ୍ବାଇ: ମଙ୍ଗଳବାର ଉଚ୍ଛୁଳିଲା ସେୟାର ବଜାର । ସର୍ବାକାଳୀନ ରେକର୍ଡ ଭାଙ୍ଗିଛି ସେନସେକ୍ସ । ନିଫ୍ଟି ମଧ୍ୟ ସର୍ବୋଚ୍ଚ ସ୍ତରକୁ ଛୁଇଁଛି । ଆଜି ସକାଳୁ ବଜାର ଖୋଲିବା ମାତ୍ରେ ଉପରମୁହାଁ ହୋଇଥିଲା ସେନସେକ୍ସ । ବିଏସଇ ସେନସେକ୍ସ ପ୍ରଥମ ଥର ପାଇଁ ୭୫ ହଜାର ଅଙ୍କ ପାର୍ କରି ୭୫,୧୨୪ରେ ପହଞ୍ଚିଛି । ସେହିପରି ନିଫ୍ଟି ୫୦ ପଏଣ୍ଟ ବଢ଼ି ୨୨,୭୬୫ ପଏଣ୍ଟ ସହିତ ଶିଖରରେ ପହଞ୍ଚିଛି । ବିଏସଇ ଦୁଇ ସୂଚକାଙ୍କ ୦.୨୦ ପ୍ରତିଶତ ବୃଦ୍ଧି ସହିତ କାରବାର ଆରମ୍ଭ ହୋଇଥିବା ଦେଖିବାକୁ ମିଳିଥିଲା ।
ଭାରତୀୟ ବେଞ୍ଚ ମାର୍କ ଇଣ୍ଡେକ୍ସରେ ମଙ୍ଗଳବାର ସବୁଜ ସଙ୍କେତ ଦେଖିବାରୁ ମିଳିଥିଲା । ମାର୍କେଟ୍ ଖୋଲିବା ମାତ୍ରେ ଉପରମୁହାଁ ହୋଇଥିଲା ସେନସେକ୍ସ । ଆଇଟି ଏବଂ ଆଟୋ ମୋବାଇଲ୍ ସେକ୍ଟରରେ ଦ୍ରୁତ କିଣାବିକା ଏବଂ ଆମେରିକା ସେୟାର ବଜାର ମନ୍ଥର ସତ୍ତ୍ବେ ଭାରତୀୟ ବଜାର ଉଚ୍ଛୁଳିଛି ।
ମଙ୍ଗଳବାର କାରବାର ଆରମ୍ଭରୁ ସେନସେକ୍ସ ଓ ନିଫ୍ଟି ସାମାନ୍ୟ ମନ୍ଥର ଗତିରେ ଚାଲୁଥିଲା । ହେଲେ ସକାଳ ୯.୨୦ରେ ନିଫ୍ଟିର ୩୫ ସେୟାର ସବୁଜ ସଙ୍କେତ ରେଖା ଏବଂ ୧୫ ସେୟାର ଲାଲ୍ ସଙ୍କେତ ରେଖାରେ କାରବାର କରୁଥିଲା । ଏହି ସମୟରେ ହିରୋ ମୋଟୋକର୍ପ ଇନଫୋସିସ୍, ଟାଟା ମୋଟର୍ସ, ବଜାଜ ଫାଇନାନ୍ସ ଏବଂ ପାଓ୍ବାର ଗ୍ରୀଡର ସେୟାର ଟପରେ ରହି କାରବାର କରୁଥିଲେ । ସେହିପରି ଡିବି ଲାବୋରେଟାରିଜ୍, ଓଏନଜିସି, ଆୟଶର ମୋଟର୍ସ, ଟାଟା କଞ୍ଜ୍ୟୁମର ପ୍ରଡକ୍ଟସ ଏବଂ ରିଲିୟାନ୍ସ ଇଣ୍ଡଷ୍ଟ୍ରିଜର ଶେୟାର ତଳମୁହାଁ ହୋଇ କାରବାର କରୁଥିଲେ ।