୫ ବର୍ଷରେ ଓଡ଼ିଶାକୁ ଆସିବ ୧ଲକ୍ଷ କୋଟିର ନୂଆ ପ୍ରକଳ୍ପ: ଅଶ୍ବିନୀ ବୈଷ୍ଣବ
ଭୁବନେଶ୍ବର ୩୦/୬: ରେଲୱେ କ୍ଷେତ୍ରରେ ଇତିହାସ ରଚିବ ଓଡ଼ିଶା । ଆସନ୍ତା ୫୦ ବର୍ଷ ଯାଏ ବିଜେପି ଓଡ଼ିଶାର ସେବା କରିବ । ବିଜେପିର ବିଜୟ ସମ୍ବର୍ଦ୍ଧନାରେ ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଇବା ସହ ରେଲୱେ ବିକାଶର ଭବିଷ୍ୟତ ନେଇ ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ସେ କହିଛନ୍ତି ୧୦ ବର୍ଷ ତଳେ ଓଡ଼ିଶାକୁ ମାତ୍ର ମିଳୁଥିଲା ୮ଶହ କୋଟି । ଯାହା କୌଣସି ବିକାଶ କାମ ପାଇଁ ଅତି ନଗଣ୍ୟ । ଆଗରୁ ଓଡ଼ିଶା ଅବହେଳିତ ଅବସ୍ଥାରେ ଥିଲା । କିନ୍ତୁ ମୋଦିଙ୍କ ଶାସନ କାଳରେ ଓଡ଼ିଶାକୁ ବେଶ ଗୁରୁତ୍ବ ଦିଆଯାଉଛି । ୧୦ ବର୍ଷ ଭିତରେ ମୋଦି ଓଡ଼ିଶାକୁ ଗୁରୁତ୍ବ ଦେଇ ଫଣ୍ଡକୁ ୪ ଗୁଣା କଲେ । ଓଡ଼ିଶାକୁ ପ୍ରତିବର୍ଷ ୧୦ ହଜାର କୋଟିର ଅଧିକ ଅନୁଦାନ ମିଳୁଛି । ରେଲୱେ କ୍ଷେତ୍ରରେ ବିକାଶ ମିଳୁଛି । ଏବେ ଓଡ଼ିଶାରେ ରେଲୱେରେ ବିକାଶ ପାଇଁ ୧୦ ହଜାର ୫୩୬ କୋଟି ଟଙ୍କାର ଅନୁଦାନ ମିଳିଛି । ଗତ ୧୦ ବର୍ଷ ଭିତରେ ଓଡ଼ିଶାରେ ଯେତିକି ରେଲୱେ ଲାଇନ ହୋଇଛି ତାହା ଏକ ରେକର୍ଡ । ୧୮୨୬ କିମି ନୂଆ ରେଲୱେ ଟ୍ରାକ ତିଆରି ହୋଇଛି । ଓଡିଶାରେ ଯେତିକି ରେଲୱେ ଲାଇନ୍ ତିଆରି ହୋଇଛି ତାହା ଶ୍ରୀଲଙ୍କାର ସମୁଦାୟ ରେଲୱେ ଟ୍ରାକ୍ ଠାରୁ ଅଧିକ । ଏବେ ଡବଲ ଇଞ୍ଜିନ ସରକାରରେ ଓଡିଶାରେ ରେଲୱେର ଆହୁରି ବିକାଶ ହେବ । କାରଣ ପୂର୍ବରୁ ଟ୍ରାକ୍ ନିର୍ମାଣ ପାଇଁ ଜମି ମିଳିବାରେ ସମସ୍ୟା ହେଉଥିଲା ସେଥିପାଇଁ କାମ ବିଳମ୍ବ ହେଉଥିଲା । ଏବେ ରାଜ
ଭୁବନେଶ୍ବର ୩୦/୬: ରେଲୱେ କ୍ଷେତ୍ରରେ ଇତିହାସ ରଚିବ ଓଡ଼ିଶା । ଆସନ୍ତା ୫୦ ବର୍ଷ ଯାଏ ବିଜେପି ଓଡ଼ିଶାର ସେବା କରିବ । ବିଜେପିର ବିଜୟ ସମ୍ବର୍ଦ୍ଧନାରେ ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଇବା ସହ ରେଲୱେ ବିକାଶର ଭବିଷ୍ୟତ ନେଇ ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ସେ କହିଛନ୍ତି ୧୦ ବର୍ଷ ତଳେ ଓଡ଼ିଶାକୁ ମାତ୍ର ମିଳୁଥିଲା ୮ଶହ କୋଟି । ଯାହା କୌଣସି ବିକାଶ କାମ ପାଇଁ ଅତି ନଗଣ୍ୟ । ଆଗରୁ ଓଡ଼ିଶା ଅବହେଳିତ ଅବସ୍ଥାରେ ଥିଲା । କିନ୍ତୁ ମୋଦିଙ୍କ ଶାସନ କାଳରେ ଓଡ଼ିଶାକୁ ବେଶ ଗୁରୁତ୍ବ ଦିଆଯାଉଛି । ୧୦ ବର୍ଷ ଭିତରେ ମୋଦି ଓଡ଼ିଶାକୁ ଗୁରୁତ୍ବ ଦେଇ ଫଣ୍ଡକୁ ୪ ଗୁଣା କଲେ ।
ଓଡ଼ିଶାକୁ ପ୍ରତିବର୍ଷ ୧୦ ହଜାର କୋଟିର ଅଧିକ ଅନୁଦାନ ମିଳୁଛି । ରେଲୱେ କ୍ଷେତ୍ରରେ ବିକାଶ ମିଳୁଛି । ଏବେ ଓଡ଼ିଶାରେ ରେଲୱେରେ ବିକାଶ ପାଇଁ ୧୦ ହଜାର ୫୩୬ କୋଟି ଟଙ୍କାର ଅନୁଦାନ ମିଳିଛି । ଗତ ୧୦ ବର୍ଷ ଭିତରେ ଓଡ଼ିଶାରେ ଯେତିକି ରେଲୱେ ଲାଇନ ହୋଇଛି ତାହା ଏକ ରେକର୍ଡ । ୧୮୨୬ କିମି ନୂଆ ରେଲୱେ ଟ୍ରାକ ତିଆରି ହୋଇଛି । ଓଡିଶାରେ ଯେତିକି ରେଲୱେ ଲାଇନ୍ ତିଆରି ହୋଇଛି ତାହା ଶ୍ରୀଲଙ୍କାର ସମୁଦାୟ ରେଲୱେ ଟ୍ରାକ୍ ଠାରୁ ଅଧିକ ।
ଏବେ ଡବଲ ଇଞ୍ଜିନ ସରକାରରେ ଓଡିଶାରେ ରେଲୱେର ଆହୁରି ବିକାଶ ହେବ । କାରଣ ପୂର୍ବରୁ ଟ୍ରାକ୍ ନିର୍ମାଣ ପାଇଁ ଜମି ମିଳିବାରେ ସମସ୍ୟା ହେଉଥିଲା ସେଥିପାଇଁ କାମ ବିଳମ୍ବ ହେଉଥିଲା । ଏବେ ରାଜ୍ୟରେ ରେଲୱେ ଆହୁରି ବିକାଶର ଧାରା ଜୋରସୋରରେ ଆଗେଇବ । ଆଗାମୀ ୫ ବର୍ଷ ଭିତରେ ମୋଦିଙ୍କ ସହଯୋଗରେ ଓଡିଶାକୁ ସର୍ବାଧିକ ୧ ଲକ୍ଷ କୋଟି ଟଙ୍କାର ପ୍ରୋଜେକ୍ଟ ଆସିବ । ସେହିପରି ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ରକୁ ୩୧୫ଟି ସ୍ୱତନ୍ତ୍ର ଟ୍ରେନ ଚାଲିବ । ୧୦ ବର୍ଷ ତଳେ ରଥଯାତ୍ରା ସମୟରେ ପୁରୀକୁ ୮୯ଟି ଟ୍ରେନ ଚାଲୁଥିଲା । ଏବେ ଏହା ୩୧୫ରେ ପହଞ୍ଚିଛି ।
ଇଲେକ୍ଟ୍ରୋନିକ୍ସ ଓ ଆଇଟି କ୍ଷେତ୍ରରେ ଯୁବକଙ୍କୁ ସୁଯୋଗ ଦିଆଯିବା ଉପରେ ଆଲୋକପାତ କରି କେନ୍ଦ୍ର ରେଳମନ୍ତ୍ରୀ କହିଥିଲେ ଓଡିଶାରେ ବିରାଟ ବଡ ଇଲେକ୍ଟ୍ରୋନିକ୍ସ ମାନୁଫ୍ୟାକଚରିଂ କ୍ଲଷ୍ଟର ନିର୍ମାଣ ହେବ । ଏଥିପାଇଁ ପୂର୍ବରୁ ମୋଦି ସରକାର ଅର୍ଥ ମଞ୍ଜୁରି କରି ରଖିଛନ୍ତି । ଏହା ହେଲେ ରାଜ୍ୟର ଯୁବକ ଯୁବତୀଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ନିଜର କର୍ତ୍ତବ୍ୟନିଷ୍ଠା ସହ ବିଜେପି ଆଗାମୀ ୫୦ ବର୍ଷ ଯାଏଁ ଓଡିଶାର ସେବା କରିବ ।