ଭାରତରେ ଡାଟା ଚୋରିର ହାରାହାରି ମୂଲ୍ୟ ୨.୧୮ ମିଲିୟନ ଡଲାର: RBI ରିପୋର୍ଟ
ନୂଆଦିଲ୍ଲୀ: ଦିନକୁ ଦିନ ବଢ଼ିବାରେ ଲାଗିଛି ସାଇବର କ୍ରାଇମ । ସାଧାରଣ ଲୋକ ହୁଅନ୍ତୁ କିମ୍ବା କୌଣସି ସଂସ୍ଥା, ସାଇବର ଆଟାକର ଶିକାର ହେଉଛନ୍ତି। ଏହାରି ମଧ୍ୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ପକ୍ଷରୁ ସାଇବର ଆଟାକ ଉପରେ ଏକ ରିପୋର୍ଟ ଜାରି ହୋଇଛି।ଆରବିଆଇର ‘କରେନ୍ସି ଏବଂ ଫାଇନାନ୍ସ ରିପୋର୍ଟ ୨୦୨୩-୨୪’ରେ କୁହାଯାଇଛି ଯେ, ୨୦୨୩ରେ ଭାରତରେ ସାଇବର କ୍ରାଇମ ଦ୍ବାରା ହେଉଥିବା ତଥ୍ୟ ଚୋରି ଡାଟା ବ୍ରିଚ୍ର ହାରାହାରି ମୂଲ୍ୟ ୨.୧୮ ମିଲିୟନ ଡଲାରରେ ପହଞ୍ଚିଛି । ଯାହା ୨୦୨୦ ଠାରୁ ପ୍ରାୟ ୨୮ ପ୍ରତିଶତ ଅଧିକ। ସେହିଭଳି ବିଶ୍ବ ସ୍ତରରେ ସାଇବର କ୍ରାଇମ ମାଧ୍ୟମରେ ହେଉଥିବା ଡାଟା ଚୋରିର ମୂଲ୍ୟ ୨୦୨୩ରେ ୮.୧୫ ଟ୍ରିଲିୟନ ଡଲାର ରହିଥିଲା। ଯାହା ୨୦୨୮ ସୁଦ୍ଧା ୧୩.୮୨ ଟ୍ରିଲିୟନ ଡଲାରରେ ପହଞ୍ଚିବା ନେଇ ଆଶଙ୍କା କରାଯାଉଛି। ରିପୋର୍ଟ ଅନୁଯାୟୀ, ଭାରତରେ ସବୁଠାରୁ ଅଧିକ ୨୨ ପ୍ରତିଶତ ଲୋକେ ଫିସିଙ୍ଗର ଶିକାର ହେଉଛନ୍ତି। ଏହା ପରେ ୧୬ ପ୍ରତିଶତ ବ୍ୟକ୍ତିଙ୍କ ତଥ୍ୟ ଚୋରି କରାଯାଉଛି ବା ଜାଣିଶୁଣି ଲିକ୍ କରିଦିଆଯାଉଛି । ଅବଶ୍ୟ ଭାରତର ହେଉଥିବା ଡାଟା ବ୍ରିଚ୍ର ହାରାହାରି ମୂଲ୍ୟ ବିଶ୍ବରେ ହେଉଥିବା ତଥ୍ୟ ଚୋରିର ହାରାହାରି ମୂଲ୍ୟ ଠାରୁ ତଳେ ରହିଥିବା ନେଇ ରିପୋର୍ଟରେ କୁହାଯାଇଛି।ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ, ଏହି ଡାଟା ଚୋରିକୁ ରୋକିବା ଦିଗରେ କେନ୍ଦ୍ରୀୟ ବ୍ୟାଙ୍କ୍ମାନେ ବିଭିନ୍ନ ପଦକ୍ଷେପ ନ
ନୂଆଦିଲ୍ଲୀ: ଦିନକୁ ଦିନ ବଢ଼ିବାରେ ଲାଗିଛି ସାଇବର କ୍ରାଇମ । ସାଧାରଣ ଲୋକ ହୁଅନ୍ତୁ କିମ୍ବା କୌଣସି ସଂସ୍ଥା, ସାଇବର ଆଟାକର ଶିକାର ହେଉଛନ୍ତି। ଏହାରି ମଧ୍ୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ପକ୍ଷରୁ ସାଇବର ଆଟାକ ଉପରେ ଏକ ରିପୋର୍ଟ ଜାରି ହୋଇଛି।
ଆରବିଆଇର ‘କରେନ୍ସି ଏବଂ ଫାଇନାନ୍ସ ରିପୋର୍ଟ ୨୦୨୩-୨୪’ରେ କୁହାଯାଇଛି ଯେ, ୨୦୨୩ରେ ଭାରତରେ ସାଇବର କ୍ରାଇମ ଦ୍ବାରା ହେଉଥିବା ତଥ୍ୟ ଚୋରି ଡାଟା ବ୍ରିଚ୍ର ହାରାହାରି ମୂଲ୍ୟ ୨.୧୮ ମିଲିୟନ ଡଲାରରେ ପହଞ୍ଚିଛି । ଯାହା ୨୦୨୦ ଠାରୁ ପ୍ରାୟ ୨୮ ପ୍ରତିଶତ ଅଧିକ। ସେହିଭଳି ବିଶ୍ବ ସ୍ତରରେ ସାଇବର କ୍ରାଇମ ମାଧ୍ୟମରେ ହେଉଥିବା ଡାଟା ଚୋରିର ମୂଲ୍ୟ ୨୦୨୩ରେ ୮.୧୫ ଟ୍ରିଲିୟନ ଡଲାର ରହିଥିଲା। ଯାହା ୨୦୨୮ ସୁଦ୍ଧା ୧୩.୮୨ ଟ୍ରିଲିୟନ ଡଲାରରେ ପହଞ୍ଚିବା ନେଇ ଆଶଙ୍କା କରାଯାଉଛି।
ରିପୋର୍ଟ ଅନୁଯାୟୀ, ଭାରତରେ ସବୁଠାରୁ ଅଧିକ ୨୨ ପ୍ରତିଶତ ଲୋକେ ଫିସିଙ୍ଗର ଶିକାର ହେଉଛନ୍ତି। ଏହା ପରେ ୧୬ ପ୍ରତିଶତ ବ୍ୟକ୍ତିଙ୍କ ତଥ୍ୟ ଚୋରି କରାଯାଉଛି ବା ଜାଣିଶୁଣି ଲିକ୍ କରିଦିଆଯାଉଛି । ଅବଶ୍ୟ ଭାରତର ହେଉଥିବା ଡାଟା ବ୍ରିଚ୍ର ହାରାହାରି ମୂଲ୍ୟ ବିଶ୍ବରେ ହେଉଥିବା ତଥ୍ୟ ଚୋରିର ହାରାହାରି ମୂଲ୍ୟ ଠାରୁ ତଳେ ରହିଥିବା ନେଇ ରିପୋର୍ଟରେ କୁହାଯାଇଛି।
ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ, ଏହି ଡାଟା ଚୋରିକୁ ରୋକିବା ଦିଗରେ କେନ୍ଦ୍ରୀୟ ବ୍ୟାଙ୍କ୍ମାନେ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏଥିପାଇଁ ସାଇବର ସୁରକ୍ଷା ଦିଗରେ ସେମାନେ ନିବେଶକୁ ପ୍ରାୟ ୫ ପ୍ରତିଶତ ପର୍ଯ୍ୟନ୍ତ ମଧ୍ୟ ବଢ଼ାଇଛନ୍ତି।ଭାରତରେ ଡାଟା ଚୋରିର ହାରାହାରି ମୂଲ୍ୟ ୨.୧୮ ମିଲିୟନ ଡଲାର: RBI ରିପୋର୍ଟ