ବସ୍ତି ଉଚ୍ଛେଦ ବେଳେ କାନ୍ଦିଲେ ଲୋକେ: ସରକାର ଦୁଃଖ ଶୁଣୁ ନଥିବା କଲେ ଅଭିଯୋଗ
ବାଲେଶ୍ଵର: ବସ୍ତି ଉଚ୍ଛେଦ ବେଳେ ବାଲେଶ୍ଵରରେ ପ୍ରବଳ ଉତ୍ତେଜନା। ଲୋକଙ୍କ ଘର ଉପରେ ବୁଲଡୋଜର ଚଢ଼ିବା ଦେଖି ଲୋକେ କାନ୍ଦି... The post ବସ୍ତି ଉଚ୍ଛେଦ ବେଳେ କାନ୍ଦିଲେ ଲୋକେ: ସରକାର ଦୁଃଖ ଶୁଣୁ ନଥିବା କଲେ ଅଭିଯୋଗ appeared first on .
ବାଲେଶ୍ଵର: ବସ୍ତି ଉଚ୍ଛେଦ ବେଳେ ବାଲେଶ୍ଵରରେ ପ୍ରବଳ ଉତ୍ତେଜନା। ଲୋକଙ୍କ ଘର ଉପରେ ବୁଲଡୋଜର ଚଢ଼ିବା ଦେଖି ଲୋକେ କାନ୍ଦି ପକାଇଲେ। କିଛି ମହିଳା ବୁଲଡୋଜର ଆଗରେ ଠିଆ ହୋଇ ଯାଇଥିଲେ। ସେମାନେ ଦାବି କରିଛନ୍ତି, ଆମକୁ କିଛି ସମୟ ଦିଆଯାଉ। ନିଜ ଜିନିଷ ପତ୍ର ନେବେ। ସମୟ ନ ଦେଇ ଘର ଭଙ୍ଗା ଯାଉଥିବାରୁ କୁଆଡ଼େ ଯିବେ ବୋଲି ସେମାନେ ପ୍ରଶ୍ନ କରିଥିଲେ। ସେଠାରେ ପ୍ରବଳ ଉତ୍ତେଜନା ଦେଖା ଦେଇଥିଲା। ଏପରିକି କିଛି ମହିଳା ଜେସିବିକୁ ଆକ୍ରମଣ କରିବାକୁ ମଧ୍ୟ ଉଦ୍ୟତ ହୋଇଥିଲେ। ଏହା ପରେ ସେଠାରେ ପୋଲିସ ପ୍ରଶାସନ ପହଞ୍ଚିିଥିଲା। ଲୋକଙ୍କ ସହିତ ଆଲୋଚନା ପରେ ଜେସିବି ଓ ବୁଲଡୋଜର ଫେରି ଯାଇଛି। ରେଳ ଲାଇନ ସଂପ୍ରସାରଣ ପାଇଁ ବସ୍ତି ଉଚ୍ଛେଦ କରାଯାଉଛି। ଏଥିପାଇଁ ବାଲେଶ୍ଵର ଅରଡବଜାର ଠାରୁ ପରିବା ମାର୍କେଟ ଅଞ୍ଚଳରେ ଜାରି କରାଯାଇଛି କର୍ଫ୍ୟୁ । ଲୋକେ ଅଭିଯୋଗ କରିଛନ୍ତି, ଏବର ବିଜେପି ସରକାର ସେମାନଙ୍କ ଦୁଃଖ ଶୁଣୁ ନାହାନ୍ତି। ସେଠାକାର ସ୍ଥାନୀୟ କାଉନସିଲର ମଧ୍ୟ ବିଜେପିର । ତଥାପି କେହି କିଛି ବୁଝୁ ନାହାନ୍ତି। ନବୀନ ସରକାର ବେଳେ ଏପରି ହେଉନଥିଲା ବୋଲି ବସ୍ତି ବାସିନ୍ଦା କହିଛନ୍ତି।
The post ବସ୍ତି ଉଚ୍ଛେଦ ବେଳେ କାନ୍ଦିଲେ ଲୋକେ: ସରକାର ଦୁଃଖ ଶୁଣୁ ନଥିବା କଲେ ଅଭିଯୋଗ appeared first on .