‘ବହି ଉପରେ ଧୂଳି ଜମିଗଲେ କାହାଣୀ ଶେଷ ହୋଇଯାଏ ନାହିଁ’ ; ଦଳରୁ ବାଦ୍ ପଡ଼ିବା ପରେ…
ନୂଆଦିଲ୍ଲୀ,୧୦।୨: ଇଂଲଣ୍ଡ ବିପକ୍ଷରେ ଜାରି ୫ ଟେଷ୍ଟ ମ୍ୟାଚ୍ ବିଶିଷ୍ଟ ସିରିଜର ଅନ୍ତିମ ୩ ମ୍ୟାଚ୍ ଲାଗି ଭାରତୀୟ ଟିମ୍ ଘୋଷଣା କରାଯାଇଛି। ଷ୍ଟାର ବ୍ୟାଟ୍ସମ୍ୟାନ୍ କୋହଲି ପୁଣିଥରେ ଦଳରୁ ବାଦ୍ ପଡ଼ିଛନ୍ତି। ଅପରପକ୍ଷେ ଦଳରେ ଜସପ୍ରିତ ବୁମ୍ରାଙ୍କୁ ସାମିଲ କରାଯାଇଛି। ଏମିତିରେ ରଣଜୀ ଟ୍ରଫିରେ ଲଗାତର ଭାବେ ଭଲ ପ୍ରଦର୍ଶନ କରୁଥିବା କିଛି ଖେଳାଳି ଦଳରେ ସୁଯୋଗ ପାଇବେ ବୋଲି ଆଶା ରଖି ନିରାଶ ହୋଇଛନ୍ତି। ସେଭଳି ଜଣେ ହେଲେ ଭାରତୀୟ ପେସର ଉମେଶ ଯାଦବ। […] The post ‘ବହି ଉପରେ ଧୂଳି ଜମିଗଲେ କାହାଣୀ ଶେଷ ହୋଇଯାଏ ନାହିଁ’ ; ଦଳରୁ ବାଦ୍ ପଡ଼ିବା ପରେ… appeared first on Dharitri Odia News.
ନୂଆଦିଲ୍ଲୀ,୧୦।୨: ଇଂଲଣ୍ଡ ବିପକ୍ଷରେ ଜାରି ୫ ଟେଷ୍ଟ ମ୍ୟାଚ୍ ବିଶିଷ୍ଟ ସିରିଜର ଅନ୍ତିମ ୩ ମ୍ୟାଚ୍ ଲାଗି ଭାରତୀୟ ଟିମ୍ ଘୋଷଣା କରାଯାଇଛି। ଷ୍ଟାର ବ୍ୟାଟ୍ସମ୍ୟାନ୍ କୋହଲି ପୁଣିଥରେ ଦଳରୁ ବାଦ୍ ପଡ଼ିଛନ୍ତି। ଅପରପକ୍ଷେ ଦଳରେ ଜସପ୍ରିତ ବୁମ୍ରାଙ୍କୁ ସାମିଲ କରାଯାଇଛି। ଏମିତିରେ ରଣଜୀ ଟ୍ରଫିରେ ଲଗାତର ଭାବେ ଭଲ ପ୍ରଦର୍ଶନ କରୁଥିବା କିଛି ଖେଳାଳି ଦଳରେ ସୁଯୋଗ ପାଇବେ ବୋଲି ଆଶା ରଖି ନିରାଶ ହୋଇଛନ୍ତି। ସେଭଳି ଜଣେ ହେଲେ ଭାରତୀୟ ପେସର ଉମେଶ ଯାଦବ।
ରଣଜୀ ସିଜନରେ ଜବରଦସ୍ତ ବୋଲିଂକୁ ନେଇ ଉମେଶ ଚର୍ଚ୍ଚାକୁ ଆସିଥିଲେ। ଏବେ ତାଙ୍କୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ସ୍ଥାନ ମିଳିନାହିଁ, ଯାହାକୁ ନେଇ ସେ ପ୍ରତିକ୍ରିୟା ରଖିଛନ୍ତି। ନିଜର ଇନଷ୍ଟାଗ୍ରାମରେ ‘ବହି ଉପରେ ଧୂଳି ଜମିଗଲେ କାହାଣୀ ଶେଷ ହୋଇଯାଏ ନାହିଁ’ ବୋଲି ଷ୍ଟୋରୀ ରଖିଛନ୍ତି।
ଉମେଶଙ୍କ ରେକର୍ଡ ଦେଖିଲେ ସେ ଏଯାବତ ୪ ମ୍ୟାଚ୍ରେ ୧୯ ଉଇକେଟ ନେଇଛନ୍ତି। ଅପରପକ୍ଷେ ଜସପ୍ରିତ ବୁମ୍ରାଙ୍କ ବ୍ୟତିତ ଅନ୍ୟ କୌଣସି ଦ୍ରୁତ ବୋଲର ସେତେଟା ଭଲ ପ୍ରଦର୍ଶନ କରିପାରୁନାହାନ୍ତି। ଏଣୁ ତାଙ୍କୁ ପୁଣିଥରେ ଭାରତୀୟ ଟିମ୍ରୁ ଡାକରା ମିଳିପାରେ ବୋଲି ଆଶା କରାଯାଉଥିଲା। ହେଲେ ତାହା ହୋଇନାହିଁ। ଉମେଶଙ୍କ ଟେଷ୍ଟ କ୍ୟାରିୟର ବିଷୟରେ କଥା ହେଲେ ସେ ଭାରତ ଲାଗି ୫୭ ଟେଷ୍ଟ ମ୍ୟାଚ୍ରେ ୧୭୦ ଉଇକେଟ ନେଇଛନ୍ତି।
The post ‘ବହି ଉପରେ ଧୂଳି ଜମିଗଲେ କାହାଣୀ ଶେଷ ହୋଇଯାଏ ନାହିଁ’ ; ଦଳରୁ ବାଦ୍ ପଡ଼ିବା ପରେ… appeared first on Dharitri Odia News.