ବାଂଲାଦେଶ-ଇଂଲଣ୍ଡ ବିପକ୍ଷ ସିଡ୍ୟୁଲରେ ପରିବର୍ତ୍ତନ, ୧୪ ବର୍ଷ ପରେ ଗ୍ୱାଲିୟରରେ ଖେଳାଯିବ ମ୍ୟାଚ୍
ମୁମ୍ବାଇ ୧୪।୦୮ : ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ପକ୍ଷରୁ ଆଗାମୀ ବାଂଲାଦେଶ ଏବଂ ଇଂଲଣ୍ଡ ବିପକ୍ଷ ଘରୋଇ ସିରିଜ୍ ଲାଗି ସୂଚୀରେ ପରିବର୍ତ୍ତନ କରାଯାଇଛି । ବୋର୍ଡ ପକ୍ଷରୁ ଅପଡେଟ୍ ଲିଷ୍ଟ ମଧ୍ୟ ଜାରି କରାଯାଇଛି । ତେବେ ଜାରି ହୋଇଥିବା ସୂଚୀ ଅନୁସାରେ, ବାଂଲାଦେଶ ବିରୋଧରେ ଗୋଟିଏ ଟି-୨୦ ଏବଂ ଇଂଲଣ୍ଡ ବିପକ୍ଷରେ ଦୁଇଟି ଟି-୨୦ ମ୍ୟାଚ୍ର ସିଡ୍ୟୁଲରେ ପରିବର୍ତ୍ତନ କରାଯାଇଛି ।ଏହି ଦୁଇ ସିରିଜ୍ ଘରୋଇ ମାଟିରେ ଖେଳାଯିବ। ଅକ୍ଟୋବର ୬ରେ ବାଂଲାଦେଶ ବିପକ୍ଷ ପ୍ରଥମ ଟି-୨୦ ଧର୍ମଶାଳାରେ ଖେଳାଯିବାକୁ ଥିଲା, ହେଲେ ଷ୍ଟାଡିୟମ୍ରେ କାମ ଚାଲିଥିବାରୁ ଏବେ ଏହି ମ୍ୟାଚ୍କୁ ଗ୍ୱାଲିୟରକୁ ପରିବର୍ତ୍ତନ କରାଯାଇଛି । ୨୦୧୦ ପରେ ଗ୍ୱାଲିୟରରେ କୌଣସି ଆନ୍ତର୍ଜାତୀୟ ମ୍ୟାଚ୍ ଖେଳାହେବାକୁ ଯାଉଛି । ୨୦୧୦ରେ ଦକ୍ଷିଣ ଆଫ୍ରିକା ବିରୋଧରେ ସଚ୍ଚିନ ତେନ୍ଦୁଲକର ଏହି ଷ୍ଟାଡିୟମ୍ରେ ପ୍ରଥମ ଦ୍ୱିଶତକ କରିଥିଲେ । ବିଶ୍ୱ କ୍ରିକେଟ୍ରେ ପ୍ରଥମ ବ୍ୟାଟର ଭାବେ ଦ୍ୱିଶତକ ହାସଲ କରିଥିଲେ । ସେହିପରି ଇଂଲଣ୍ଡ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍ର ଭେନ୍ୟୁରେ ମଧ୍ୟ ପରିବର୍ତ୍ତନ କରାଯାଇଛି ।ପ୍ରଥମ ମ୍ୟାଚ୍ କୋଲକାତା ବଦଳରେ ଚେନ୍ନାଇକୁ ପରିବର୍ତ୍ତନ କରାଯାଇଛି । ବାକି ୨ୟ ଟି-୨୦ ମ୍ୟାଚ୍ ଚେନ୍ନାଇ ବଦଳରେ କୋଲକାତାରେ ଖେଳାଯିବ । କୋଲକାତା ପୋଲିସର ଅନୁରୋଧ କ୍ରମେ ଏହି ମ୍ୟାଚ୍ର ସ୍ଥାନ ପରିବର୍ତ୍ତନ ହୋଇଛି । ଚମ୍ପିଆନ
ମୁମ୍ବାଇ ୧୪।୦୮ : ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ପକ୍ଷରୁ ଆଗାମୀ ବାଂଲାଦେଶ ଏବଂ ଇଂଲଣ୍ଡ ବିପକ୍ଷ ଘରୋଇ ସିରିଜ୍ ଲାଗି ସୂଚୀରେ ପରିବର୍ତ୍ତନ କରାଯାଇଛି । ବୋର୍ଡ ପକ୍ଷରୁ ଅପଡେଟ୍ ଲିଷ୍ଟ ମଧ୍ୟ ଜାରି କରାଯାଇଛି ।
ତେବେ ଜାରି ହୋଇଥିବା ସୂଚୀ ଅନୁସାରେ, ବାଂଲାଦେଶ ବିରୋଧରେ ଗୋଟିଏ ଟି-୨୦ ଏବଂ ଇଂଲଣ୍ଡ ବିପକ୍ଷରେ ଦୁଇଟି ଟି-୨୦ ମ୍ୟାଚ୍ର ସିଡ୍ୟୁଲରେ ପରିବର୍ତ୍ତନ କରାଯାଇଛି ।ଏହି ଦୁଇ ସିରିଜ୍ ଘରୋଇ ମାଟିରେ ଖେଳାଯିବ। ଅକ୍ଟୋବର ୬ରେ ବାଂଲାଦେଶ ବିପକ୍ଷ ପ୍ରଥମ ଟି-୨୦ ଧର୍ମଶାଳାରେ ଖେଳାଯିବାକୁ ଥିଲା, ହେଲେ ଷ୍ଟାଡିୟମ୍ରେ କାମ ଚାଲିଥିବାରୁ ଏବେ ଏହି ମ୍ୟାଚ୍କୁ ଗ୍ୱାଲିୟରକୁ ପରିବର୍ତ୍ତନ କରାଯାଇଛି । ୨୦୧୦ ପରେ ଗ୍ୱାଲିୟରରେ କୌଣସି ଆନ୍ତର୍ଜାତୀୟ ମ୍ୟାଚ୍ ଖେଳାହେବାକୁ ଯାଉଛି । ୨୦୧୦ରେ ଦକ୍ଷିଣ ଆଫ୍ରିକା ବିରୋଧରେ ସଚ୍ଚିନ ତେନ୍ଦୁଲକର ଏହି ଷ୍ଟାଡିୟମ୍ରେ ପ୍ରଥମ ଦ୍ୱିଶତକ କରିଥିଲେ । ବିଶ୍ୱ କ୍ରିକେଟ୍ରେ ପ୍ରଥମ ବ୍ୟାଟର ଭାବେ ଦ୍ୱିଶତକ ହାସଲ କରିଥିଲେ ।
ସେହିପରି ଇଂଲଣ୍ଡ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍ର ଭେନ୍ୟୁରେ ମଧ୍ୟ ପରିବର୍ତ୍ତନ କରାଯାଇଛି ।ପ୍ରଥମ ମ୍ୟାଚ୍ କୋଲକାତା ବଦଳରେ ଚେନ୍ନାଇକୁ ପରିବର୍ତ୍ତନ କରାଯାଇଛି । ବାକି ୨ୟ ଟି-୨୦ ମ୍ୟାଚ୍ ଚେନ୍ନାଇ ବଦଳରେ କୋଲକାତାରେ ଖେଳାଯିବ । କୋଲକାତା ପୋଲିସର ଅନୁରୋଧ କ୍ରମେ ଏହି ମ୍ୟାଚ୍ର ସ୍ଥାନ ପରିବର୍ତ୍ତନ ହୋଇଛି ।
ଚମ୍ପିଆନ୍ସ ଟ୍ରଫି ପୂର୍ବରୁ ଭାରତ ଖେଳିବ ୨୦ରୁ ଅଧିକ ମ୍ୟାଚ୍, ଜାଣନ୍ତୁ କେତୋଟି ଟି-୨୦, ଟେଷ୍ଟ ଆଉ ଦିନିକିଆ...