ବାଂଲାଦେଶ ଗୃହମନ୍ତ୍ରୀଙ୍କ ବଡ ବୟାନ, ବରଦାସ୍ତ କରାଯିବନି ଭାରତ ବିରୋଧୀ ଗତିବିଧି

ନୂଆଦିଲ୍ଲୀ/ଢାକା,୫।୧: ବାଂଲାଦେଶରେ ରବିବାର ଅର୍ଥାତ ୭ ଜାନୁଆରୀରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ଏହାପୂର୍ବରୁ ବାଂଲାଦେଶ ଗୃହମନ୍ତ୍ରୀ ଅସଦୁଜମାନ ଖାନ କହିଛନ୍ତି ଯେ ଯେପର୍ଯ୍ୟନ୍ତ ଆୱାମୀ ଲିଗ କ୍ଷମତାରେ ରହିବ, ବାଂଲାଦେଶରେ ଭାରତ ବିରୋଧୀ କାର୍ଯ୍ୟକଳାପ କିମ୍ବା ଆତଙ୍କବାଦକୁ ବରଦାସ୍ତ କରାଯିବ ନାହିଁ। ବାଂଲାଦେଶ ଗୃହମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ଚାଇନା ବାଂଲାଦେଶରେ ପୁଞ୍ଜି ବିନିଯୋଗ ଦ୍ୱାରା ଭାରତ ଅସୁବିଧାରେ ପଡ଼ିବା ଉଚିତ ନୁହେଁ ଏବଂ ଆଗାମୀ ଦିନରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ସମ୍ପର୍କ […] The post ବାଂଲାଦେଶ ଗୃହମନ୍ତ୍ରୀଙ୍କ ବଡ ବୟାନ, ବରଦାସ୍ତ କରାଯିବନି ଭାରତ ବିରୋଧୀ ଗତିବିଧି appeared first on Dharitri Odia News.

ବାଂଲାଦେଶ ଗୃହମନ୍ତ୍ରୀଙ୍କ ବଡ ବୟାନ, ବରଦାସ୍ତ କରାଯିବନି ଭାରତ ବିରୋଧୀ ଗତିବିଧି

ନୂଆଦିଲ୍ଲୀ/ଢାକା,୫।୧: ବାଂଲାଦେଶରେ ରବିବାର ଅର୍ଥାତ ୭ ଜାନୁଆରୀରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ଏହାପୂର୍ବରୁ ବାଂଲାଦେଶ ଗୃହମନ୍ତ୍ରୀ ଅସଦୁଜମାନ ଖାନ କହିଛନ୍ତି ଯେ ଯେପର୍ଯ୍ୟନ୍ତ ଆୱାମୀ ଲିଗ କ୍ଷମତାରେ ରହିବ, ବାଂଲାଦେଶରେ ଭାରତ ବିରୋଧୀ କାର୍ଯ୍ୟକଳାପ କିମ୍ବା ଆତଙ୍କବାଦକୁ ବରଦାସ୍ତ କରାଯିବ ନାହିଁ। ବାଂଲାଦେଶ ଗୃହମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ଚାଇନା ବାଂଲାଦେଶରେ ପୁଞ୍ଜି ବିନିଯୋଗ ଦ୍ୱାରା ଭାରତ ଅସୁବିଧାରେ ପଡ଼ିବା ଉଚିତ ନୁହେଁ ଏବଂ ଆଗାମୀ ଦିନରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ସମ୍ପର୍କ ଆହୁରି ମଜବୁତ ହେବ।

ପିଟିଆଇ ସହିତ ଟେଲିଫୋନ ସାକ୍ଷାତକାରରେ ଶେଖ ହସିନା ସରକାରଙ୍କ ବରିଷ୍ଠ ମନ୍ତ୍ରୀ କହିଛନ୍ତି ଯେ ଜାନୁଆରୀ ୭ରେ ଆୱାମୀ ଲିଗ ସରକାରଙ୍କ ଅଧୀନରେ ନିରପେକ୍ଷ ଏବଂ ସ୍ବଚ୍ଛ ନିର୍ବାଚନ ଅନୁଷ୍ଠିତ ହେବ। ସେ କହିଛନ୍ତି ଯେ ପରାଜୟ ଭୟରେ ବିରୋଧୀ ଦଳ ବିଏନପି ନିର୍ବାଚନ ବହିଷ୍କାର ଘୋଷଣା କରିଛି। ନିର୍ବାଚନ ପୂର୍ବରୁ ଏକ କେୟାରଟେକର ସରକାର ଗଠନ କରିବାକୁ ବିଏନପି ଦାବି କରିଛି, କିନ୍ତୁ ଦାବି ପୂରଣ ନହେବା କାରଣରୁ ବିଏନପି ନିର୍ବାଚନକୁ ବହିଷ୍କାର କରିଛି।

The post ବାଂଲାଦେଶ ଗୃହମନ୍ତ୍ରୀଙ୍କ ବଡ ବୟାନ, ବରଦାସ୍ତ କରାଯିବନି ଭାରତ ବିରୋଧୀ ଗତିବିଧି appeared first on Dharitri Odia News.