ବାଂଲାଦେଶ ଟଙ୍କାରୁ ହଟିଲା ମୁଜିବୁର ରହମାନଙ୍କ ଫଟୋ

ନୂଆଦିଲ୍ଲୀ: ବାଂଲାଦେଶକୁ ସ୍ୱାଧୀନ କରିଥିବା ଏହାର ଜାତୀୟ ପିତା ବଙ୍ଗ ବନ୍ଧୁ ମୁଜିବୁର ରହମାନଙ୍କ ଚିହ୍ନବର୍ଣ୍ଣ ଦେଶରୁ ଲିଭାଇକୁ ଦେବାକୁ ଚାହାନ୍ତି କୃତଘ୍ନ ମହମ୍ମଦ ୟୁନୁସଙ୍କ ସରକାର। ଯିଏ ବାଂଲାଦେଶକୁ ସ୍ୱାଧୀନ କରିଥିଲେ, କୃତଘ୍ନ ଦେଶବାସୀ କିନ୍ତୁ ତାଙ୍କର ସନ୍ତକ ଲିଭାଇ ଦେବାକୁ ବାହାରିଛନ୍ତି। ଗତବର୍ଷ ହୋଇଥିବା ଛାତ୍ର ଆନ୍ଦୋଳନ ବେଳେ ମୁଜିବୁର ରହମାନଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବ, ଏହାକୁ ଅପମାନିତ କରିବା ଓ ତତ୍‌ସମ୍ପର୍କିତ ସବୁ ସାମଗ୍ରୀ ନଷ୍ଟ କରିଦେବା ପରେ ଏବେ ୟୁନୁସ ସରକାର ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ବାଂଲାଦେଶର ମୁଦ୍ରା ଟାକାରୁ ମୁଜିବୁର ରହମାନଙ୍କ ଫଟୋ ହଟାଇ ଦିଆଯାଇଛି। ସେହି ସ୍ଥାନରେ ଏକ ହିନ୍ଦୁ ମନ୍ଦିର ଓ ବୌଦ୍ଧ ମନ୍ଦିର ଭଳି ଐତିହ୍ୟର ଫଟୋ ରଖାଯାଇଛି। ବାଂଲାଦେଶରେ ଯେଉଁ ନୂଆ ନୋଟ୍‌ ସାମ୍ନାକୁ ଆସିଛି ସେଠି ଏଭଳି ପରିବର୍ତ୍ତନ ଦେଖିବାକୁ ମିଳିଛି। ଏନେଇ ବାଂଲାଦେଶ କେନ୍ଦ୍ରୀୟ ବ୍ୟାଙ୍କ ପ୍ରତିକ୍ରିୟା ଜାରି କରିଛି। ବ୍ୟାଙ୍କ କହିଛି ଯେ ବାଂଲାଦେଶରେ ନୂଆ ଡିଜାଇନ୍ ସହିତ ନୂଆ ନୋଟ୍ ପ୍ରକାଶିତ ହୋଇଛି। ଏଥିରେ ବହିଷ୍କୃତ ପ୍ରଧାନମନ୍ତ୍ରୀ ଏବଂ ଦେଶର ପ୍ରତିଷ୍ଠାତା ପିତା ଶେଖ ମୁଜିବୁର ରହମାନଙ୍କ ଚିତ୍ର ବଦଳରେ ପ୍ରାକୃତିକ ଭୂଦୃଶ୍ୟ ଏବଂ ପାରମ୍ପରିକ ସ୍ଥାନକୁ ରଖାଯାଇଛି। ଏପର୍ଯ୍ୟନ୍ତ ବାଂଲାଦେଶର ସମସ୍ତ ନୋଟରେ ଶେଖ ମୁଜିବୁର ରହମାନଙ୍କ ଚିତ୍ର ରହିଥିଲା। ହେଲେ ଏବେ ଜାରି ହୋଇଥିବା ନୂଆ ନୋ

ବାଂଲାଦେଶ ଟଙ୍କାରୁ ହଟିଲା ମୁଜିବୁର ରହମାନଙ୍କ ଫଟୋ

ନୂଆଦିଲ୍ଲୀ: ବାଂଲାଦେଶକୁ ସ୍ୱାଧୀନ କରିଥିବା ଏହାର ଜାତୀୟ ପିତା ବଙ୍ଗ ବନ୍ଧୁ ମୁଜିବୁର ରହମାନଙ୍କ ଚିହ୍ନବର୍ଣ୍ଣ ଦେଶରୁ ଲିଭାଇକୁ ଦେବାକୁ ଚାହାନ୍ତି କୃତଘ୍ନ ମହମ୍ମଦ ୟୁନୁସଙ୍କ ସରକାର। ଯିଏ ବାଂଲାଦେଶକୁ ସ୍ୱାଧୀନ କରିଥିଲେ, କୃତଘ୍ନ ଦେଶବାସୀ କିନ୍ତୁ ତାଙ୍କର ସନ୍ତକ ଲିଭାଇ ଦେବାକୁ ବାହାରିଛନ୍ତି। ଗତବର୍ଷ ହୋଇଥିବା ଛାତ୍ର ଆନ୍ଦୋଳନ ବେଳେ ମୁଜିବୁର ରହମାନଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବ, ଏହାକୁ ଅପମାନିତ କରିବା ଓ ତତ୍‌ସମ୍ପର୍କିତ ସବୁ ସାମଗ୍ରୀ ନଷ୍ଟ କରିଦେବା ପରେ ଏବେ ୟୁନୁସ ସରକାର ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି। 

ବାଂଲାଦେଶର ମୁଦ୍ରା ଟାକାରୁ ମୁଜିବୁର ରହମାନଙ୍କ ଫଟୋ ହଟାଇ ଦିଆଯାଇଛି। ସେହି ସ୍ଥାନରେ ଏକ ହିନ୍ଦୁ ମନ୍ଦିର ଓ ବୌଦ୍ଧ ମନ୍ଦିର ଭଳି ଐତିହ୍ୟର ଫଟୋ ରଖାଯାଇଛି। ବାଂଲାଦେଶରେ ଯେଉଁ ନୂଆ ନୋଟ୍‌ ସାମ୍ନାକୁ ଆସିଛି ସେଠି ଏଭଳି ପରିବର୍ତ୍ତନ ଦେଖିବାକୁ ମିଳିଛି। ଏନେଇ ବାଂଲାଦେଶ କେନ୍ଦ୍ରୀୟ ବ୍ୟାଙ୍କ ପ୍ରତିକ୍ରିୟା ଜାରି କରିଛି। ବ୍ୟାଙ୍କ କହିଛି ଯେ ବାଂଲାଦେଶରେ ନୂଆ ଡିଜାଇନ୍ ସହିତ ନୂଆ ନୋଟ୍ ପ୍ରକାଶିତ ହୋଇଛି। ଏଥିରେ ବହିଷ୍କୃତ ପ୍ରଧାନମନ୍ତ୍ରୀ ଏବଂ ଦେଶର ପ୍ରତିଷ୍ଠାତା ପିତା ଶେଖ ମୁଜିବୁର ରହମାନଙ୍କ ଚିତ୍ର ବଦଳରେ ପ୍ରାକୃତିକ ଭୂଦୃଶ୍ୟ ଏବଂ ପାରମ୍ପରିକ ସ୍ଥାନକୁ ରଖାଯାଇଛି। 

ଏପର୍ଯ୍ୟନ୍ତ ବାଂଲାଦେଶର ସମସ୍ତ ନୋଟରେ ଶେଖ ମୁଜିବୁର ରହମାନଙ୍କ ଚିତ୍ର ରହିଥିଲା। ହେଲେ ଏବେ ଜାରି ହୋଇଥିବା ନୂଆ ନୋଟ ସହିତ, ଶେଖ ମୁଜିବୁର ରହମାନଙ୍କ ଚିତ୍ର ଏବଂ ମୁଦ୍ରା ଥିବା ନୋଟଗୁଡିକ ପ୍ରଚଳନରେ ରହିବ ବୋଲି ବାଂଲାଦେଶ କେନ୍ଦ୍ରୀୟ ବ୍ୟାଙ୍କ କହିଛି। ସୂଚନା ଥାଉକି ଶେଖ୍‌ ହସିନାଙ୍କ ବାପା ଶେଖ୍ ମୁଜିବୁର ରହମାନ ୧୯୭୧ ମସିହାରେ ବାଂଲାଦେଶକୁ ପାକିସ୍ତାନଠାରୁ ସ୍ୱାଧୀନତା ଦେଇଥିଲେ। ସ୍ୱାଧନତାର ୪ ବର୍ଷ ପରେ ସାମରିକ ବିଦ୍ରୋହରେ ଦେଶର ସେନା ତାଙ୍କୁ ହତ୍ୟା କରିଥିଲା।

ନୂଆ ନୋଟ୍ ନେଇ ବାଂଲାଦେଶ ବ୍ୟାଙ୍କର ମୁଖପାତ୍ର ଆରିଫ୍ ହୋସେନ୍ ଖାନ ଅନ୍ତର୍ଜାଜାତୀୟ ଗଣମାଧ୍ୟମ ଏଜେନ୍ସି ଏଏଫ୍‌ପି କହିଛନ୍ତି "ନୂଆ ସିରିଜ୍ ଏବଂ ଡିଜାଇନ୍ ଅନୁଯାୟୀ, ନୋଟଗୁଡ଼ିକରେ କୌଣସି ମାନବ ଚିତ୍ର ରହିବ ନାହିଁ, ବରଂ ପ୍ରାକୃତିକ ଭୂଦୃଶ୍ୟ ଏବଂ ପାରମ୍ପରିକ ସ୍ଥଳବିଶେଷ ପ୍ରଦର୍ଶିତ ହେବ।" 

ସୂଚନା ଥାଉକି, ୧୯୭୨ ମସିହାରେ, ସ୍ୱାଧୀନତା ପାଇବା ପରେ ବାଂଲାଦେଶ ପୂର୍ବ ପାକିସ୍ତାନରୁ ତା’ର ନାଁ ପରିବର୍ତ୍ତନ କରିବା ପରେ ପ୍ରାରମ୍ଭିକ ନୋଟଗୁଡ଼ିକରେ ଏକ ମାନଚିତ୍ର ପ୍ରଦର୍ଶିତ ହୋଇଥିଲା। ଖାଲିଦା ଜିଆଙ୍କ ନେତୃତ୍ୱରେ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) କ୍ଷମତାରେ ଥିବା ବେଳେ ନୋଟଗୁଡ଼ିକରେ ଐତିହାସିକ ଏବଂ ପ୍ରତ୍ନତାତ୍ତ୍ୱିକ ସ୍ଥାନଗୁଡ଼ିକୁ ଦର୍ଶାଯାଇଥିଲା। ପରବର୍ତ୍ତୀ ସମୟରେ ନୋଟଗୁଡ଼ିକରେ ଶେଖ ମୁଜିବୁର ରହମାନଙ୍କ ଫଟୋକୁ ସ୍ଥାନ ମିଳିଥିଲା।

ଶେଖ ମୁଜିବୁର ରହମାନ ଆୱାମୀ ଲିଗର ନେତୃତ୍ୱ ନେଇ ଦେଶକୁ ସ୍ୱାଧୀନ କରିଥିଲେ। ଆଉ ଏହି ଦଳର ନେତୃତ୍ୱ ଶେଖ ହାସିନା ବାଂଲାଦେଶରେ ଗତ ୧୫ ବର୍ଷ ହେଲା କ୍ଷମତାରେ ଥିଲେ। ହେଲେ ଗତ ବର୍ଷ ଅଗଷ୍ଟରେ ତାଙ୍କ ବିରୁଦ୍ଧରେ ଛାତ୍ର ବିଦ୍ରୋହ ତେଜିବା ପରେ ସେ ଦେଶ ଛାଡି ପଳାଇ ଯାଇଥିଲେ। ବର୍ତ୍ତମାନ ବାଂଲାଦେଶ ସରକାର ଏହି ଆୱାମୀ ଲିଗ୍ ପାର୍ଟିକୁ ବ୍ୟାନ୍ କରିଦେଇଛନ୍ତି।