ବାଂଲାଦେଶ ପାଇଁ ବଢୁଛି ରାଜନୈତିକ ସଙ୍କଟ : ଇସ୍ତଫା ଦେବାକୁ ୟୁନୁସ୍‌ଙ୍କ ଧମକ

ଢାକା : ବାଂଲାଦେଶ ଅନ୍ତରୀଣ ସରକାର ମୁଖ୍ୟ ମହମ୍ମଦ ୟୁନୁସ୍‌ ଅଚାନକ ଭାବେ ନିଜ ପଦରୁ ଇସ୍ତଫା ଦେବାକୁ ଧମକ ଦେବା ଏବେ ବିଭିନ୍ନ ମହଲରେ ଚର୍ଚ୍ଚିତ ପ୍ରସଙ୍ଗ ପାଲଟିଛି। ଏପରିକି ସେ ଶୁକ୍ରବାର ଇସ୍ତଫା ଦେବାକୁ କହିଥିବା ଏବଂ ଗୁରୁବାର ବିଳମ୍ବିତ ରାତିରେ କିଛି ରାଜନୈତିକ ଦଳର ମୁଖୁଆ ତାଙ୍କୁ ଭେଟିଥୁବାର ଖବର ମଧ୍ୟ ସାମ୍ନାକୁ ଆସିଛି। ୟୁନୁସ୍‌ ବାଂଲାଦେଶର ସର୍ବାଙ୍ଗୀନ ଉନ୍ନତି ଏବଂ ବିକାଶ ପାଇଁ କାର୍ଯ୍ୟ କରିବାକୁ ଚାହୁଁଥିଲେ ହେଁ ତାଙ୍କୁ ରାଜନୈତିକ […]

ବାଂଲାଦେଶ ପାଇଁ ବଢୁଛି ରାଜନୈତିକ ସଙ୍କଟ : ଇସ୍ତଫା ଦେବାକୁ ୟୁନୁସ୍‌ଙ୍କ ଧମକ
Political crisis growing for Bangladesh

ଢାକା : ବାଂଲାଦେଶ ଅନ୍ତରୀଣ ସରକାର ମୁଖ୍ୟ ମହମ୍ମଦ ୟୁନୁସ୍‌ ଅଚାନକ ଭାବେ ନିଜ ପଦରୁ ଇସ୍ତଫା ଦେବାକୁ ଧମକ ଦେବା ଏବେ ବିଭିନ୍ନ ମହଲରେ ଚର୍ଚ୍ଚିତ ପ୍ରସଙ୍ଗ ପାଲଟିଛି। ଏପରିକି ସେ ଶୁକ୍ରବାର ଇସ୍ତଫା ଦେବାକୁ କହିଥିବା ଏବଂ ଗୁରୁବାର ବିଳମ୍ବିତ ରାତିରେ କିଛି ରାଜନୈତିକ ଦଳର ମୁଖୁଆ ତାଙ୍କୁ ଭେଟିଥୁବାର ଖବର ମଧ୍ୟ ସାମ୍ନାକୁ ଆସିଛି। ୟୁନୁସ୍‌ ବାଂଲାଦେଶର ସର୍ବାଙ୍ଗୀନ ଉନ୍ନତି ଏବଂ ବିକାଶ ପାଇଁ କାର୍ଯ୍ୟ କରିବାକୁ ଚାହୁଁଥିଲେ ହେଁ ତାଙ୍କୁ ରାଜନୈତିକ ସହଯୋଗ ମିଳୁ ନାହିଁ ବୋଲି ଅଭିଯୋଗ କରି ସେ ଇସ୍ତଫା ଦେବାକୁ ଧମକ ଦେଇଛନ୍ତି ବୋଲି ବାଂଲାଦେଶର ବହୁ ପ୍ରମୁଖ ଗଣମାଧ୍ୟମ ଖବର ପ୍ରକାଶ କରିଛନ୍ତି।

କିନ୍ତୁ ତାଙ୍କର ଇସ୍ତଫା ଦେବା ପଛରେ ଆଉ କିଛି କାରଣ ରହିଛି ବୋଲି ମଧ୍ୟ ଅନ୍ୟ କିଛି ଖବରଦାତା ସଂସ୍ଥା କହିଛନ୍ତି। ପ୍ରକୃତରେ ବାଂଲାଦେଶର ସେନାଧ୍ୟକ୍ଷ ୱାକର ଜମାନଙ୍କୁ ହଟାଇ ତାଙ୍କ ସ୍ଥାନରେ କଠୋରବାଦୀ ଜେନେରାଲ ଫୈଜୁର ରହମନଙ୍କୁ ନିଯୁକ୍ତ କରିବାକୁ ୟୁନୁସ୍‌ ବହୁ ଦିନ ଧରି ପ୍ରୟାସ ଚଳାଇ ଆସିଛନ୍ତି। ଏଥୁପାଇଁ ସେ ୱାକର ଜମାନଙ୍କୁ ହତ୍ୟା କରିବାକୁ ମଧ୍ୟ ପଛାଇ ନାହାନ୍ତି। କିନ୍ତୁ ଏହି ବିଷୟ ଏବେ ସାମ୍ନାକୁ ଆସିବା ପରେ ୱାକରଙ୍କ କୋପରୁ ବର୍ତ୍ତିବା ଲାଗି ୟୁନୁସ୍‌ ଇସ୍ତଫା ନାଟକ କରିଥୁବା କୁହାଯାଇଛି। ଅନ୍ୟପଟେ ୟୁନୁସ୍‌ ଦେଶରେ ନିର୍ବାଚନ କରିବାକୁ କୌଣସି ଉଦ୍ୟମ କରୁ ନଥିବା ଏବଂ ଏହାକୁ ଟାଳି ଚାଲିଥୁବାରୁ ବହୁ ରାଜନୈତିକ ଦଳ ମଧ୍ୟ ୟୁନୁସ୍‌ ବିରୋଧୀ ହୋଇପଡ଼ିଛନ୍ତି। ଯାହାକୁ ନେଇ ୟୁନୁସ୍‌ ବାଂଲାଦେଶ ଛାଡି ପୁଣି ପ୍ୟାରିସ୍‌ ଫେରାର୍‌ ହୋଇଯିବାକୁ ଯୋଜନା କରିଛନ୍ତି ବୋଲି କେତେକ ଗଣମାଧ୍ୟମ ପ୍ରକାଶ କରିଛନ୍ତି।

୨୦୨୪ ଅଗଷ୍ଟରେ ଶେଖ ହସିନା ସରକାରର ପତନ ପରେ ୟୁନୁସ୍‌ ବାଂଲାଦେଶରେ ପହଞ୍ଚିବା ସହିତ ଦେଶର ରୂପ ବଦଳାଇ ଦେବାକୁ ବାଂଲାଦେଶବାସୀଙ୍କୁ ପ୍ରତିଶ୍ରୁତି ଦେଇଥୁଲେ। କିନ୍ତୁ ଏହାମଧ୍ୟରେ ୯ ମାସ ବିତିଯାଇଥୁଲେ ହେଁ ୟୁନୁସ୍‌ଙ୍କ ଯୋଜନାର ରୂପରେଖ କ’ଣ ରହିଛି ତାହାକୁ କେହି ଜାଣିପାରିଲେ ନାହିଁ। ବରଂ ଦେଶରେ ନିର୍ବାଚନ କରାଯାଇ ନଥୁବାରୁ ଏକ ସ୍ଥିର ଓ ସ୍ଥାୟୀ ସରକାର ପ୍ରତିଷ୍ଠା ଅଭାବରେ ବାଂଲାଦେଶର ଅର୍ଥନୀତି ଏବଂ ସାମାଜିକ ସ୍ଥିତି ବେଳକୁ ବେଳ ସଙ୍ଗୀନ ହେବାରେ ଲାଗିଛି।ଅନ୍ୟପଟେ ଆମେରିକା ୟୁନୁସ୍‌ଙ୍କ ହାତ ଛାଡି ଦେଇଥିଲା ବେଳେ ଚୀନ୍‌ କୋଳରେ ବସିଥିବା ୟୁନୁସଙ୍କୁ ଚୀନ୍‌ ମଧ୍ୟ ପ୍ରତିଶ୍ରୁତି ଦେଇ ସେଭଳି କିଛି ସହାୟତା ଦେଇ ନାହିଁ। ଚୀନ୍‌ ବଳରେ ବଳିୟାନ ହୋଇ ଭାରତର ଉତ୍ତରପୂର୍ବ ରାଜ୍ୟସମୂହକୁ ଘେରିବାକୁ ଯୋଜନା କରିଥିବା ୟୁନୁସ୍‌ ଏବେ ଅଚାନକ ଇସ୍ତଫା ଦେବାକୁ ଘୋଷଣା କରିବା ମଧ୍ୟ ଅନ୍ୟତମ କାରଣ ବୋଲି କୁହାଯାଉଛି। ସେପଟେ ବାଂଲାଦେଶ ସେନାଧ୍ୟକ୍ଷଙ୍କୁ ନେଇ ୟୁନୁସ୍‌ କରିଥିବା ଷଡ଼ଯନ୍ତ୍ର ସାମ୍ନାକୁ ଆସିବା ପରେ ସେନା ମଧ୍ୟରେ ଫାଟ ସୃଷ୍ଟି ହୋଇଛି। ଏଭଳି ସ୍ଥିତିରେ ବାଂଲାଦେଶ ଏକ ବଡ଼ ରାଜନୈତିକ ସଙ୍କଟ ଆଡକୁ ମହାଁଉଛି ବୋଲି ବିଶେଷଜ୍ଞମାନେ ଆକଳନ କରିବା ଆରମ୍ଭ କରିଛନ୍ତି।