ବାଂଲାଦେଶ ବିପକ୍ଷରେ ଟସ୍‌ ହାରିଗଲେ ରୋହିତ ଶର୍ମା

ଭାରତ ସୁପର ୮ର ପ୍ରଥମ ମ୍ୟାଚ୍ ଜିତିଥିଲା। ଆଜିର ମ୍ୟାଚ୍‌ ଜିତିଲେ, ଦଳ ଏକ ପ୍ରକାରର ସେମି ଫାଇନାଲରେ ନିଜର ସ୍ଥାନ ପକ୍କା କରି ନେବ।

ବାଂଲାଦେଶ ବିପକ୍ଷରେ ଟସ୍‌ ହାରିଗଲେ ରୋହିତ ଶର୍ମା

ଟି-୨୦ ବିଶ୍ୱକପର ସୁରପର ୮ର ଦ୍ୱିତୀୟ ମ୍ୟାଚ୍‌ରେ ଟସ୍‌ ହାରି ଯାଇଛନ୍ତି ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା। ବାଂଲାଦେଶ ଅଧିନାୟକ ନଜମୁଲ ହୁସେନ ସାଣ୍ଟୋ ଆଣ୍ଟିଗୁଆରେ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି।

ଏହାର ଅର୍ଥ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ ଭଳି ଭାରତ ମଧ୍ୟ ଏଥର ପ୍ରଥମେ ବ୍ୟାଟିଂ କରିବ। ଭାରତ ସୁପର ୮ର ପ୍ରଥମ ମ୍ୟାଚ୍ ଜିତିଥିଲା। ଆଜିର ମ୍ୟାଚ୍‌ ଜିତିଲେ, ଦଳ ଏକ ପ୍ରକାରର ସେମି ଫାଇନାଲରେ ନିଜର ସ୍ଥାନ ପକ୍କା କରି ନେବ।

ବାଂଲାଦେଶ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିବା ବେଳେ ଚୂଡ଼ାନ୍ତ ଏକାଦଶରୁ ଦ୍ରୁତ ବୋଲାର ତସ୍କିନ ଅହମଦ ବାଦ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ଜାକେର ଅଲୀଙ୍କୁ ସୁଯୋଗ ମିଳିଛି। ବାଂଲାଦେଶ ସୁପର ୮ର ପ୍ରଥମ ମୁକାବିଲାରେ ଅଷ୍ଟ୍ରେଲିଆ ଠାରୁ ହାରିଥିଲା।

ଅନ୍ୟପକ୍ଷରେ ଭାରତୀୟ ଟିମରେ କୌଣସି ପରିବର୍ତ୍ତନ ହୋଇନାହିଁ। ଏହାର ଅର୍ଥ ରୋହିତ ଶର୍ମା ଓ ବିରାଟ କୋହଲି ପୁଣି ଇନିଂସ ଆରମ୍ଭ କରିବେ। ପୂର୍ବ ମ୍ୟାଚ ଭଳି ଚୂଡ଼ାନ୍ତ ଏକାଦଶରେ କୁଲଦୀପ ଯାଦବ ମଧ୍ୟ ରହିଛନ୍ତି।