ବନ୍ଧା ହେଲେ କୁବେର ଅବକାରୀ ବାବୁ
ରେଡରୁ ଠାବ ହୋଇଥିଲା ପୁଳା ପୁଳା ପ୍ଲଟ। ମୋଟ୍ ୫୨ ପ୍ଲଟ ସହ ୬ଟି ବହୁତଳ କୋଠା ଓ ୨ଟି ଫ୍ଲାଟ ମିଳିଥିଲା। ୨୩୦ ଗ୍ରାମ୍ ସୁନା ଅଳଙ୍କାର ବି ଜବତ ହୋଇଥିଲା।
୩୦ ବର୍ଷର ଚାକିରି କାଳ ମଧ୍ୟରେ ଆୟଠୁ ଅଧିକ ସମ୍ପତ୍ତି ଠୁଳ କରି ଶେଷରେ ବନ୍ଧା ହେଲେ କୁବେର ଅବକାରୀ ବାବୁ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ମାମଲାରେ ଅବକାରୀ ବିଭାଗ ଯୁଗ୍ମ କମିଶନର ରାମଚନ୍ଦ୍ର ମିଶ୍ରଙ୍କୁ ଭିଜିଲାନ୍ସ ଗିରଫ କରିଛି।
ଗତକାଲି ବଲାଙ୍ଗିର, ସମ୍ବଲପୁର, ସୋନପୁର ଓ ଭୁବନେଶ୍ବରର ୧୦ଟି ସ୍ଥାନରେ ପଞ୍ଝା ମାରିଥିଲା ଭିଜିଲାନ୍ସ। ରେଡରୁ ଠାବ ହୋଇଥିଲା ପୁଳା ପୁଳା ପ୍ଲଟ। ମୋଟ୍ ୫୨ ପ୍ଲଟ ସହ ୬ଟି ବହୁତଳ କୋଠା ଓ ୨ଟି ଫ୍ଲାଟ ମିଳିଥିଲା। ୨୩୦ ଗ୍ରାମ୍ ସୁନା ଅଳଙ୍କାର ବି ଜବତ ହୋଇଥିଲା। କେବଳ ଏତିକି ନୁହେଁ, ସୋନପୁରରେ ଏକ ଫାର୍ମ ହାଉସ ଠାବ କରିଥିଲେ ଭିଜିଲାନ୍ସ ଅଧିକାରୀ। ଏସବୁ ସମ୍ପତ୍ତିବାଡ଼ିର କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ ରାମଚନ୍ଦ୍ର ମିଶ୍ର।