ବାଂଲାଦେଶ ଲେଖାଥିବା ବ୍ୟାଗ୍ ନେଇ ସଂସଦ ଆସିଲେ ପ୍ରିୟଙ୍କା: କାଲି ଲେଖାଥିଲା ପାଲେଷ୍ଟାଇନ୍
ନୂଆଦିଲ୍ଲୀ: କଂଗ୍ରେସ ୱାୟନଡ଼ ସାଂସଦ ପ୍ରିୟଙ୍କା ଗାନ୍ଧୀଙ୍କ ବ୍ୟାଗ୍କୁ ନେଇ ଖୁବ୍ ଚର୍ଚ୍ଚା। ଗତକାଲି ସେ ସାଂସଦକୁ ପାଲେଷ୍ଟାଇନ୍ ଲେଖାଥିବା ଏକ ବ୍ୟାଗ୍ ନେଇ ଆସିଥିଲେ। ଯାହାର ଚର୍ଚ୍ଚା ପାକିସ୍ତାନରେ ମଧ୍ୟ ହୋଇଥିଲା। ଆଉ ଆଜି (୧୭ ଡିସେମ୍ବର) ବାଂଲାଦେଶ ଲେଖାଥିବା ବ୍ୟାଗ୍ ନେଇ ଆସିଛନ୍ତି ପ୍ରିୟଙ୍କା। ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ବାଂଲାଦେଶ ଲେଖାଥିବା ବ୍ୟାଗ୍ରେ ଲେଖାଯାଇଛି “ଆମେ ବାଂଲାଦେଶର ହିନ୍ଦୁ ଓ ଖ୍ରୀଷ୍ଟିଆନଙ୍କ ସହ ଛିଡ଼ା ହୋଇଛୁ।”ଏହାର ଗୋଟିଏ ସପ୍ତାହ ପୂର୍ବରୁ ପ୍ରିୟଙ୍କା ଗାନ୍ଧୀ ଏମିତି ଏକ ବ୍ୟାଗ ନେଇ ସଂସଦକୁ ଆସିଥିଲେ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଶିଳ୍ପପତି ଗୌତମ ଆଦାନୀଙ୍କ ଫଟୋ ରହିଥିଲା। ଆଉ ଲେଖାଥିଲା “ ମୋଦୀ ଆଦାନୀ ଭାଇ ଭାଇ।” ଆଉ ଆଜି ବାଂଲାଦେଶେ ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ଅତ୍ୟାଚାର ନେଇ ପ୍ରିୟଙ୍କା ନିରବ ବିରୋଧ ପ୍ରଦର୍ଶନ କରିଛନ୍ତି। ବାଂଲାଦେଶରେ ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ଅଚ୍ୟାଚାରକୁ ନେଇ ଗତକାଲି ସେ ସଂସଦରେ ସ୍ୱର ଉତ୍ତୋଳନ କରିଥିଲେ। ସେ କହିଥିଲେ ଯେ ବାଂଲାଦେଶରେ ସଂଖ୍ୟାଲଘୁଙ୍କ ଅତ୍ୟାଚାର ନେଇ କେନ୍ଦ୍ର ସରକାର ସ୍ୱର ଉତ୍ତୋଳନ କରିବା ଉଚିତ୍। ସେମାନଙ୍କ ସୁରକ୍ଷା ନେଇ ବାଂଲାଦେଶ ସହିତ ଆଲୋଚନା କରିବା ଉଚିତ ବୋଲି ପ୍ରିୟଙ୍କା କହିଥିଲେ। ସୂଚନା ଥାଉକି ଅଗଷ୍ଟ ୫ ତାରିଖରେ ଶେଖ ହସିନାଙ୍କ ସରକାରର ପତ୍ତନ ପରେ ବାଂଲାଦେଶରେ ସଂଖ୍ୟାଲଘୁଙ୍କ
ନୂଆଦିଲ୍ଲୀ: କଂଗ୍ରେସ ୱାୟନଡ଼ ସାଂସଦ ପ୍ରିୟଙ୍କା ଗାନ୍ଧୀଙ୍କ ବ୍ୟାଗ୍କୁ ନେଇ ଖୁବ୍ ଚର୍ଚ୍ଚା। ଗତକାଲି ସେ ସାଂସଦକୁ ପାଲେଷ୍ଟାଇନ୍ ଲେଖାଥିବା ଏକ ବ୍ୟାଗ୍ ନେଇ ଆସିଥିଲେ। ଯାହାର ଚର୍ଚ୍ଚା ପାକିସ୍ତାନରେ ମଧ୍ୟ ହୋଇଥିଲା। ଆଉ ଆଜି (୧୭ ଡିସେମ୍ବର) ବାଂଲାଦେଶ ଲେଖାଥିବା ବ୍ୟାଗ୍ ନେଇ ଆସିଛନ୍ତି ପ୍ରିୟଙ୍କା। ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ବାଂଲାଦେଶ ଲେଖାଥିବା ବ୍ୟାଗ୍ରେ ଲେଖାଯାଇଛି “ଆମେ ବାଂଲାଦେଶର ହିନ୍ଦୁ ଓ ଖ୍ରୀଷ୍ଟିଆନଙ୍କ ସହ ଛିଡ଼ା ହୋଇଛୁ।”
ଏହାର ଗୋଟିଏ ସପ୍ତାହ ପୂର୍ବରୁ ପ୍ରିୟଙ୍କା ଗାନ୍ଧୀ ଏମିତି ଏକ ବ୍ୟାଗ ନେଇ ସଂସଦକୁ ଆସିଥିଲେ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଶିଳ୍ପପତି ଗୌତମ ଆଦାନୀଙ୍କ ଫଟୋ ରହିଥିଲା। ଆଉ ଲେଖାଥିଲା “ ମୋଦୀ ଆଦାନୀ ଭାଇ ଭାଇ।”
ଆଉ ଆଜି ବାଂଲାଦେଶେ ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ଅତ୍ୟାଚାର ନେଇ ପ୍ରିୟଙ୍କା ନିରବ ବିରୋଧ ପ୍ରଦର୍ଶନ କରିଛନ୍ତି। ବାଂଲାଦେଶରେ ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ଅଚ୍ୟାଚାରକୁ ନେଇ ଗତକାଲି ସେ ସଂସଦରେ ସ୍ୱର ଉତ୍ତୋଳନ କରିଥିଲେ। ସେ କହିଥିଲେ ଯେ ବାଂଲାଦେଶରେ ସଂଖ୍ୟାଲଘୁଙ୍କ ଅତ୍ୟାଚାର ନେଇ କେନ୍ଦ୍ର ସରକାର ସ୍ୱର ଉତ୍ତୋଳନ କରିବା ଉଚିତ୍। ସେମାନଙ୍କ ସୁରକ୍ଷା ନେଇ ବାଂଲାଦେଶ ସହିତ ଆଲୋଚନା କରିବା ଉଚିତ ବୋଲି ପ୍ରିୟଙ୍କା କହିଥିଲେ।
ସୂଚନା ଥାଉକି ଅଗଷ୍ଟ ୫ ତାରିଖରେ ଶେଖ ହସିନାଙ୍କ ସରକାରର ପତ୍ତନ ପରେ ବାଂଲାଦେଶରେ ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାର ବଢ଼ିବାରେ ଲାଗିଛି। ଦେଶରେ ସଂଖ୍ୟାଲଘୁଙ୍କ ଉପରେ ୮୮ଟି ସାମ୍ପ୍ରଦାୟୀକ ହିଂସା ହୋଇସାରିଲାଣି। ବିଶେଷ କରି ହିନ୍ଦୁଙ୍କୁ ଟାର୍ଗେଟ୍ କରାଯାଉଛି।