ବାଂଲାଦେଶ ଶରଣାର୍ଥୀ ମାମଲାରେ MEAକୁ ମମତାଙ୍କ ଜବାବ: ମୋତେ ଶିଖାଅନି ନିଜେ ଶିଖ
ନୂଆଦିଲ୍ଲୀ: ବାଂଲାଦେଶ ହିଂସା ମାମଲାରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ(ଏମ୍ଇଏ)ର ପରାମର୍ଶ ପରେ ପ୍ରତି ଜବାବ ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସେ କହିଛନ୍ତି “ ମୁଁ ସଂଘୀୟ ବ୍ୟବସ୍ଥାକୁ ଭଲ କରି ଜାଣିଛି। ମୁଁ ୭ ଥର ସାଂସଦ ରହିଛି ଓ ୨ ଥର କେନ୍ଦ୍ରମନ୍ତ୍ରୀ ହୋଇଛି। ତେଣୁ ମୁଁ ଏମ୍ଇଏ ନୀତିକୁ ଅନ୍ୟମାନଙ୍କଠାରୁ ଭଲରେ ଜାଣିଛି। ସେମାନେ ମୋତେ ପାଠପଢ଼ାଇବା ଉଚିତ୍ ନୁହେଁ। ତା ବଦଳରେ ସେମାନେ ସିଷ୍ଟମରୁ ସିଖିବା ଉଚିତ୍।”ବାଂଲାଦେଶରେ ହିଂସା ଘଟଣା ପରେ ଜାତିସଂଘର ପ୍ରସ୍ତାବ ଦଙ୍ଗା ପ୍ରଭାବିତଙ୍କୁ ଶରଣ ଦେବା କଥା କହିଥିଲେ ମମତା ବାନାର୍ଜୀ। ଯଦି ସେମାନେ ସହଯୋଗ ଲୋଡ଼ନ୍ତି ତେବେ ଆମେ ସେମାନଙ୍କୁ ଶରଣ ଦେବୁ ବୋଲି ମମତା କହିଥିଲେ। ଏହାପରେ ବାଂଲାଦେଶ ବୈଦେଶିକ ମନ୍ତ୍ରଣାଳୟ ଆପତ୍ତି ଉଠାଇଥିଲା। ମମତାଙ୍କ ବୟାନ ବାଂଲାଦେଶରେ ଦ୍ୱନ୍ଦ୍ୱ ସୃଷ୍ଟି କରିବ ଓ ଲୋକଙ୍କୁ ଭ୍ରମିତ କରିବ ବୋଲି ବାଂଲାଦେଶ ଭାରତୀୟ ଦୂତାବାସ ପାଖରେ ଅଭିଯୋଗ କରିଥିଲା।ଏହାପରେ ଏମ୍ଇଏ ଘଟଣାରେ ପ୍ରତିକ୍ରିୟା ଦେଇ ମମତାଙ୍କ ବୟାନକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲା। ବୈଦେଶିକ ସମ୍ପର୍କ ସହ ଜଡିତ ପ୍ରସଙ୍ଗ ହେଉଛି କେନ୍ଦ୍ର ସରକାରଙ୍କ ଅଧିକାର। ତେଣୁ ଏଥିରେ ରାଜ୍ୟ ସରକାର ମତ ଦେବା ଠିକ୍ ନୁହେଁ ବୋଲି ଏମଇଏ କହିଥିଲା। ମମତା ଶୁକ୍ରବାର ଏହାର ଜବାବ ରଖିଛନ୍ତି।
ନୂଆଦିଲ୍ଲୀ: ବାଂଲାଦେଶ ହିଂସା ମାମଲାରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ(ଏମ୍ଇଏ)ର ପରାମର୍ଶ ପରେ ପ୍ରତି ଜବାବ ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସେ କହିଛନ୍ତି “ ମୁଁ ସଂଘୀୟ ବ୍ୟବସ୍ଥାକୁ ଭଲ କରି ଜାଣିଛି। ମୁଁ ୭ ଥର ସାଂସଦ ରହିଛି ଓ ୨ ଥର କେନ୍ଦ୍ରମନ୍ତ୍ରୀ ହୋଇଛି। ତେଣୁ ମୁଁ ଏମ୍ଇଏ ନୀତିକୁ ଅନ୍ୟମାନଙ୍କଠାରୁ ଭଲରେ ଜାଣିଛି। ସେମାନେ ମୋତେ ପାଠପଢ଼ାଇବା ଉଚିତ୍ ନୁହେଁ। ତା ବଦଳରେ ସେମାନେ ସିଷ୍ଟମରୁ ସିଖିବା ଉଚିତ୍।”
ବାଂଲାଦେଶରେ ହିଂସା ଘଟଣା ପରେ ଜାତିସଂଘର ପ୍ରସ୍ତାବ ଦଙ୍ଗା ପ୍ରଭାବିତଙ୍କୁ ଶରଣ ଦେବା କଥା କହିଥିଲେ ମମତା ବାନାର୍ଜୀ। ଯଦି ସେମାନେ ସହଯୋଗ ଲୋଡ଼ନ୍ତି ତେବେ ଆମେ ସେମାନଙ୍କୁ ଶରଣ ଦେବୁ ବୋଲି ମମତା କହିଥିଲେ। ଏହାପରେ ବାଂଲାଦେଶ ବୈଦେଶିକ ମନ୍ତ୍ରଣାଳୟ ଆପତ୍ତି ଉଠାଇଥିଲା। ମମତାଙ୍କ ବୟାନ ବାଂଲାଦେଶରେ ଦ୍ୱନ୍ଦ୍ୱ ସୃଷ୍ଟି କରିବ ଓ ଲୋକଙ୍କୁ ଭ୍ରମିତ କରିବ ବୋଲି ବାଂଲାଦେଶ ଭାରତୀୟ ଦୂତାବାସ ପାଖରେ ଅଭିଯୋଗ କରିଥିଲା।
ଏହାପରେ ଏମ୍ଇଏ ଘଟଣାରେ ପ୍ରତିକ୍ରିୟା ଦେଇ ମମତାଙ୍କ ବୟାନକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲା। ବୈଦେଶିକ ସମ୍ପର୍କ ସହ ଜଡିତ ପ୍ରସଙ୍ଗ ହେଉଛି କେନ୍ଦ୍ର ସରକାରଙ୍କ ଅଧିକାର। ତେଣୁ ଏଥିରେ ରାଜ୍ୟ ସରକାର ମତ ଦେବା ଠିକ୍ ନୁହେଁ ବୋଲି ଏମଇଏ କହିଥିଲା। ମମତା ଶୁକ୍ରବାର ଏହାର ଜବାବ ରଖିଛନ୍ତି।