ବାରଣାସୀରୁ ମିଳିଲା ଜେ.ପି ନଡ୍ଡାଙ୍କ ଫର୍ଚ୍ୟୁନର କାର୍; ୟୁପି ପୋଲିସ ଦ୍ବାରା ୨ ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ: ବାରଣାସୀରୁ ମିଳିଲା ଭାରତୀୟ ଜନତା ପାର୍ଟି ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ଫର୍ଚ୍ୟୁନର କାର୍ । ଉତ୍ତର ପ୍ରଦେଶ ପୋଲିସ୍ ନଡ୍ଡାଙ୍କ ହରିୟାଣା ନମ୍ବର ଗାଡ଼ିକୁ ବାରଣାସୀରୁ ଜବତ କରିଛି । କାର୍‌କୁ ଖୋଜିବା ପାଇଁ ପୋଲିସର ଏକ ବିଶେଷ ଟିମ୍ ଗଠନ କରିଥିଲା । ଦୀର୍ଘ ୧୫ ଦିନ ପରେ କାର୍ ମିଳିଛି । ସାଂସଦ ଷ୍ଟିକର ଲାଗିଥିବା ନଡ୍ଡାଙ୍କ ଫର୍ଚ୍ୟୁନର କାର୍ ୧୫ ଦିନରେ ୯ଟି ସହର ବୁଲିଛି । ଚୋରମାନେ ଏହାକୁ ନାଗାଲାଣ୍ଡ ନେବାକୁ ଯୋଜନା ରଖିଥିଲେ । ହେଲେ ଏହା ପୂର୍ବରୁ ପୋଲିସ୍ ନଜରରେ ପଡ଼ିଯାଇଥିଲେ ।କାର୍ ଚୋରି ମାମଲାରେ ପୋଲିସ୍ ୟୁପି ବଡ଼କଲର ଶାହିଦ୍ ଓ ଶିଓ୍ବାଂଶ ତ୍ରିପାଠୀକୁ ଗିରଫ କରିଛି । ଅଭିଯୁକ୍ତମାନେ ନିଜ ସାଙ୍ଗଙ୍କ କ୍ରେଟା କାର୍ ଚୋରି କରିବା ଲକ୍ଷ୍ୟରେ ଆସିଥିଲେ । ଶାହିଦ୍ ପୋଲିସକୁ ଭୂଆଁ ବୁଲାଇବାକୁ ଫରିଦାବାଦରୁ ନିଜ ପତ୍ନୀ ଓ ପିଲାଙ୍କୁ ବସାଇ ଫର୍ଚ୍ୟୁନର କାରକୁ ନେଇଯାଇଥିଲା । ପରେ ବଡ଼କଲରେ କାର୍ ନମ୍ବର ପ୍ଲେଟ୍ ବଦଳାଇ ଦେଇଥିଲେ । ଅଭିଯୁକ୍ତମାନେ ଉତ୍ତର ପ୍ରଦେଶ ଭିତରେ ପ୍ରବେଶ କରିବା ପରେ ଜାଣିବାକୁ ପାଇଥିଲେ ଏହା ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କାର୍ ବୋଲି । ଏହା ପରେ ଭୟଭୀତ ହୋଇଯାଇଥିଲେ ଅଭିଯୁକ୍ତମାନେ । ପରେ ଫର୍ଚ୍ୟୁନରକୁ ବାରଣାସୀରେ ଛାଡ଼ି ଦେଇଥିଲେ । ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କାର୍ ରବିଦାସ ମାର୍ଗ, ଅରୋଡା ପ୍ରର୍ପର୍ଟି ସାମ୍ନାରୁ ୧୮ ଓ ୧୯ ତାରିଖରେ ଚୋରି ହୋଇଥିଲା । 

ବାରଣାସୀରୁ ମିଳିଲା ଜେ.ପି ନଡ୍ଡାଙ୍କ ଫର୍ଚ୍ୟୁନର କାର୍; ୟୁପି ପୋଲିସ ଦ୍ବାରା ୨ ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ: ବାରଣାସୀରୁ ମିଳିଲା ଭାରତୀୟ ଜନତା ପାର୍ଟି ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ଫର୍ଚ୍ୟୁନର କାର୍ । ଉତ୍ତର ପ୍ରଦେଶ ପୋଲିସ୍ ନଡ୍ଡାଙ୍କ ହରିୟାଣା ନମ୍ବର ଗାଡ଼ିକୁ ବାରଣାସୀରୁ ଜବତ କରିଛି । କାର୍‌କୁ ଖୋଜିବା ପାଇଁ ପୋଲିସର ଏକ ବିଶେଷ ଟିମ୍ ଗଠନ କରିଥିଲା । ଦୀର୍ଘ ୧୫ ଦିନ ପରେ କାର୍ ମିଳିଛି । ସାଂସଦ ଷ୍ଟିକର ଲାଗିଥିବା ନଡ୍ଡାଙ୍କ ଫର୍ଚ୍ୟୁନର କାର୍ ୧୫ ଦିନରେ ୯ଟି ସହର ବୁଲିଛି । ଚୋରମାନେ ଏହାକୁ ନାଗାଲାଣ୍ଡ ନେବାକୁ ଯୋଜନା ରଖିଥିଲେ । ହେଲେ ଏହା ପୂର୍ବରୁ ପୋଲିସ୍ ନଜରରେ ପଡ଼ିଯାଇଥିଲେ ।

କାର୍ ଚୋରି ମାମଲାରେ ପୋଲିସ୍ ୟୁପି ବଡ଼କଲର ଶାହିଦ୍ ଓ ଶିଓ୍ବାଂଶ ତ୍ରିପାଠୀକୁ ଗିରଫ କରିଛି । ଅଭିଯୁକ୍ତମାନେ ନିଜ ସାଙ୍ଗଙ୍କ କ୍ରେଟା କାର୍ ଚୋରି କରିବା ଲକ୍ଷ୍ୟରେ ଆସିଥିଲେ । ଶାହିଦ୍ ପୋଲିସକୁ ଭୂଆଁ ବୁଲାଇବାକୁ ଫରିଦାବାଦରୁ ନିଜ ପତ୍ନୀ ଓ ପିଲାଙ୍କୁ ବସାଇ ଫର୍ଚ୍ୟୁନର କାରକୁ ନେଇଯାଇଥିଲା । ପରେ ବଡ଼କଲରେ କାର୍ ନମ୍ବର ପ୍ଲେଟ୍ ବଦଳାଇ ଦେଇଥିଲେ । ଅଭିଯୁକ୍ତମାନେ ଉତ୍ତର ପ୍ରଦେଶ ଭିତରେ ପ୍ରବେଶ କରିବା ପରେ ଜାଣିବାକୁ ପାଇଥିଲେ ଏହା ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କାର୍ ବୋଲି । ଏହା ପରେ ଭୟଭୀତ ହୋଇଯାଇଥିଲେ ଅଭିଯୁକ୍ତମାନେ । ପରେ ଫର୍ଚ୍ୟୁନରକୁ ବାରଣାସୀରେ ଛାଡ଼ି ଦେଇଥିଲେ । ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କାର୍ ରବିଦାସ ମାର୍ଗ, ଅରୋଡା ପ୍ରର୍ପର୍ଟି ସାମ୍ନାରୁ ୧୮ ଓ ୧୯ ତାରିଖରେ ଚୋରି ହୋଇଥିଲା ।