ଚିକିଟି ମଦମୃତ୍ୟୁ ମାମଲା: ପୁଣି ଜଣଙ୍କର ମୃତ୍ୟୁ
ବ୍ରହ୍ମପୁର/ଚିକିଟି,୨ା୯(ସୁବାସ ଚନ୍ଦ୍ର ପାଢ଼ୀ/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିରେ ବିଷାକ୍ତ ମଦ ପିଇ ଏମ୍କେସିଜି ମେଡିକାଲରେ ଚିକିତ୍ସାଧୀନ ଥିବା ଆଉ ଜଣଙ୍କର ସୋମବାର ସନ୍ଧ୍ୟାରେ ମୃତ୍ୟୁ ଘଟିଛି। ସେ ହେଲେ ଜେନାପୁର ଗ୍ରାମର ପ୍ରଦୀପ ବେହେରା(୩୦)। ବିଷାକ୍ତ ମଦ ପିଇବା ଘଟଣାରେ ପ୍ରଦୀପଙ୍କୁ ମିଶାଇ ମୃତକଙ୍କ ସଂଖ୍ୟା ୫ରେ ପହଞ୍ଚିଛି। ତେବେ ବିଷାକ୍ତ ମଦ ପିଇଥିବା ଆଉ କୌଣସି ବ୍ୟକ୍ତି ଏମ୍କେସିଜିରେ ଚିକିତ୍ସାଧୀନ ନ ଥିବା ମେଡିକାଲ ଅଧୀକ୍ଷକ ପ୍ରଫେସର ସୁଚିତ୍ରା ଦାଶ କହିଛନ୍ତି। ଚିକିଟି […] The post ଚିକିଟି ମଦମୃତ୍ୟୁ ମାମଲା: ପୁଣି ଜଣଙ୍କର ମୃତ୍ୟୁ appeared first on Dharitri Odia News.
ବ୍ରହ୍ମପୁର/ଚିକିଟି,୨ା୯(ସୁବାସ ଚନ୍ଦ୍ର ପାଢ଼ୀ/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିରେ ବିଷାକ୍ତ ମଦ ପିଇ ଏମ୍କେସିଜି ମେଡିକାଲରେ ଚିକିତ୍ସାଧୀନ ଥିବା ଆଉ ଜଣଙ୍କର ସୋମବାର ସନ୍ଧ୍ୟାରେ ମୃତ୍ୟୁ ଘଟିଛି। ସେ ହେଲେ ଜେନାପୁର ଗ୍ରାମର ପ୍ରଦୀପ ବେହେରା(୩୦)। ବିଷାକ୍ତ ମଦ ପିଇବା ଘଟଣାରେ ପ୍ରଦୀପଙ୍କୁ ମିଶାଇ ମୃତକଙ୍କ ସଂଖ୍ୟା ୫ରେ ପହଞ୍ଚିଛି। ତେବେ ବିଷାକ୍ତ ମଦ ପିଇଥିବା ଆଉ କୌଣସି ବ୍ୟକ୍ତି ଏମ୍କେସିଜିରେ ଚିକିତ୍ସାଧୀନ ନ ଥିବା ମେଡିକାଲ ଅଧୀକ୍ଷକ ପ୍ରଫେସର ସୁଚିତ୍ରା ଦାଶ କହିଛନ୍ତି।
ଚିକିଟି ଏନ୍ଏସି ଜେନାପୁର ଓ କରବାଲୁଆ ଗ୍ରାମର କେତେଜଣ ଲୋକ ଗତ ୧୯ ତାରିଖରେ ମାଉନ୍ଦପୁର ଗାଁକୁ ଯାଇ ଦେଶୀମଦ ପିଇଥିଲେ। ସେହି ରାତିରେ ପ୍ରାୟ ୨୩ ଜଣ ଅସୁସ୍ଥ ହୋଇ ଚିକିଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ସେମାନଙ୍କ ମଧ୍ୟରୁ ଗୁରୁତର ଅବସ୍ଥାରେ ଥିବା ୧୫ ଜଣଙ୍କୁ ଏମ୍କେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଗତ ୨୧ତାରିଖ ବିଳମ୍ବିତ ରାତିରେ ଜେନାପୁରର ଜୁର ବେହେରା ଓ ଲୋକନାଥ ବେହେରାଙ୍କ ମୃତ୍ୟୁ ଘଟିଥିଲା। ପରେ ୩୧ ତାରିଖରେ ଲକ୍ଷ୍ମଣ ବେହେରା ଓ ଗତ ରବିବାର କରବାଲୁଆ ଗ୍ରାମର ବାୟା ସେଠୀଙ୍କ ମୃତ୍ୟୁ ଘଟିଥିଲା। ସୋମବାର ପ୍ରଦୀପଙ୍କ ମୃତ୍ୟୁ ଖବରପାଇ ପରିବାରଲୋକେ ଭାଙ୍ଗିପଡ଼ିଛନ୍ତି। ଏମ୍କେସିଜିକୁ ଆସିଥିବା ୧୫ ଅସୁସ୍ଥଙ୍କ ମଧ୍ୟରୁ ୧୦ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ମେଡିକାଲ ଅଧୀକ୍ଷକ ପ୍ରଫେସର ଦାଶ ସୂଚନା ଦେଇଛନ୍ତି।
The post ଚିକିଟି ମଦମୃତ୍ୟୁ ମାମଲା: ପୁଣି ଜଣଙ୍କର ମୃତ୍ୟୁ appeared first on Dharitri Odia News.