ବାଂଲାଦେଶ ସାଂସଦଙ୍କୁ ନେଇ ବଡ଼ ଖୁଲାସା; ହତ୍ୟା ପାଇଁ ଦିଯାଇଥିଲା ୫ କୋଟି ସୁପାରୀ

ନୂଆଦିଲ୍ଲୀ: ବାଂଲାଦେଶ ସାଂସଦ ଅନବାରୁଲ ଅଜିମ ଅନାରଙ୍କ ହତ୍ୟା ମାମଲାରେ ବଡ଼ ଖୁଲାସା । ପଶ୍ଚିମବଙ୍ଗ ସିଆଇଡିର ପ୍ରାରମ୍ଭିକ ଯାଞ୍ଚରୁ ଜଣାପଡ଼ିଛି ଯେ, ପ୍ରାୟ ୫ କୋଟି ଟଙ୍କା ସୁପାରୀରେ ଏହି ହତ୍ୟା ହୋଇଛି । ସୁପାରୀ କିଲର ପାଞ୍ଚ କୋଟି ଟଙ୍କା ନେଇ ସାଂସଦଙ୍କୁ ହତ୍ୟା କରିଛନ୍ତି । ମେ’ ୧୩ ତାରିଖରୁ ଅନବାରୁଲ ଅଜିମ ନିଖୋଜ ଥିବା ନେଇ ବାଂଲାଦେଶ ଗୃହମନ୍ତ୍ରୀ ଅସଦୁଜ୍ଜାମା ଖାନ୍ ବୁଧବାର ସୂଚନା ଦେଇଥିଲେ । ଏବେ ଏହି ହତ୍ୟା ଘଟଣା ପୋଲିସ ୩ଜଣଙ୍କୁ ଗିରଫ କରିଛି ।  ପଶ୍ଚିମବଙ୍ଗ ସିଆଇଡିର ଆଇଜି ଅଖିଳେଶ ଚତୁର୍ବେଦୀ କହିଛନ୍ତି, ଏହା ଏକ ସୁ-ନିଶ୍ଚିତ ଯୋଜନାବଦ୍ଧ ହତ୍ୟାକାଣ୍ଡ । ପୂର୍ବ ବ୍ଲୁ-ପ୍ରିଣ୍ଟ ଆଧାରରେ ବାଂଲାଦେଶ ସାଂସଦଙ୍କୁ ହତ୍ୟା କରାଯାଇଛି । ଅନବାରୁଲ ଅଜିମ ଅନାରଙ୍କ ଜଣେ ପୁରୁଣା ବନ୍ଧୁ ତାଙ୍କୁ ମାରିବାକୁ ସୁପାରୀ ଦେଇଥିଲେ । ବନ୍ଧୁ ଜଣଙ୍କ ହେଉଛନ୍ତି ଆମେରିକୀୟ ନାଗରିକ । ଯାହାଙ୍କର କୋଲକାତାରେ  ଏକ ଫ୍ଲାଟ୍ ରହିଛି ।  ଗୋଟିଏ ଦିନ ପୂର୍ବରୁ ସେ କହିଥିଲେ, ଏଯାଏ ଫ୍ଲାଟରୁ ବିଦେଶୀ ସାଂସଦଙ୍କ ମୃତଦେହ ଜବତ୍ ହୋଇନାହିଁ । ଅନ୍ୟପଟେ ଏହି ବୟାନକୁ ନେଇ ସିଆଇଡିକୁ ପ୍ରଶ୍ନ କରିଥିଲେ ସାମ୍ବାଦିକ, ପୋଲିସକୁ ଫ୍ଲାଟରୁ ହତ୍ୟାର ସୁରାକ୍ ମିଳିଛି କି ନାହିଁ ପଚାରିଥିଲେ । ଏହାର ଜବାବ ଦେଇ ପୋଲିସ ଅଧିକାରୀ କହିଥିଲେ, ଫରେନ୍ସିକ୍ ଟିମ୍ ଘଟଣାସ୍ଥଳରେ ଯାଞ୍ଚ କରୁଛି । ବାଂଲାଦେଶ ଉଚ୍ଚ ଆୟୋଗଙ୍କ କହିବା ଅନୁଯାୟୀ, ମେ’

ବାଂଲାଦେଶ ସାଂସଦଙ୍କୁ ନେଇ ବଡ଼ ଖୁଲାସା; ହତ୍ୟା ପାଇଁ ଦିଯାଇଥିଲା ୫ କୋଟି ସୁପାରୀ

ନୂଆଦିଲ୍ଲୀ: ବାଂଲାଦେଶ ସାଂସଦ ଅନବାରୁଲ ଅଜିମ ଅନାରଙ୍କ ହତ୍ୟା ମାମଲାରେ ବଡ଼ ଖୁଲାସା । ପଶ୍ଚିମବଙ୍ଗ ସିଆଇଡିର ପ୍ରାରମ୍ଭିକ ଯାଞ୍ଚରୁ ଜଣାପଡ଼ିଛି ଯେ, ପ୍ରାୟ ୫ କୋଟି ଟଙ୍କା ସୁପାରୀରେ ଏହି ହତ୍ୟା ହୋଇଛି । ସୁପାରୀ କିଲର ପାଞ୍ଚ କୋଟି ଟଙ୍କା ନେଇ ସାଂସଦଙ୍କୁ ହତ୍ୟା କରିଛନ୍ତି । ମେ’ ୧୩ ତାରିଖରୁ ଅନବାରୁଲ ଅଜିମ ନିଖୋଜ ଥିବା ନେଇ ବାଂଲାଦେଶ ଗୃହମନ୍ତ୍ରୀ ଅସଦୁଜ୍ଜାମା ଖାନ୍ ବୁଧବାର ସୂଚନା ଦେଇଥିଲେ । ଏବେ ଏହି ହତ୍ୟା ଘଟଣା ପୋଲିସ ୩ଜଣଙ୍କୁ ଗିରଫ କରିଛି ।  

ପଶ୍ଚିମବଙ୍ଗ ସିଆଇଡିର ଆଇଜି ଅଖିଳେଶ ଚତୁର୍ବେଦୀ କହିଛନ୍ତି, ଏହା ଏକ ସୁ-ନିଶ୍ଚିତ ଯୋଜନାବଦ୍ଧ ହତ୍ୟାକାଣ୍ଡ । ପୂର୍ବ ବ୍ଲୁ-ପ୍ରିଣ୍ଟ ଆଧାରରେ ବାଂଲାଦେଶ ସାଂସଦଙ୍କୁ ହତ୍ୟା କରାଯାଇଛି । ଅନବାରୁଲ ଅଜିମ ଅନାରଙ୍କ ଜଣେ ପୁରୁଣା ବନ୍ଧୁ ତାଙ୍କୁ ମାରିବାକୁ ସୁପାରୀ ଦେଇଥିଲେ । ବନ୍ଧୁ ଜଣଙ୍କ ହେଉଛନ୍ତି ଆମେରିକୀୟ ନାଗରିକ । ଯାହାଙ୍କର କୋଲକାତାରେ  ଏକ ଫ୍ଲାଟ୍ ରହିଛି ।  ଗୋଟିଏ ଦିନ ପୂର୍ବରୁ ସେ କହିଥିଲେ, ଏଯାଏ ଫ୍ଲାଟରୁ ବିଦେଶୀ ସାଂସଦଙ୍କ ମୃତଦେହ ଜବତ୍ ହୋଇନାହିଁ । ଅନ୍ୟପଟେ ଏହି ବୟାନକୁ ନେଇ ସିଆଇଡିକୁ ପ୍ରଶ୍ନ କରିଥିଲେ ସାମ୍ବାଦିକ, ପୋଲିସକୁ ଫ୍ଲାଟରୁ ହତ୍ୟାର ସୁରାକ୍ ମିଳିଛି କି ନାହିଁ ପଚାରିଥିଲେ । ଏହାର ଜବାବ ଦେଇ ପୋଲିସ ଅଧିକାରୀ କହିଥିଲେ, ଫରେନ୍ସିକ୍ ଟିମ୍ ଘଟଣାସ୍ଥଳରେ ଯାଞ୍ଚ କରୁଛି । 

ବାଂଲାଦେଶ ଉଚ୍ଚ ଆୟୋଗଙ୍କ କହିବା ଅନୁଯାୟୀ, ମେ’ ୧୨ ତାରିଖରେ ସାଂସଦ ଅନବାରୁଲ ଅଜିମ କୋଲକାତା ଆସିଥିଲେ । ସହର ଉତ୍ତର ଅଞ୍ଚଳରେ ଥିବା ବାରାନଗରରେ ନିଜ ବନ୍ଧୁଙ୍କ ଘରେ ରହିଥିଲେ । ୧୩ ତାରିଖରେ କୌଣସି ବ୍ୟକ୍ତିଙ୍କୁ ସାକ୍ଷାତ କରିବାକୁ ଯାଇ ଆଉ ଫେରିନଥିଲେ । ୧୮ ତାରିଖରେ ତାଙ୍କ ବନ୍ଧୁ ଗୋପାଳ ବିଶ୍ବାସ ଥାନାରେ ନିଖୋଜ ହେବା ନେଇ ଏତଲା ଦେବା ପରେ ସାଂସଦ ଅନବାରୁଲ ଅଜିମଙ୍କ ବିଷୟରେ ସୂଚନା ମିଳିଥିଲା । ଏବେ ଏହି ହତ୍ୟା  ଘଟଣାରେ ପଶ୍ଚିମବଙ୍ଗ ସିଆଇଡି ଅଧିକ ତଦନ୍ତ କରୁଛି ।