ହାର୍ଦ୍ଦିକ ପାଣ୍ଡ୍ୟାଙ୍କ କିର୍ତ୍ତୀମାନ, ହେଲେ ଟି-୨୦ର ନମ୍ବର ଓ୍ଵାନ ଅଲରାଉଣ୍ଡର

ନୂଆଦିଲ୍ଲୀ: ଟି-୨୦ ବିଶ୍ଵକପ୍ ୨୦୨୪ ସମାପ୍ତ ପରେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ସଦ୍ୟତମ ଟି-୨୦ ମାନ୍ୟତା ଜାରି କରିଛି। ଭାରତୀୟ କ୍ରିକେଟ୍ ଦଳର ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ମାନ୍ୟତାରେ ବଡ଼ ସଫଳତା ହାସଲ କରିଛନ୍ତି। ପାଣ୍ଡ୍ୟା ଟି-୨୦ ଅନ୍ତର୍ଜାତୀୟରେ ପ୍ରଥମ ଭାରତୀୟ ଭାବେ ଶୀର୍ଷକୁ ଉଠିଛନ୍ତି। ସେ ଶ୍ରୀଲଙ୍କାର ଅଲରାଉଣ୍ଡର ଓ୍ଵାନିନ୍ଦୁ ହସରଙ୍ଗାଙ୍କୁ ପଛରେ ପକାଇ ନମ୍ବର ଓ୍ଵାନ ଟି-୨୦ ଅଲରାଉଣ୍ଡର ମାନ୍ୟତା  ହାସଲ କରିଛନ୍ତି। ଉଭୟ ଖେଳାଳିଙ୍କ ପଏଣ୍ଟ ୨୨୨ ଥିଲେ ହେଁ ବିଶ୍ଵକପରେ ଦମଦାର ପ୍ରଦର୍ଶନ କରିଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଆଇସିସି ଶୀର୍ଷରେ ରଖିଛି। ହସରଙ୍ଗା  ୨ୟ ସ୍ଥାନକୁ ଖସିଛନ୍ତି।Also read: ଟିମ୍ ଇଣ୍ଡିଆକୁ ସାକ୍ଷାତ କରିବେ ପ୍ରଧାନମନ୍ତ୍ରୀ ମୋଦୀ, ଗ୍ରାଣ୍ଡ ଓ୍ଵେଲକମ୍ ପାଇଁ ଚାଲିଛି ପ୍ରସ୍ତୁତିହାର୍ଦ୍ଦିକଙ୍କୁ ୯ ଅଙ୍କ ମିଳିବା ସହ ୯ଟି ସ୍ଥାନ ଫାଇଦା ମିଳିଛି। ସେ ଟି-୨୦ ବିଶ୍ଵକପରେ ୮ଟି ମ୍ୟାଚ୍‌ରେ ୧୪୪ ରନ କରିବା ସହ ୧୧ ଓ୍ଵିକେଟ୍ ଅକ୍ତିକାର କରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ଫାଇନାଲ୍ ମ୍ୟାଚ୍‌ରେ ୩ଟି ଓ୍ଵିକେଟ୍ ନେଇ ଦଳ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ଟି-୨୦ ଅଲରାଉଣ୍ଡର ମାନ୍ୟତାର ଶୀର୍ଷ ୧୦ରେ ପରିବର୍ତ୍ତନ ଘଟିଛି। ଅଷ୍ଟ୍ରେଲିଆର ମାର୍କସ ଷ୍ଟୋଇନିସ(ତୃତୀୟ), ଜିମ୍ବାଓ୍ଵେର ସିକନ୍ଦର ରଜା(ଚତୁର୍ଥ), ବାଂଲାଦେଶର ସାକିବ ଅଲ ହସନ(ପଞ୍ଚମ) ଓ ଇଂ

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ କିର୍ତ୍ତୀମାନ, ହେଲେ ଟି-୨୦ର ନମ୍ବର ଓ୍ଵାନ ଅଲରାଉଣ୍ଡର

ନୂଆଦିଲ୍ଲୀ: ଟି-୨୦ ବିଶ୍ଵକପ୍ ୨୦୨୪ ସମାପ୍ତ ପରେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ସଦ୍ୟତମ ଟି-୨୦ ମାନ୍ୟତା ଜାରି କରିଛି। ଭାରତୀୟ କ୍ରିକେଟ୍ ଦଳର ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ମାନ୍ୟତାରେ ବଡ଼ ସଫଳତା ହାସଲ କରିଛନ୍ତି। ପାଣ୍ଡ୍ୟା ଟି-୨୦ ଅନ୍ତର୍ଜାତୀୟରେ ପ୍ରଥମ ଭାରତୀୟ ଭାବେ ଶୀର୍ଷକୁ ଉଠିଛନ୍ତି। ସେ ଶ୍ରୀଲଙ୍କାର ଅଲରାଉଣ୍ଡର ଓ୍ଵାନିନ୍ଦୁ ହସରଙ୍ଗାଙ୍କୁ ପଛରେ ପକାଇ ନମ୍ବର ଓ୍ଵାନ ଟି-୨୦ ଅଲରାଉଣ୍ଡର ମାନ୍ୟତା  ହାସଲ କରିଛନ୍ତି। ଉଭୟ ଖେଳାଳିଙ୍କ ପଏଣ୍ଟ ୨୨୨ ଥିଲେ ହେଁ ବିଶ୍ଵକପରେ ଦମଦାର ପ୍ରଦର୍ଶନ କରିଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଆଇସିସି ଶୀର୍ଷରେ ରଖିଛି। ହସରଙ୍ଗା  ୨ୟ ସ୍ଥାନକୁ ଖସିଛନ୍ତି।

Also read: ଟିମ୍ ଇଣ୍ଡିଆକୁ ସାକ୍ଷାତ କରିବେ ପ୍ରଧାନମନ୍ତ୍ରୀ ମୋଦୀ, ଗ୍ରାଣ୍ଡ ଓ୍ଵେଲକମ୍ ପାଇଁ ଚାଲିଛି ପ୍ରସ୍ତୁତି

ହାର୍ଦ୍ଦିକଙ୍କୁ ୯ ଅଙ୍କ ମିଳିବା ସହ ୯ଟି ସ୍ଥାନ ଫାଇଦା ମିଳିଛି। ସେ ଟି-୨୦ ବିଶ୍ଵକପରେ ୮ଟି ମ୍ୟାଚ୍‌ରେ ୧୪୪ ରନ କରିବା ସହ ୧୧ ଓ୍ଵିକେଟ୍ ଅକ୍ତିକାର କରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ଫାଇନାଲ୍ ମ୍ୟାଚ୍‌ରେ ୩ଟି ଓ୍ଵିକେଟ୍ ନେଇ ଦଳ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ଟି-୨୦ ଅଲରାଉଣ୍ଡର ମାନ୍ୟତାର ଶୀର୍ଷ ୧୦ରେ ପରିବର୍ତ୍ତନ ଘଟିଛି। ଅଷ୍ଟ୍ରେଲିଆର ମାର୍କସ ଷ୍ଟୋଇନିସ(ତୃତୀୟ), ଜିମ୍ବାଓ୍ଵେର ସିକନ୍ଦର ରଜା(ଚତୁର୍ଥ), ବାଂଲାଦେଶର ସାକିବ ଅଲ ହସନ(ପଞ୍ଚମ) ଓ ଇଂଲଣ୍ଡର ଲିୟାନ ଲିଭିଙ୍ଗଷ୍ଟୋନ(ଅଷ୍ଟମ) ଗୋଟିଏ ସ୍ଥାନ ଉପରକୁ ଉଠିଛନ୍ତି। ଆଫଗାନିସ୍ତାନର ମହମ୍ମଦ ନବି ୪ଟି ସ୍ଥାନ ତଳକୁ ଖସି ଟପ୍-୫ରୁ ବାଦ୍ ପଡ଼ିଛନ୍ତି। 

ଟି-୨୦ ମାନ୍ୟତାରେ ଶୀର୍ଷରେ ପହଞ୍ଚିବାରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପୂର୍ବରୁ ମୋଟ୍ ୫  ଜଣ ଖେଳାଳି ଏମିତି ସଫଳତା ହାସଲ କରିଛନ୍ତି। ଗୌତମ ଗମ୍ଭୀର, କୋହଲି ଓ ସୂର୍ଯ୍ୟକୁମାର ଯାଦବ ବ୍ୟାଟିଂରେ ଟପ୍‌ରେ ପହଞ୍ଚି ସାରିଛନ୍ତି। ଯଶପ୍ରୀତ ବୁମରା ଓ ରବି ବିଷ୍ନୋଇ ବୋଲିଂରେ ଶୀର୍ଷରେ ପହଞ୍ଚି ସାରିଛି। ହେଲେ ହାର୍ଦ୍ଦିକ ପାଣ୍ଡ୍ୟା ପ୍ରଥମ ଭାରତୀୟ ଅଲରାଉଣ୍ଡର ଭାବେ ଶୀର୍ଷକୁ ଉଠିଛନ୍ତି।